ତିରୁପତି ବାଲାଜୀ ଙ୍କର ଅପୂର୍ବ ରହସ୍ୟ NASA ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା,ଆସନ୍ତୁ ଜାଣିବା ସମସ୍ତ ଆଶ୍ଚର୍ଯ୍ୟ କର କଥା

0

ଦର୍ଶକବନ୍ଧୁ ଆପଣ ମାନେ କଣ ଜାଣିଛନ୍ତି କି ତିରୁପତି ବାଲାଜୀ ମନ୍ଦିରରେ ଯେଉଁ ମୂର୍ତ୍ତି ସ୍ଥାପନା କରା ଯାଇଛି ତାହା ପ୍ରକୃତରେ ଭଗବାନଙ୍କ ମୂର୍ତ୍ତି ଅଟେ। ଏହାକୁ କେବେ ମଧ୍ୟ କେହି ତିଆରି କରି ନାହାନ୍ତି। ବରଂ ଏହା ସ୍ଵୟଂ ପ୍ରକଟ ହୋଇଥିଲା। ଏହାଛଡା ଆପଣ ମାନେ କଣ ଏହା ଜାଣିଛନ୍ତି କି ଏହି ମନ୍ଦିରରେ ବିରାଜମାନ ଥିବା ଭେଙ୍କଟେଶ୍ୱର୍ ସ୍ଵାମୀଙ୍କ ମୁଣ୍ଡରେ ଲଗା ଯାଇଥିବା ଚୁଟି ତାଙ୍କର ପ୍ରକୃତ ଚୁଟି ଅଟେ। ଆପଣ ମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଚୁଟି କେବେ ମଧ୍ୟ ଅଡ଼ୁଆ ହୁଏ ନାହିଁ। ବରଂ ଏହା ସବୁବେଳେ ସୁନ୍ଦର୍ ଭାବରେ ରହିଥାଏ।

ସମସ୍ତେ ଜାଣିଛନ୍ତି ଯେ ଦକ୍ଷିଣ ଭାରତର ଏହି ମନ୍ଦିର ବହୁତ ଭବ୍ୟ ଏବଂ ପ୍ରସିଦ୍ଧ ମଧ୍ୟ ଅଟେ। ତିରୁପତି ବାଲାଜୀ ଙ୍କ ମନ୍ଦିର ସର୍ବାଧିକ ପ୍ରସିଦ୍ଧ ମନ୍ଦିର ମାନଙ୍କ ଭିତରେ ଅନ୍ୟତମ ଅଟେ।ଏହା ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱର ବାଲାଜୀ ଙ୍କ ମନ୍ଦିର ଅଟେ ଯାହା ପ୍ରଭୁ ବିଷ୍ଣୁଙ୍କ ଅବତାର ବୋଲି ମଧ୍ୟ କୁହାଯାଏ।

ଆନ୍ଧ୍ରପ୍ରଦେଶ ର ଚିତୋର ଜିଲ୍ଲାରେ ଅବସ୍ଥିତ, ଏହାର ଦକ୍ଷିଣରେ ଅବସ୍ଥିତ ପୋଖରୀ ତିରୁମାଲା ପାଖରେ ଏହା ତିଆରି କରା ଯାଇଛି। ଏହାର ଚତୁର୍ପାଶ୍ୱରେ ଥିବା ପାହାଡ ସପ୍ତ ନାଗଙ୍କ ସମାହାରରେ ହୋଇ ଥିବାରୁ ଏହାକୁ ସପ୍ତଗିରି ପାହାଡ଼ ବୋଲି କୁହା ଯାଇଥାଏ।ଏହି ମନ୍ଦିରର ଇତିହାସ ପଞ୍ଚମ ଶତାବ୍ଦୀ ରୁ ଆରମ୍ଭ ହୋଇଚି।

ଏହି ମନ୍ଦିର ସବୁ ଧର୍ମ ପାଇଁ ଖୋଲା ଅଟେ। ତେବେ ଆପଣ ଜାଣି ରଖନ୍ତୁ କି ଏଠାରେ ବିରାଜମାନ ଭଗବାନ ବାଲାଜୀ ଙ୍କ ମୂର୍ତ୍ତି କୁ କେହି ତିଆରି କରି ନାହାନ୍ତି। ବରଂ ଏହି ମୂର୍ତ୍ତି ଏଠାରେ ସ୍ଵୟଂ ପ୍ରକଟ ହୋଇଛି। ବାଲାଜୀ ଙ୍କ ଏହି ମୂର୍ତ୍ତି ରେ ଖଣ୍ଡିଆ ର ଏକ ଚିହ୍ନ ରହିଛି।ଯାହା ଔଷଧ ରୂପରେ ଚନ୍ଦନକୁ ଲଗାଯାଏ।

ବାଲାଜୀ ଭଗବାନଙ୍କ ମୁଣ୍ଡ ଉପରେ ପ୍ରକୃତ ରେଶମୀ ଚୁଟି ରହିଛି।ଆଉ ଏହି ଚୁଟିର ବିଶେଷତା ଏହା କେବେ ମଇଳା ଏବଂ ଅଡ଼ୁଆ ହୁଏ ନାହିଁ।ଏହା ସବୁବେଳେ ସଫା ଏବଂ ସୁନ୍ଦର୍ ଦେଖାଯାଏ।ଏହି ମନ୍ଦିରରେ କେଶ ଦାନ କରିବାର ବହୁତ ବଡ଼ ପରମ୍ପରା ରହିଛି।ସେହି ଅନୁସାରେ ମାନସିକ ପୂରଣ ହେବା ପରେ ଲୋକେ ଏଠାରେ କେଶ ଦାନ କରିଥାନ୍ତି।

ଏହାର ଏକ ଗୁରୁତ୍ବପୂର୍ଣ୍ଣ ଅର୍ଥ ରହିଛି କି ଚୁଟି ସହିତ ନିଜର ଖରାପ୍ ଗୁଣ, ଗର୍ବ, ଅହଂକାର ଆଦିକୁ ସମର୍ପଣ କରିଦେବା। ପ୍ରାୟତଃ ୨୦ ହଜାର ଲୋକ ପ୍ରତିଦିନ ଏଠାରେ କେଶ ଦାନ କରିଥାନ୍ତି। ମନ୍ଦିର ର ପ୍ରତିମା କୁ ଭଲ ଭାବରେ ଶୁଣିଲେ ଏଠାରେ ସମୁଦ୍ର ଲହଡ଼ି ର ଶବ୍ଦ ଶୁଣିବାକୁ ମିଳିଥାଏ। ବାଲାଜୀଙ୍କ ମୂର୍ତ୍ତି ସର୍ବଦା ଶାନ୍ତ ଥାଆନ୍ତି ଏବଂ ଏହା କାହିଁକି ଅଟେ ଆଜି ପର୍ଯ୍ୟନ୍ତ ଏହାର କାରଣ ଜଣା ପଡ଼ିନାହିଁ। ଯାହା ଏବେବି ରହସ୍ୟମୟ ହୋଇ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।