ଦେଖନ୍ତୁ VIRAL ଭିଡ଼ିଓ – ତାୱାଙ୍ଗ ସୀମାରେ ଚିନ – ଭାରତ ଯବାନ ମୁହାଁମୁହିଁ …ଦେଖନ୍ତୁ ଏହାର LIVE ଭିଡ଼ିଓ ..

ପୁଣି ଥରେ ଭାରତ ଓ ଚୀନ ମୁହାଁ ମୁହିଁ।ଅରୁଣାଚଳ ପ୍ରଦେଶ ର ତୱାଙ୍ଗ ଠାରେ ଭାରତୀୟ ସେନା ଓ ଚୀନ ସେନାଙ୍କ ମଧ୍ୟରେ ଚାଲିଛି ଘୋମାଘଟ ଲଢେଇ। ଏହାର ଏକ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁ ମୁହିଁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ।ଆଉ ଏହା ପରେ ପରେ ଏବେ ଭାରତୀୟ ସେନା ଓ ଚୀନ ସେନାଙ୍କ ମଧ୍ୟରେ ଚାଲି ଥିବା ଘୋମାଘଟ ଲଢେଇର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ତେବେ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଆସନ୍ତୁ ଜାଣିବା।

ସୂଚନା ମୁତାବକ ଗତ ୯ ତାରିଖ ରେ ଚୀନ ସେନା ବେଆଇନ ଭାବରେ ଅନୁ ପ୍ରବେଶ ଉଦ୍ୟମ କରିଥିଲେ। ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ ଚୀନ ସେନା । ଏଲ୍ଏସି ରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା ମଧ୍ୟ କରି ଥିଲେ ଚୀନ ସେନା। ଏହା ଜାଣିବା ପରେ ଆମ ଭାରତୀୟ ସେନା ଚୀନର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଥିଲେ।ଭାରତୀୟ ସୈନ୍ୟ ଚୀନ ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଏହି ସମୟରେ ଧସ୍ତାଧସ୍ତି ହେବା ଯୋଗୁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଛନ୍ତି ବୋଲି ରାଜନାଥ ସିଂ ଗତକାଲି ଏହା କହିଥିଲେ।

ଏହି ଘଟଣା ର ଗୋଟିଏ ଦିନ ପରେ ସୋସିଆଲ୍‌ ମିଡିଆ ରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁ ଭିଡିଓ ରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ଶତାଧିକ ସୈନିକ ସୀମାରେ ମୁହାଁମୁହିଁ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ଏକ ତାର ବାଡ଼ ନିକଟରେ ଦୁଇ ଦେଶର ସେନା ମାନେ ଠେଲା ପେଲା ହେଉଥିବା ଭିଡିଓ ଏବେ ଦେଖିବା ପାଇଁ ମିଳିଛି। ଖାଲି ସେତିକି ନୁହେଁ ବାଡ଼ିରେ ଉଭୟ ପକ୍ଷର ସୈନ୍ୟ ପରସ୍ପରକୁ ମାର୍‌ପିଟ୍ କରୁଥିବା ମଧ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।

ତେବେ ଭାରତର କେହି ଯବାନ ଗୁରୁତର ଆହତ ହୋଇ ନାହାଁନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରି କରିଛନ୍ତି। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଶାସନ କାଳରେ କେହି ବି ଭାରତର ଇଞ୍ଚେ ମାତ୍ର ଜାଗା ନେଇପାରିବେ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି। ସେପଟେ ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ତେବେ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଲାଗି ଦ୍ୱିପାକ୍ଷିକ ଚ୍ୟାନେଲର ବ୍ୟବହାର କରିବା ଲାଗି ଓ୍ୱାଶିଂଟନ୍ ଉଭୟ ବେଜିଂ ଓ ନୂଆଦିଲ୍ଲୀକୁ ପରାମର୍ଶ ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment