ଆମ ପୃଥିବୀରେ ଅନେକ ସମୟରେ ପ୍ରାକୃତିକ ପରିବର୍ତ୍ତନ ଗୁଡିକ ଦେଖିବାକୁ ମିଳିଥାଏ ଯାହାର ପ୍ରଭାବ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବଜଗତ ଉପରେ ପଡିଥାଏ ।ତେବେ ଏମତି ଏକ ପ୍ରାକୃତିକ ପରିବର୍ତ୍ତନ ଆସିବାକୁ ଯାଉଛି ଅକ୍ଟୋବର ୨୫ ତାରିଖରେ ଯେଉଁ ଦିନ ହେବାକୁ ଯାଉଛି ସୂର୍ଯ୍ୟପରାଗ ।ତେବେ ଏହି ସୂର୍ଯ୍ୟ ପରାଗ ରେ ୪ ଟି ରାଶି ରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ରହିଛି ବଡ଼ ଚୁନତି। ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟ ପରାଗ ଉପରେ ସମ୍ପୂର୍ଣ୍ଣ ସୂଚନା।
ତେବେ ଏହି ସୂର୍ଯ୍ୟ ପରାଗ ର ସମୟ ରହିଛି ଦିନ ୨.୨୨ ମିନିଟରୁ ଆରମ୍ଭ ହେଇ ସନ୍ଧ୍ୟା ୬.୫୬ ମିନିଟରେ ଶେଷ ହେବ ମାତ୍ର ସୂର୍ଯ୍ୟ ପରାଗ ୪.୫୩ ରୁ ୫.୨୯ ମଧ୍ୟରେ ଦେଖାଯିବ।ତେବେ ମୋଟ ଉପରେ ଏହି ସୂର୍ଯ୍ୟ ପରାଗ ର ଅବଧି କାଳ ୨ ଘଣ୍ଟା ୩୪ ମିନିଟ ପର୍ଯ୍ୟନ୍ତ ରହିବ ।ଆଉ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ଭାରତ,ଏସିଆ,ଆମେରିକାରେ ଦକ୍ଷିଣ ପଶ୍ଚିମ ଭାଗରେ,ଅଷ୍ଟ୍ରେଲିଆ ଓ ୟୁରୋପରେ ଦେଖିବାକୁ ମିଳିବ ।ତେବେ ଆପଣ ମାନେ ଏହି ସୂର୍ଯ୍ୟ ପରାଗ କୁ ଖାଲି ଆଖି ରେ ଦେଖନ୍ତୁ ନାହିଁ ତାହାକୁ ହଳଦୀ ପାଣିରେ ଦେଖି ପାରିବେ କିମ୍ବା ଚଷମା ଲଗାଇ ମଧ୍ୟ ଦେଖି ପାରିବେ।
ଏହି ସ୍ୱର୍ୟ୍ଯପରାଗ ହେବା ର ୧୨ ଘଣ୍ଟା ପୂର୍ବରୁ ଆପଣ ମାନେ ପାକ ହାଣ୍ଡି ଛାଡ଼ କରନ୍ତୁ ଅର୍ଥାତ ଆପଣ ମାନେ ଏହି ସମୟ ରେ କୌଣସି ରୋଷେଇ କରନ୍ତୁ ନାହିଁ କିମ୍ବା ରୋଷେଇ ହୋଇଥିବା ଖାଦ୍ୟ କୁ ଗ୍ରହଣ କରନ୍ତୁ ନାହିଁ। ମାତ୍ର ଏହି ସମୟ ରେ ଆପଣ ଶୁଖିଲା ଜିନିଷ ତଥା ବିସ୍କ୍ରିଟ , ଚୁଡା , ନସ୍ତା ଆଦି ଶୁଖିଲା ଜିନିଷ ର ସେବନ କରି ପାରିବେ। ଏହି ସୂର୍ଯ୍ୟପରାଗ ସମୟରେ, ଆପଣ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ଦେବାଦେବୀ ଙ୍କ ର ପୂଜାର୍ଚ୍ଚନା କରନ୍ତୁ ନାହିଁ। ଆହୁରି ଭଲ ହେବ ଯଦି ଆପଣ ପାରୁଛନ୍ତି , ଠାକୁର ଘର କୁ ବନ୍ଦ କରି ରଖି ଦିଅନ୍ତୁ ଏହି ସମୟରେ।
ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ରେ ୮ ଟି ରାଶି ରେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଆଉ ତାଙ୍କର ବହୁତ ଶୁଭ ହେବା କୁ ଯାଉଛି। ତେବେ ସେହି ୪ଟି ରାଶି ହେଉଛି , ବୃଷ, ସିଂହ, ଧନୁ ଓ ମକର ରାଶି। ଏହି ରାଶି ମାନଙ୍କ ପାଇଁ ଏହି ପରାଗ ଟି ଅତ୍ୟନ୍ତ ଶୁଭ ରହିବ ଏବଂ ତାଙ୍କୁ ଶୁଭ ଫଳ ଦେବ। ଠିକ ସେହିପରି ୪ଟି ରାଶି ତଥା ମିଥୁନ , କର୍କଟ , କୁମ୍ଭ ଏବଂ କନ୍ୟା ରାଶି ପ୍ରତି ଏହାର କୌଣସି ପ୍ରଭାବ ପଡିବ ନାହିଁ। ଅର୍ଥାତ କୌଣସି ଅଶୁଭ କିମ୍ବା ଶୁଭ ହେବ ନାହିଁ।
ତେବେ କିନ୍ତୁ ଏହି ସୂର୍ଯ୍ୟ ପରାଗ ରେ ୪ ଟି ରାଶି ପ୍ରତି ଘୋର ଅଶୁଭ ରହିଛି ସେହି ରାଶି ଗୁଡିକ ହେଉଛି , ତୁଳା,ମେଷ ମେଷ ,ଏବଂ ବିଛା ରାଶି ପ୍ରତି ରହିବ। ମାତ୍ର କୌଣସି ଚିନ୍ତା କରିବା ର ନାହଁ ଆପଣ ମାନେ ଏହି ସମୟ ରେ ବାହାର କୁ ବାହାର ନ୍ତୁ ନାହିଁ ଏବଂ ସୂର୍ଯ୍ୟ ପରାଗ କୁ ଦେଖନ୍ତୁ ଦେଖନ୍ତୁ ନାହିଁ। ତଥା ଭଗବାନ ଙ୍କ ନାମ କୁ ଜପ କରନ୍ତୁ ଆପଣ ଙ୍କ ଉପରେ କୌଣସି କ୍ଷତି ହେବ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।