ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ କିଛି ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ ଏମିତି ପ୍ରକାରର ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ଆଉ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। କାରଣ ଏହି ଭିଡିଓ ଟି କିଛି ସେମିତି ଦୃଶ୍ୟ କୁ ବୟାନ କରୁଛି ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ।
ଏହା ସତ ଯେ ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ ହସ୍ପିଟାଲ୍ ବେଡ୍ ରେ ଶୋଇରହି। ତେଣୁ କୁହାଯାଏ ଯାହାର ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ବାସ୍ କେବଳ ଆମର ସାବଧାନତା ଏବଂ ସଚେତନତା ରହିବା ଦରକାର। ଆଉ ଯଦି ଆମ ସହ କିଛି ଖରାପ୍ ହେବାର ନଥିବ ତେବେ ଏହା ହେବ ନାହିଁ ମଧ୍ୟ। ସେଇପାଇଁ ତ କୁହାଯାଏ ରଖେ ହରି ତ ମାରେ କିଏ।
ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ। କୌଣସି ଉପାୟରେ ବି ସେ ରକ୍ଷା କରିବା ପାଇଁ ଚାଲି ଆସିବେ। ଏହାର ଅନେକ ନଜିର ମଧ୍ୟ ରହିଛି।କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ କାହା ମାଧ୍ୟମରେ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। ସେହିପରି ନିକଟରେ ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆଉ ଏହି ଘଟଣାର ଭିଡିଓ ମଧ୍ୟ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଆପଣ ଦେଖିବାକୁ ପାଉଥିବା ଏହି ଭିଡିଓ ରେ ଦେଖନ୍ତୁ କିପରି ଭାବରେ ଜଣେ ଯୁବକ ଛାତ ରୁ ତଳକୁ ଗଳି ପଡ଼ିବା ସ୍ଥିତିରେ ରହିଛି।
ସେ ଛାତ ର ଶୀର୍ଷକୁ ଧରିଛି ଏବଂ ତାକୁ ଛାଡୁ ନାହିଁ। ପଡି ଯିବା ସ୍ଥିତିରେ ସେ ରହିଥିବାର ଦେଖି କିଛି ଯୁବକ ତଳେ ଘେରି ରହିଛନ୍ତି ତାକୁ ଧରିବା ପାଇଁ। ସମସ୍ତେ ବ୍ୟସ୍ତ ବିଚଳିତ ଥିବା ବେଳେ ଜଣେ ଯୁବକ କିନ୍ତୁ ଝରକା ଦେଇ ଛାତ ଉପରକୁ ଉଠି ଯାଉଛି। ବହୁତ ଶୀଘ୍ର ସେ ଛାତ ଉପରକୁ ଉଠି ଝୁଲି ହୋଇ ରହିଥିବା ଯୁବକଙ୍କ ହାତକୁ ଧରି ଉପରକୁ ଟାଣି ନେଇଛି ଏବଂ ଅଳ୍ପକେ ବର୍ତ୍ତି ଯାଇଛି ଉକ୍ତ ଯୁବକଙ୍କ ଜୀବନ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।