Special Health Tips – ଥଣ୍ଡା, କାଶ, ଜ୍ୱର ପାଇଁ ରାମବାଣ ଘରୋଇ ଉପଚାର, ବାସ ଥରକରେ ହୋଇଯିବ ଭଲ

0

ସାଧାରଣତଃ ଭାବରେ ଥଣ୍ଡା କାଶ ଏବଂ ଜ୍ୱର ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ , ଏହା ଋତୁ ପରିବର୍ତ୍ତନ ର କାରଣ ଯୋଗୁଁ ଥଣ୍ଡା , ଜ୍ୱର ଅଧିକ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ବ୍ୟକ୍ତିଙ୍କୁ ସାଧାରଣ ଥଣ୍ଡା ବା ଜ୍ୱର ବା କାଶ ହେଉଛି , ତେବେ ଏହା ମାନି ନେଉଛନ୍ତି କି କୋରନାର ଲକ୍ଷଣ ବା ତାଙ୍କୁ କୋରନା ହୋଇଛି । କିନ୍ତୁ ମନେ ରଖନ୍ତୁ ସମସ୍ତ ପ୍ରକାର ଥଣ୍ଡା , କାଶ ବା ଜ୍ୱର ଆଦି ର ସମସ୍ୟା କୋରନା ର ସଂକ୍ରମଣ ହୋଇ ନଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପାୟ କହିବାକୁ ଯାଉଛୁ , ଯାହାକୁ ପ୍ରୟୋଗ କରିବା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଏହି ବିଶେଷ ଉପାୟକୁ ପୂର୍ବରୁ ଆମ ପୂର୍ବପୁରୁଷମାନେ ଆପଣାଉଥିଲେ । ପ୍ରଥମେ ଆପଣ ଏକ ପାତ୍ରକୁ ଗ୍ୟାସରେ ବଶାନ୍ତୁ , ଏହାପରେ ସେଥିରେ 2 ଗ୍ଲାସ ପାଣି ଢାଳନ୍ତୁ । ଏହାପରେ ପ୍ରଥମ ସାମଗ୍ରୀ ଜିରା ର ଆବଶ୍ୟକତା ରହିଛି , କାରଣ ଜିରା ଆପଣଙ୍କ ଥଣ୍ଡା କାଶ ଏବଂ ଜ୍ୱର କୁ ଭଲ କରିବା ନିମନ୍ତେ ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ । ଗ୍ୟାସରେ ବସାଇଥିବା 2 ଗ୍ଲାସ ପାଣିରେ 1 ଚାମଚ ଜିରା ପକାନ୍ତୁ । ଏହାପରେ ଦ୍ୱିତୀୟ ସାମଗ୍ରୀ ଅଦାକୁ ଛେଚି ଏହି ପାଣିରେ ପକାନ୍ତୁ ।

ଏହା ପରେ ତୃତୀୟ ସାମଗ୍ରୀ ହେଉଛି ତୁଳସୀ ପତ୍ର , ଆପଣ ମାନେ ସମସ୍ତେ ଜାଣିଥିବେ କି ତୁଳସୀ ପତ୍ରରେ ପ୍ରାକୃତିକ ଗୁଣ ଭରପୁର ମାତ୍ରାରେ ରହିଥାଏ । ତୁଳସୀ ପତ୍ରରେ ଏଭଳି ଭିଟାମିନ ଓ ପୋଷକ ତତ୍ତ୍ୱ ରହିଛି , ଯାହା ଆପଣଙ୍କ ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ । ଆପଣ ସେଥିରେ 10 ରୁ 12ଟି ତୁଳସୀ ପତ୍ର ସେହି ପାଣିରେ ପକାଇ ଦିଅନ୍ତୁ ଏବଂ ଏହାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଯେତେବେଳେ 2 ଗ୍ଲାସ ପାଣି ଫୁଟି ଫୁଟି 1 ଗ୍ଲାସ ନ ହୋଇଯିବ , ସେ ପର୍ଯ୍ୟନ୍ତ ଆପଣ ସେହି ପାଣିକୁ ଫୁଟାନ୍ତୁ ।

ଆପଣ ଏହାର ଏକ କାଢା ପ୍ରସ୍ତୁତ କରନ୍ତୁ , ଏବଂ ଏହାକୁ ସେବନ କରନ୍ତୁ । ଏହା ଆପଣଙ୍କ ଶରୀରର ଥଣ୍ଡା , କାଶ , ଜ୍ୱର ଏବଂ କଫକୁ ଭଲ କରିବା ସହିତ , ଶରୀରର ଇମ୍ୟୁଟିନି ପାୱାର କୁ ମଧ୍ୟ ବଢାଇଥାଏ । ବର୍ତ୍ତମାନ ସମୟରେ କୋରନା ସଂକ୍ରମଣ ସମସ୍ତଙ୍କୁ ହେଉଛି , ତେଣୁ ଆପଣ ଏହି ଉପଚାର ଟିକୁ ପ୍ରୟୋଗ କରନ୍ତୁ ନିଶ୍ଚିତ ରୂପରେ ଆରାମ ମିଳିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବିଶେଷ କିଛି କଷ୍ଟ କରିବା ପାଇଁ ପଡିବ ନାହିଁ । ଆପଣ ଏହି ସବୁ ସାମଗ୍ରୀ ଗୁଡିକ ଅତି ସହଜରେ ଘରେ ପାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।