ଦେଖନ୍ତୁ Viral video : ତରଭୁଜ ବିକୁଥିଲେ ବୋଲି ବୃଦ୍ଧଙ୍କୁ ବାଡିରେ ପିଟିଲେ ତହସିଲଦାର, ଭିଡ଼ିଓ ହେଲା ଭାଇରାଲ…

0

ମହାମାରୀ କରନା ସମଗ୍ର ଦେଶରେ ଦୀର୍ଘ 2 ବର୍ଷ ଧରି ଚାଲିଛି। ଏଥିରେ ଛୋଟରୁ ବଡ ଲୋକ ସମସ୍ତେ ପ୍ରଭାବିତ ହେଉଛନ୍ତି। କିନ୍ତୁ ଗରିବ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି, କାରଣ ସେମାନେ କାମକୁ ଗଲେ ହିଁ ସେମାନଙ୍କ ଘରେ ଚୁଲି ଜଳିବ କିନ୍ତୁ। କିନ୍ତୁ ଲକଡାଉନ୍ ସମୟରେ ସମସ୍ତେ ଘରେ ଅଛନ୍ତି, ସେଥିପାଇଁ ସେମାନଙ୍କୁ କାମ ନିହାତି ଦରକାର , ନଚେତ ସେମାନଙ୍କ ପରିବାର ଭୋକ ଉପାସରେ ରହିବେ। ଆପଣ ସମସ୍ତେ ଜାଣନ୍ତି ଯେ ଗତ ବର୍ଷରେ କରୋନା କାରଣରୁ ଲୋକମାନେ 8 ମାସ ଘରେ ରହିଲେ। ତେବେ ଧିରେ ଧିରେ ସଂକ୍ରମଣ ଟିକିଏ କମ ହେବା ପରେ, ସରକାର ଲକଡାଉନ ଏବଂ ସଟଡାଉନ ଉଠିଲା , ଲୋକମାନେ କାମକୁ ବାହାରିଲେ କିନ୍ତୁ ବର୍ତ୍ତମାନ କିଛି ଦିନ କାମ କରିବା ପରେ ପୁଣି ଦେଶରେ ଦେଶରେ କରନା ଦ୍ଵିତୀୟ ଲହର ଦେଖାଗଲା।

ତେବେ ଏହାର ସଂକ୍ରମଣ ଏବଂ ମୃତ୍ୟୁ ହାର କୁ ଦେଖି ସରକାର ପୁଣି ବର୍ତ୍ତମାନ ଲକଡାଉନ ଏବଂ ସଟଡାଉନ ଭଳି ବ୍ୟବସ୍ଥା କରିଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଦେଖିବା ପାଇଁ ମିଳୁଛି ଲୋକ ମାନେ ଅନେକ ଅଭାବ ଅସୁବିଧା ରେ ଦିନ କାଟୁଛନ୍ତି। ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳୁଛି , ଯାହାକୁ ଦେଖିଲା ପରେ ହୃଦୟ ଥରି ଦେଉଛି। ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁ ଥିରେ ଜଣେ ତହସିଲଦାର ମାଡାମ ତରଭୁଜ ବିକ୍ରି କରୁଥିବା ବୟସ୍କ ଙ୍କୁ ମାଡ଼ ମାରୁଛନ୍ତି। ତେବେ ଏଭଳି ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଘଟିଛି, ଝାରସୁଗୁଡ଼ା ଜିଲ୍ଲାରେ, ସୂଚନା ଅନୁସାରେ ଜଣେ ବୟସ୍କ ଲୋକ ନିଜର ପେଟ ପୋଷିବା ପାଇଁ ବଜରରେ ତରଭୁଜ ବିକ୍ରି କରୁଥିଲା, ସେହି ସମୟରେ ତହସିଲଦାର ମ୍ୟାଡାମ୍ ଆସି ସେହି ବୁଦ୍ଧ ବ୍ୟକ୍ତିଙ୍କୁ କହିଥିଲେ ଯେ ସେ କାହିଁକି ଦୋକାନ ଖୋଲିଛନ୍ତି, ମଉସା କହିଲେ ମୁଁ ଯଥାଶୀଘ୍ର ବନ୍ଦ କରିଦେବି କିନ୍ତୁ ମ୍ୟାଡାମ୍ ତହସିଲଦାର ନିଜର ମାନବିକତା ଭୁଲି ମାଡ ମାରିଥିଲେ। ଏବଂ ତାଙ୍କ ମାପ ଯନ୍ତ୍ର ଛଡେଇ ନେଇଥିଲେ।

ଏହାପରେ ମଉସାଙ୍କ ପ୍ରତିକ୍ରିୟା ଅନୁସାରେ , ଲକଡାଉନ ଡାଉନ ନିୟମ ଅନୁସାରେ, ଦିନ 11 ଟା ବେଳକୁ ବନ୍ଧ କରିବା କଥା କିନ୍ତୁ ମଉସାଙ୍କ ଏତିକି ଭୁଲ ଯେ ସେ ଦୋକାନ ବନ୍ଦ କରିବା ପାଇଁ ଟିକିଏ ବିଳମ୍ବ କରିଥିଲେ। ସେଥିପାଇଁ ପାଇଁ ମାଡାମ ତହସିଲଦାର ତାଙ୍କୁ ମାଡ଼ ମାରିଥିଲେ। ତେବେ ଏହାପରେ ଘଟଣା ଟି ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ଏଭଳି କର୍ମ ପାଇଁ ଲୋକମାନେ ତୀବ୍ର ନିନ୍ଦା କରିଥିଲେ ତହସିଲଦାର ମାଡାମ ଙ୍କୁ, ପରେ ମାଡାମ ନିଜର ଭୁଲ ହୋଇ ଯାଇଛି ବୋଲି ସ୍ୱୀକାର କରିଛନ୍ତି। ଏଭଳି କୌଣସି ଭୁଲ ନ ହେବ ସେଥିପାଇଁ ସରକାର ଉଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।