Vastu tips – ( ଠାକୁର ଘର ) ଵାସ୍ତୁ ଅନୁସାରେ ଠାକୁର ଘର କେଉଁ ଦିଗକୁ ହେବ ଏବଂ କେଉଁ ଦିଗକୁ ଠାକୁର ରହିବ, ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବାସ୍ତୁଶାସ୍ତ୍ର ଅନୁସାରେ ଘର ନିର୍ମାଣ ପୂର୍ବରୁ କେତେକ ନୀତି ନିୟମ ଅନୁସାରେ କରିବା ପାଇଁ ପଡିଥାଏ । ଯାହା ଫଳରେ ଆମ ଘର ପରିବାର ସୁଖ ଶାନ୍ତିରେ ଜୀବନ ବିତିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଘରର ଠାକୁର ଘରର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ଜେଣଇବୁ । ଯାହା ଜାଣିବା ଆମ ପାଇଁ ଅତ୍ୟନ୍ତ ଜରୁରୀ ଅଟେ , ଠାକୁର ଘର କେଉଁ ଦିଗକୁ କରିବା ଉଚିତ୍ ଏବଂ ଠାକୁରଙ୍କ ମୁହଁ କେଉଁ ଦିଗକୁ ରହିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଠାକୁର ଘରର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

1. ଠାକୁର ଘରର ଦିଗ :-

ପୂଜା ଘର ବା ଠାକୁର ଘର ଉତ୍ତର – ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେବା ଦରକାର , ଏହାର କୌଣସି ବିକଳ୍ପ କରିବା ଉଚିତ୍ ନୁହଁ ।

2. ଠାକୁର ଘରର କବାଟ :-

ଠାକୁର ଘର କବାଟ ଓ ଝରକା ଆଦି ଉତ୍ତର ବା ପୂର୍ବ ଦିଗକୁ ରଖାଯାଇପାରେ , ପୂଜା ଘରର କବାଟ ଏକ ଫାଳିଆ ନହୋଇ ଦିଇ ପଟିଆ ହେବା ଉଚିତ୍ । ଏହା ଲୁହା , ଟିଣ ବା ଗ୍ରୀଲ ନହେବା ଉଚିତ୍ , ପୂଜା ଘରର ବନ୍ଧ 4 କାଠ ହେବା ଉଚିତ୍ । ଠାକୁର ଘରର କବାଟ ଆପେ ଆପେ ଖୋଲିବା ବା ବନ୍ଦ ହୋଇଯିବା ଭଲ ନୁହେଁ ।

3. ଠାକୁର ଙ୍କ ମୁହଁ :-

ଗୃହରେ ଥିବା ପୂଜା ଘରେ ଠାକୁର ଫୋଟ ବା ମୂର୍ତ୍ତିକୁ ପଶ୍ଚିମ ମୁହାଁ କରି ରଖାଯିବ , କେବଳ ମନ୍ଦିରରେ ଠାକୁର ପୂର୍ବ ମୁହାଁ ହୋଇ ରହିବେ ।

4. ପୂଜା କରିବା ସମୟରେ ମୁହଁ କେଉଁ ଦିଗକୁ ରହିବ :-

ଗୃହରେ ପୂଜା କରିବା ସମୟରେ ତୁମ ଡାହାଣ ପାଖରେ ଠାକୁରଙ୍କୁ ରଖି ଉତ୍ତରକୁ ମୁଁହ କରି ପୂଜା କରାଯାଏ । କିନ୍ତୁ ମନ୍ଦିରରେ ଉତ୍ତରକୁ ମୁହଁ କରି ଠାକୁରଙ୍କୁ ବାମ ପାଖରେ ରଖି ପୂଜା କରାଯାଏ ।

5. ପୂଜା ଘରେ କଣ କରିବା ଉଚିତ୍ ନୁହେଁ :-

ପୂଜା ଘରେ ଯଦି ଯୋଗ , ପ୍ରାଣୟାମ ଆଦି କରାଯାଏ ତେବେ ଠାକୁରଙ୍କ ସମ୍ମୁଖରେ ବସି ନକରିବା ଉଚିତ୍ । ପୂଜା ଘରେ ଯଦି ହୋମ କୁଣ୍ଡ କରାଯାଏ ତେବେ ଏହା ସେହି ଘରର ଦକ୍ଷିଣ – ପୂର୍ବ ଆଗ୍ନେୟ କୋଣରେ ହେବା ଉଚିତ୍ ।

6. ତୁଳସୀ ଚଉରା କେଉଁଠି ହେବା ଉଚିତ୍ :-

ସାଧାରଣତଃ ହିନ୍ଦୁ ପରିବାରରେ ପ୍ରତ୍ୟେକ ଘରେ ଘର ସାମ୍ନାରେ ଏକ ତୁଳସୀ ଚଉରା ଥାଏ । ତୁଳସୀ ଚଉରା ଘରର ଉତ୍ତର ପୂର୍ବ ବା ଐଶାନ୍ୟ କୋଣରେ ହେବା ଉଚିତ୍ , ଏହା ଘରର ମୁଖ୍ୟ ଦ୍ୱାର ର ଡାହାଣ ପଟରେ ରଖିବା ଉଚିତ୍ । ଯେମିତି ଘରୁ ବାହାରିବା ସମୟରେ ତୁଳସୀ ଚଉରା ଡାହାଣକୁ ରହିବ ଏବଂ ତୁଳସୀ ଚଉରା ସବୁବେଳେ ପଶ୍ଚିମା ମୁଖୀ ହେବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।