ବର୍ତ୍ତମାନ ସମୟରେ ମନୁଷ୍ୟ ଟେକ୍ନୋଲୋଜିର ଅନ୍ତିମ ସ୍ଥାନରେ ପହଞ୍ଚିଛି। ଆଧୁନିକତାର ଯେତେ ଆଗକୁ ଯାଇଥିଲେ ମଧ୍ୟ ପ୍ରକୃତି ପାଖରେ ସବୁ ହାର ମାନିଥାଏ। ପ୍ରାକୃତିକ ଦୁର୍ବିପାକ କେତେବେଳେ କେଉଁ ପରିସ୍ଥିତିରେ ଘଟିବ ତାହା କେହି କହି ପାରିବେ ନାହିଁ। ତାହା ପ୍ରକୃତି ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ସମୟରେ ମଣିଷ କୃତ ଟେକନ୍ନଲୋଜି ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବ ସୂଚନା ମିଳିପାରିଥାଏ। ପ୍ରତି ବର୍ଷ ମୌସୁମୀ ବାୟୁ ପରିବର୍ତ୍ତନ ହେବା ଫଳରେ ବନ୍ୟା, ବାତ୍ୟା ଓ ବର୍ଷା ହୋଇଥାଏ। ତେବେ ପ୍ରବଳରୁ ଅତି ପ୍ରବଳ ଭାବରେ ବର୍ଷା ହେଲେ ସେଥିପାଇଁ ସବୁ ଗାଡ଼ିଆ, ପୋଖରୀ ଓ ନଦୀରେ ଭରପୁର ହୋଇ ଯାଇ ଥାଏ।
ପାଣିର ସେହି ଭୟଙ୍କର ପାଣିକୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ। ତେବେ ବିପର୍ଯ୍ୟୟ ବେଳେ ବେଳେ ଉଗ୍ରରୂପ ଧାରଣ କରିଥାଏ। ଅନେକ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଆପଣ ମାନେ ଜାଣିଥିବେ। ତେବେ ବର୍ତ୍ତମାନ ସମୟରେ ଆନ୍ଦ୍ରପ୍ରଦେଶ ବର୍ଷା ଯୋଗୁଁ ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଦେଖିବା ପାଇଁ ମିଳୁଛି। ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଁଚୁଛି। ଯାହାକି ପାହାଡ଼ ଭାଙ୍ଗି ତିରୁପତି ମନ୍ଦିରରେ ପାଣି ପସିଛି ଏବଂ ଅନେକ କିଛି କ୍ଷତି ହୋଇଛି।
ଆନ୍ଧ୍ରପ୍ରଦେଶରେ କିଛି ଦିନ ଧରି ଲଗାତାର ମୁଶଳ ଧାରାରେ ବର୍ଷା ହୋଇଥଥିଲା। ତେବେ ବର୍ଷା ର ପ୍ରଭାବରେ ସବୁ ସ୍ଥାନରେ ପାଣି ଜମି ଯାଇଥିଲା। ସେଠାରେ ବର୍ତ୍ତମାନ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି। ସେଠାରେ ଲୋକ ମାନଙ୍କ ଅବସ୍ଥା ସଙ୍କଟ ପନ୍ନ ହୋଇଛି। ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଦୃଶ୍ୟ ଦେଖିବା ପାଇଁ ମିଳୁଛି। କେଉଁଠି ଅତି ଦୟନୀୟ ଭାବରେ ସମସ୍ତ ପଶୁ ପକ୍ଷୀ ଏବଂ ମଣିଷ ମାନେ ମଧ୍ୟ ଭାସି ଯାଉଛନ୍ତି। ଯୁଆଡେ ଚାହିଁବ କେବଳ ପାଣି ହିଁ ପାଣି। ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି, ଲୋକମାନେ ପାଣି ଘେରରେ ରେ ରହିଛନ୍ତି। ଆକାଶ ମାର୍ଗରୁ ହେଲିକ୍ୟାପ୍ଟର ଯୋଗେ ପାଣି ଘେରରେ ଫଶି ରହିଥିବା ଲୋକ ମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିଛନ୍ତି।
ତେବେ ଏମାନଙ୍କ ମଧ୍ୟରୁ ଗୋଟିଏ ପରିବାର ରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥି ମଧ୍ୟରୁ ୨ ଜଣ ଛୋଟ ଶିଶୁ ଥିବା ଶୁଣିବା ପାଇଁ ମିଳିଛି। ଯାହାବି ହେଉ ତିରୁପତି ମନ୍ଦିର ଭିତରେ ପାଣି ଅଧିକାଂଶ ବୁଡ଼ି ଯାଇଛି। ମନ୍ଦିର ଭିତରେ ପାଣି ପଶିବାର ମୁଖ୍ୟ କାରଣ ହେଉଛି। ନିକଟରେ ଥିବା ପାହାଡ଼ ରେ ଅତ୍ୟଧିକ ମାତ୍ରାରେ ବର୍ଷା ପାଣି ଜମି ରହିଥିଲା। ପାହାଡ଼ ଭାଙ୍ଗି ପ୍ରାଖର ଭାବରେ ପାଣି ସୁଅ ଚାଲିଥିଲା। ବନ୍ଧୁଗଣ ଆପଣ ମାନେ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ ଯେପରି ସମସ୍ତ ପ୍ରକାର ବିପଦ ଟଳିଯାଉ। ଖୁବ୍ଶୀଘ୍ର ଲୋକ ମାନେ ନିଜର ସାଧରଣ ଅବସ୍ଥାକୁ ଫେରି ଅସନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।