ସାଧାରଣତଃ ସମସ୍ତଙ୍କ ଘରେ ଠାକୁର ପୂଜା କରାଯାଇଥାଏ , ବାସ୍ତୁଶାସ୍ତ୍ର ଅନୁସାରେ ଘରର ଐଶାନ୍ୟ କୋଣରେ ଠାକୁର ଘର ରହିବା ଉଚିତ୍ । ଏହା ହେଉଛି ଭଗବାନଙ୍କ ସ୍ଥାନ , ଏହା କରିବା ଦ୍ୱାରା ଘରର ସମୃଦ୍ଦି ହୋଇଥାଏ ଏବଂ ଘରେ ଧନ ସମ୍ପତ୍ତି ସୁଖଶାନ୍ତି ବନି ରହିଥାଏ । ତେବେ ଆଜି ଆମେ ଜାଣିବା କେଉଁ 8 ଟି ଜିନିଷ ଠାକୁର ଘରେ ରଖିବା ଦ୍ୱାରା ଘରେ ଧନ ସମ୍ପତ୍ତି ଓ ସୁଖଶାନ୍ତି ବଢିଥାଏ ।
1. ପଞ୍ଚାମୃତ :-
ଏହାର ଅର୍ଥ ପାଞ୍ଚ ପ୍ରକାର ଅମୃତ କ୍ଷୀର , ମହୁ , ଘିଅ , ମିଶ୍ରି , ଦହି ଏହିସବୁ ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ । ଏହି ପଞ୍ଚାମୃତରେ ରୋଗ ନିବାରଣ ଶକ୍ତି ରହିଥାଏ ଓ ଏହାମଧ୍ୟ ପୁଷ୍ଟିକର ଅଟେ ।
2. ଚନ୍ଦନ :-
ଚନ୍ଦନ ଶାନ୍ତି ଓ ଶିତଳତାର ପ୍ରତୀକ ହୋଇଥାଏ , ଠାକୁର ଘରେ ଏହାକୁ ରଖିବା ଉଚିତ୍ । ଏହି ତନ୍ଦନର ବାସ୍ନାରେ ମନର ନକରାତ୍ମକ ଭାବନା ଦୂର ହୋଇଥାଏ , ଚନ୍ଦନର ଟିକା ଆମ୍ଭମାନଙ୍କୁ ସବୁବେଳେ ମଥାରେ ଲଗାଇବା ଉଚିତ୍ ।
3. ଅରୁଆ ଚାଉଳ :-
ଯେଉଁ ଚାଉଳ ଭାଙ୍ଗି ନଥିବ ଗୋଟା ଥିବ ଯାହାକୁ ଆମେ ଅକ୍ଷତ ବୋଲି କହିଥାଉ । ଏହା ଆମ୍ଭ ମାନଙ୍କୁ ସମ୍ପୂର୍ଣ୍ଣତା ପ୍ରଦାନ କରିଥାଏ , ଅରୁଆ ଚାଉଳ ଭଗବାନଙ୍କୁ ଅର୍ପଣ କରିବା ବହୁତ ଶୁଭ ବୋଲି ମାନାଯାଏ ।
4. ଫୁଲ :-
ଫୁଲ ହେଉଛି ସୁନ୍ଦରତାର ପ୍ରତୀକ , ଭଗବାନ ଙ୍କୁ ଫୁଲ ଅର୍ପଣ କରିବା ଦ୍ୱାରା ମନରେ ଖୁସୀଭାବ ଓ ସୁନ୍ଦରତା ଭାବ ଆସିଥାଏ ।
5. ମିଠା :-
ଭଗବାନଙ୍କୁ ମିଠା ଅର୍ପଣ କରିବାର ଅର୍ଥ ହେଲା ଆମେ ଆମ ଜୀବନରେ ମଧୁରତା ଓ ସମ୍ୟତା ପ୍ରାପ୍ତ କରିବା ପାଇଁ ଭଗବାନଙ୍କ ପାଖରେ ଇଚ୍ଛା ପ୍ରକାଶ କରେ ।
6. ଦୀପ :-
ଭଗବାନଙ୍କ ପାଖରେ ଦୀପ ଜାଳିବାର ଅର୍ଥ ଆମେ ଆମ ଜୀବନରେ ଅନ୍ଧକାର କୁ ଦୂର କରି ଆଲୋକିତ ପ୍ରକାଶିତ କରିବାକୁ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ।
7. ସିନ୍ଦୁର :-
ସିନ୍ଦୁର ରଙ୍ଗର ପ୍ରତୀକ ଅଟେ , ଏହା ଆମ ବେରଙ୍ଗ ଜୀବନରେ ରଙ୍ଗ ଭରିବାର କାମ କରିଥାଏ ।
8. ଘଣ୍ଟି :-
ଯେଉଁ ସ୍ଥାନରେ ନିୟମିତ ଭାବରେ ଘଣ୍ଟି ବାଜିବାର ଆବାଜ ଆସିଥାଏ , ସେହି ସ୍ଥାନରେ ବାତାବରଣ ସବୁଠାରୁ ଶୁଦ୍ଧ ଏବଂ ପବିତ୍ର ବନି ରହିଥାଏ ।
ତେବେ ଆପଣ ମାନେ ଠାକୁର ପୂଜା କରୁଥିବା ଘରେ ଏହି 8 ଗୋଟି ଜିନିଷକୁ ନିଶ୍ଚୟ ରଖନ୍ତୁ । ଏହା ଦ୍ୱାରା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତିର ପ୍ରବେଶ କରି ପାରି ନଥାଏ । ପରିବାରରେ ସର୍ବଦା ସୁଖଶାନ୍ତି ଲାଗି ରହିଥାଏ । ତେଣୁ ଏହି 8 ଗୋଟି ଜିନିଷକୁ ଠାକୁର ଘରେ ରଖିବା ପାଇଁ କେବେବି ଭୁଲିବେ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।