ଆଶ୍ଚର୍ଯ୍ୟ ! ପେଚା ରୂପରେ ଶ୍ରୀମନ୍ଦିରକୁ ଆସିଲେ ମହାଲକ୍ଷ୍ମୀ, ଶ୍ରୀମନ୍ଦିରରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ… ଦେଖନ୍ତୁ Video

ଆମ ଓଡ଼ିଶା ର ଗର୍ବ ଓ ଗୌରବ ପ୍ରଭୁ ଜଗନ୍ନାଥ, ଭାବ ବିନୋଦିଆ ସେ କଳା ଠାକୁର, ଭକ୍ତ ପ୍ରେମରେ ପାଗଳ ସେହି କାଳିଆ ଠାକୁର ,ତାଙ୍କର ଲୀଳା ଅପାର ସେ ଅନନ୍ତ ସାଧାରଣ ମଣିଷ ଟିଏ କିପରି ବା ବୁଝିବ ତାଙ୍କର ଏହି ଲୀଳା କୁ। କେତେ ବେଳେ ସେ ସାଗ ପଖାଳ ରେ ତ, କେତେ ବେଳେ ଭକ୍ତ ର ନଡ଼ିଆ ରେ ,କେତେବେଳେ ସେ କଛା କୁଡ଼ିଆ ରେ ତ କେତେ ଭକ୍ତ ଙ୍କର ବିଶ୍ୱାସ ରେ।ତାଙ୍କର ଲୀଳା ଅନେକ ଆଉ ସେ ନିଜେ ହେଉଛନ୍ତି ଜଣେ ଲୀଳାମୟ ତଥା ରହସ୍ୟମୟ ଠାକୁର ଯାହାଙ୍କ ର ମଧ୍ୟରେ ରହିଛି ଅନେକ ରହସ୍ୟ।

ତେବେ ଆଜି ହେଉଛି ପବିତ୍ର ଧନତେରସ୍ ଆଉ ଏହି ଦିନ ଅବସରରେ ଶ୍ରୀ ମନ୍ଦିର ରେ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ତାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆଜି ଶ୍ରୀମନ୍ଦିର ମା ଲକ୍ଷ୍ମୀ ଙ୍କ ର ଆଗମନ ହୋଇଛି , ମା ଲକ୍ଷ୍ମୀ ଭକ୍ତ ମାନ ଙ୍କୁ ଦର୍ଶନ କରିବା ପାଇଁ ପେଚା ରୂପ ନେଇ ଆସିଛନ୍ତି। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଏହାକୁ ଦେଖି ସମସ୍ତେ ଜୟ ମା ଲକ୍ଷ୍ମୀ ବୋଲି ମଧ୍ୟ କହିଛନ୍ତି।

ତେବେ ସୂଚନା ଅନୁସାରେ, ଆଜି ସକାଳେ ଶ୍ରୀମନ୍ଦିର ରେ ପୂଜାରୀ ମାନେ ତାଙ୍କର ପୂଜାର୍ଚ୍ଚନା କରୁଥିଲେ।ତେବେ ଏହି ସମୟ ରେ ମା ଲକ୍ଷ୍ମୀ ଙ୍କ ର ମନ୍ଦିର ଆଗରେ , ଗୋଟିଏ ଧଳା ପେଚା ଆସି ପହଁଚିଲା।ତେବେ ଧନତେରସ୍ୱ ରେ ମାତା ଲକ୍ଷ୍ମୀ ଙ୍କ ମନ୍ଦିର ଆଗରେ ଧଳା ପେଚା କୁ ଦେଖିବା ପରେ ସବୁ ଭକ୍ତ ଙ୍କ ମନ ରେ ଭକ୍ତି ଭାବ ଦି ଗୁଣ ହୋଇ ଯାଇଥିଲା। ଏହିପରି ଲାଗୁଥିଲା ଯେପରି ମା ଲକ୍ଷ୍ମୀ ନିଜେ ପେଚା ରୂପ ରେ ଆସିଛନ୍ତି ତାଙ୍କ ଭକ୍ତ ଙ୍କ ପାଖକୁ। ତେବେ ଏହି ପେଚା ଟିକୁ ଜଣେ ପୂଜାରୀ ଉଦ୍ଧାର କରିଥିଲେ।

ତେବେ ପୂଜାରୀ ଜଣଙ୍କ ପେଚା ଟିକୁ ଧରିବା ପରେ ପେଚା ଟିକୁ ଦେଖିବା ଲାଗି ସେଠାରେ ଲୋକଙ୍କ ର ବହୁତ ଭିଡ ଜମିଥିଲା। ପେଚା ଟି ଧଳା ରଙ୍ଗର ହୋଇ ଥିବାରୁ ମା ଲକ୍ଷ୍ମୀ ଙ୍କ ପ୍ରତିରୂପ ବୋଲି ଗ୍ରହଣ କରିଛନ୍ତି ସମସ୍ତେ। ତେବେ ମା ଲକ୍ଷ୍ମୀ ଙ୍କ ର ବାହାନ ମଧ୍ୟ ପେଚା ଅଟେ ତେଣୁ ଆଜି ଭଳି ପବିତ୍ର ଦିନରେ ଆସିଥିବା ରୁ ଶ୍ରୀ ମନ୍ଦିର ରେ ଏହା ଶୋଭା ବଢ଼ାଇ ଥିଲା। ତାକୁ ଏକ ସୁରକ୍ଷିତ ଜିନିଷ ତଥା ବେଗ ରେ ଭର୍ତ୍ତି କରି ତାକୁ ଜଙ୍ଗଲ ବିଭାଗ କୁ ସୂଚନା ଦେଇଥିଲେ। ତେବେ ସୂଚନା ପାଇବା ପରେ ଜଙ୍ଗଲ ବିଭାଗ ଲୋକେ ତାକୁ ଆସି ସାଙ୍ଗରେ ନେଇ ଜଙ୍ଗଲ ରେ ଛାଡି ଦେଇଥିବା ସୂଚନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment