ଥମୁନି ବିବାଦ ବଢୁଛି ସସପେନ୍ସ ! ଏହି ଭିତରେ Tapaswani ପାଇଁ ଆସିଲା ଖୁସି ଖବର…ଦେଖନ୍ତୁ ଭିଡ଼ିଓ

0

ସମୟର ତାଳେ ତାଳେ ଧୀରେ ଧୀରେ ସବୁକିଛି ପରିବର୍ତ୍ତନ ହେଉଛି। ଆଜିକାଲିର ଶିକ୍ଷିତ ସମାଜରେ ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ପୂର୍ବରୁ ଭଲ ପାଇ ବିବାହ ବହୁତ ଯୁବକ ଯୁବତୀ ମାନେ କରୁଥିଲେ। ଏପରି କି ଉଭୟ ପୁଅ ଝିଅ ନ ଦେଖି ବିବାହ କରିବା ପାଇଁ ରାଜି ହୋଇଯାଉଥିଲେ। ବର୍ତ୍ତମାନ ସମୟରେ ଯୁଗ ବହୁତ ପରିବର୍ତ୍ତନ ଆସିଗଲାଣି। ପ୍ରଥମ ଦେଖାରେ ପୁଅ ଝିଅ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଯାଉଛି। ଅଧିକାଂଶ ସମୟରେ ଦେଖିବା ପାଇଁ ମିଳୁଛି କି ଉଭୟ ପୁଅ ଝିଅ ବିବାହ ପୂର୍ବରୁ ମଧ୍ୟ ଶାରୀରିକ ସମ୍ପର୍କ ରଖୁଛନ୍ତି। ଯାହା ଆମ ସମାଜ ବିରୋଧୀ କାର୍ଯ୍ୟ ହୋଇଥାଏ।

ତେବେ ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯୁବକ ଯୁବତୀ ଵିଵାହ କରୁଛନ୍ତି। ଏହାପରେ ପିତା ମାତା ଵିଵାହରେ ଅସନ୍ତୋଷ ପରେ ଆରମ୍ଭ ହୋଇଯାଉଛି ସଂପର୍କର ଫାଟ। ବିବାହ ପରେ ଅନେକ କ୍ଷେତ୍ରରେ ମହିଳା ନିର୍ଯାତନାର ଶିକାର ହୋଇଥାନ୍ତି। ଶେଷରେ ନ୍ୟାୟ ପାଇଁ କୋର୍ଟ କଚେରୀ ଦୌଡ଼ି ଦୌଡ଼ି ସର୍ବଶାନ୍ତ ହୋଇ ପଡ଼ନ୍ତି। ଏଭଳି ଅନେକ ଘଟଣା ଆମ ସମାଜରେ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ସମୟରେ ଆମ ଓଡ଼ିଶାରେ ଏଭଳି କିଛି ଘଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତପସ୍ୱିନୀ ଯିଏକି ନିଜ ସ୍ୱାମୀଙ୍କ ସହିତ ସାରା ଜୀବନ ରହିବା ପାଇଁ ଶ୍ୱଶୁର ଘର ଆଗରେ ପଡି ରହିଛନ୍ତି। ତେବେ ତପସ୍ୱିନୀଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆଗେଇ ଆସୁଛନ୍ତି।

ଏହା କେଵଳ ଆମ ଓଡିଶାରେ ରହି ନାହିଁ ବରଂ ଓଡିଶା ବାହାରେ ଯେଉଁ ଓଡ଼ିଆ ପ୍ରବାସୀ ଅଛନ୍ତି ସେମାନେ ମଧ୍ୟ ତପସ୍ୱିନୀଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉଠାଇଛନ୍ତି। ତେବେ ବର୍ତ୍ତମାନ ସମୟରେ ରାଜ ଭବନରୁ ତପସ୍ୱିନୀଙ୍କୁ ଗ୍ରୀନ ସିଗ୍ନାଲ ମିଳିଛି। ତପସ୍ୱିନୀ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଏହାପରେ ରାଜ୍ୟପାଳ , ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ତେବେ ଏଥିପାଇଁ ରାଜଭବନରୁ ଚିଠି ଆସିଛି। ଖୁବ ଶୀଘ୍ର ଘଟଣା ବିଷୟରେ ଆସି ବୁଝାସୁଝା କରିବା ପାଇଁ ଏପଟେ ମଧ୍ୟ କୋର୍ଟ ରେ ମଧ୍ୟ ବିଚାରକୁ ଅପେକ୍ଷା ରହିଛି। ଆସନ୍ତା ୨୭ ତାରିଖରେ ବିଚାର ହୋଇ ପାରେ ବୋଲି ଯାହା ଶୁଣିବା ପାଇଁ ମିଳିଛି। ଏହା ପୂର୍ବରୁ ମଧ୍ୟ କୋର୍ଟ ନିଷ୍ପତ୍ତି ନେଇଥିଲା କି ସେମାନେ ଉଭୟ ୭ ଦିନ ଏକାଠି ସାଥି ହୋଇ ରହିବେ।

ଏହାପରେ ସୁମିତ ସେଠାରୁ ଲୁଚି ପଳେଇ ଆସିଛନ୍ତି। ପୁଣିଥରେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି। ତେବେ ତପସ୍ୱିନୀ ତାଙ୍କ ସ୍ବାମୀଙ୍କ ସହିତ ରହିବା ପାଇଁ ଜିଦ କରୁଥିବା ବେଳେ ସୁମିତ ତାଙ୍କ ଠାରୁ ଅଲଗା ହୋଇ ରହିବା ପାଇଁ ବାଟ ବାହାର କରୁଛନ୍ତି। ବାରମ୍ବାର ଦେହ ଅସୁସ୍ଥ ଅଛି କହୁଛନ୍ତି। ତେବେ ସମୟ ଯେତେ ଗଡ଼ି ଗଡ଼ି ଯାଉଛି ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସେତେ ସୃଷ୍ଟି ହେଉଛି। ଦେଖିବାର ବିଷୟ ରହିଛି ଆଗକୁ କଣ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।