ଟିପ୍ ଟିପ୍ ବର୍ଷା ପାଣିରେ ନିଆଁ ଲଗାଇଲେ katrina kaif ଜମୁଛି ଅକ୍ଷୟ ଓ କ୍ୟାଟ୍ରିନାଙ୍କ କେମେଷ୍ଟ୍ରି…ଦେଖନ୍ତୁ ଭିଡ଼ିଓ

0

ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ ଫଲୋର ଅନେକ ରହିଛନ୍ତି। କାରଣ ସେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇ ଯାଇଛନ୍ତି। ତାଙ୍କର ନୂତନ ଫିଲ୍ମ ଆସୁବା ପାଇଁ ଦର୍ଶକ ମାନେ ଚାତକ ପକ୍ଷୀ ପରି ଅନେକ ରହିଥାନ୍ତି। ତେବେ ବନ୍ଧୁଗଣ ନିକଟରେ ସୂର୍ଯବଂଶୀ ଫିଲ୍ମ ନଭେମ୍ବର ୫ ତାରିଖରେ ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ନାୟକ ଭାବରେ ଅକ୍ଷୟ ନଜର ଆସିଛନ୍ତି। ହିରୋଇନ ଭୂମିକାରେ କ୍ୟାଟ୍ରିନା କୈଫ୍ ରହିଛନ୍ତି। ଆପଣ ମାନେ ସମସ୍ତେ ଜାଣିଛନ୍ତି। ଯେ କ୍ୟାଟ୍ରିନା ବଲିଉଡର ଜଣେ ଆଗ ଧାଡ଼ିର ନାୟିକା ଯାହାଙ୍କ ହସରେ ଟୋକା ଠାରୁ ବୁଢ଼ା ଯାଏ ସବୁ ଦିୱାନା ହୋଇଥାନ୍ତି।

କ୍ୟାଟ୍ରିନା କୈଫ୍ ଓ ଅକ୍ଷୟ କୁମାରଙ୍କ ଯୋଡିକୁ ଲୋକେ ବହୁତ ପସନ୍ଦ କରିଥାନ୍ତି। ତେବେ ନିକଟରେ ଯେଉଁ ନୂତନ ଫିଲ୍ମ ସୂର୍ଯବଂଶୀ ଆସିଛି। କ୍ୟାଟ୍ରିନା ଏବଂ ଅକ୍ଷୟ କୁମାରଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ତେବେ ଯଦି ଦେଖିବା ଫିଲ୍ମର ପ୍ରଥମ ଦିନରେ ୨୬ କୋଟିର ତବ୍ଲାତୋଡ ଓପେନିଙ୍ଗ ହୋଇଛି। ଫିଲ୍ମ ମେକର୍ସମାନେ ଏହାର ଚତୁର୍ଥ ଗୀତ ରିଲିଜ କରିଛନ୍ତି। ଯାହାର ନାମ ହେଉଛି, ଟିପି ଟିପି ବର୍ଷା ପାଣି, ତେବେ ଏହି ଗୀତଟିକୁ ନୂଆ ରିମେକ କରାଯାଇଛି। ଏହି ଟିପି ବର୍ଷା ପାଣି ଗୀତରେ ଗୀତରେ କ୍ୟାଟ୍ରିନା ଓ ଅକ୍ଷୟଙ୍କ ପ୍ରଦର୍ଶନକୁ ଦର୍ଶକ ଅନେକ ପ୍ରଶଂସା କରିଛନ୍ତି ।

ପ୍ରଥମ ଦିନରେ ଗୀତଟି ୟୁଟ୍ୟୁବରେ ରିଲିଜ୍ କରାଯାଇଥିଲା, ଭିଡ଼ିଓ ଅପଲୋଡ଼ ହେବା ପରେ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ। ଏହାକୁ ଅନେକ ପସନ୍ଦ ମଧ୍ୟ କରିଛନ୍ତି, ଗୋଟିଏ ଦିନରେ ମିଲିୟନ ମିଲିଅନ ଲୋକ ଦେଖିଛନ୍ତି। କମେଣ୍ଟ ବକ୍ସରେ ମଧ୍ୟ ଅନେକ ଗୁଡିଏ ପିଜେଟିଭ ରେସ୍ପୋନ ଆସୁଛି। ଅକ୍ଷୟ ଏହି ଗୀତଟିକୁ ରିମେକ କରି ଅନେକ ଖୁସି ଅନିଭବ କରିଛନ୍ତି। ତାଙ୍କ କହିବା କଥା ସେ କେବେବି ବିଶ୍ୱାସ କରିନଥିଲେ। ଯେ ଏହି ଗୀତକୁ ପୁରୁଣା ଚିରସବୁଜ ଗୀତଟି ପରି ଭଲ ପାଇବା ଦେବେ। ଟିପିଟିପି ବର୍ଷା ପାଣି ଗୀତଟି ମୋହରା ଫିଲ୍ମ ଅର୍ଜିନାଲ ଗୀତ, ଯେଉଁଥିରେ ଅକ୍ଷୟ କୁମାର ଓ ରବୀନା ଟଣ୍ଡନଙ୍କ ଅଭିନୟ କରିଥିଲେ। ରବୀନାଙ୍କ ଅଙ୍ଗଭଙ୍ଗୀ ସେତେବେଳେ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା।

 

View this post on Instagram

 

A post shared by Akshay Kumar (@akshaykumar)

ସେତେବେଳେ ଏହି ଗୀତଟିକୁ ଅନେକ ଭଲ ପାଇବା ଏବଂ ପ୍ରଶଂସା ମିଳିଥିଲା। ଅକ୍ଷୟ କୁମାର ଓ ରବୀନାଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ସୂର୍ଯବଂଶୀ ଫିଲ୍ମ ଏହି ଟିପି ଟିପି ବର୍ଷା ପାଣି ଗୀତଟିରେ କ୍ୟାଟ୍ରିନା ଙ୍କ ଲୁକ ଆଉ ଓଦା ଭିଜା ଶାଢୀରେ ଯେଉଁଭଳି ଡ୍ୟାନ୍ସ କରୁଛନ୍ତି। ଦର୍ଶକ ପାଗଳ ହୋଇଯାଉଛନ୍ତି, ଏହି ନୂତନ ଗୀତର ମ୍ୟୁଜିକ୍ ଦେଇଛନ୍ତି, ବିଜୁ ଶାହ କମ୍ପୋଜ୍ କରିଥିବା ବେଳେ ତନିଷ୍କ ବାଗ୍‌ଚୀ ଏହାକୁ ପୁର୍ନବାର ତିଆରି କରିଛନ୍ତି। ଯଦି ଦେଖିବା ତେବେ ଏହି ଗୀତକୁ ଆନନ୍ଦ ବକ୍ସୀ ଓ ତନିଷ୍କ ବାଗଚୀ ଲେଖିଛନ୍ତି। କଣ୍ଠଦାନ କରିଛନ୍ତି ଉଦିତ୍ ନାରାୟଣ ଓ ଅଲକା ୟାଗନିକ୍, ତେବେ ଏହି ଗୀତଟି ବେଶ ଲୋକାଦୃତ ହୋଇପାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।