ଦେଖନ୍ତୁ ଭିଡ଼ିଓ – ଟିଉସନ ସାରଙ୍କ କଳା କାରନାମା, ନାବାଳିକା ଛାତ୍ରୀଙ୍କୁ ଟିଉସନ କରିବା ବାହାନାରେ ପ୍ରତିଦିନ ରାତିରେ କରୁଥିଲେ…

0

କୁହାଯାଏ ଗୁରୁ ଶିଷ୍ୟ ଙ୍କ ଭିତରେ ଥିବା ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ନିଆରା ଅଟେ। ବାପା ମାଆ ଙ୍କ ତାଙ୍କ ସନ୍ତାନ ସହ ଯେଉଁଭଳି ସମ୍ପର୍କ ରହିଥାଏ ତା ଠାରୁ ବି ଅଧିକ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ। ଜଣେ ଗୁରୁ ତାର ଶିଷ୍ୟ ଅଜ୍ଞାନ ରୂପକ ଅନ୍ଧକାର ରୁ ଜ୍ଞାନ ରୂପକ ଆଲୋକ ଭିତରକୁ ଆଣିଥାନ୍ତି। କିନ୍ତୁ ଆଜିର ସମାଜରେ ଏହିଭଳି ଏକ ଅଭିନବ ସମ୍ପର୍କ ଭିତରେ ମଧ୍ୟ ଆଉ ପବିତ୍ରତା ରହି ନଥିବା ଦେଖିବାକୁ ମିଳୁଛି।ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ଏକ ଭିନ୍ନ ତାରତମ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି।

ପୂର୍ବ କାଳର ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ଏବେ ପ୍ରାୟତଃ କ୍ଵଚିତ ଦେଖିବାକୁ ମିଳୁଛି ବା ଆଦୌ ଦେଖିବାକୁ ମିଳୁନାହିଁ। ଆଜିର ଏହି ଅତ୍ୟାଧୁନିକ ବାତାବରଣ ର ପ୍ରଭାବ ରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ବନ୍ଧନ ତଥା ସମ୍ପର୍କ ରେ ମଧ୍ୟ କଳଙ୍କ ପରିଲକ୍ଷିତ ହେଉଛି। କୁହାଯାଏ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲା ଙ୍କର ପଥଦର୍ଶକ ଏବଂ ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ପୁଅ ଝିଅ ଭଳି ଦେଖିଥାନ୍ତି।

ପିଲା ମାନଙ୍କର ପଥ ପଦର୍ଶକ ହୋଇ ସେମାନଙ୍କୁ ତାଙ୍କର ଜୀବନ ର ମହତ୍ତ୍ୱ ବୁଝାଇବା ସହିତ ନୈତିକତା ର ବାର୍ତ୍ତା ଦେବା ସେମାନଙ୍କ କର୍ତ୍ତବ୍ୟ ହୋଇଥାଏ। କିନ୍ତୁ ଏମିତି ଅନେକ ଗୁରୁ ଏମିତି ବହୁରୂପୀ ସାଜିଛନ୍ତି ଯେଉଁମାନେ ଏସବୁ କଥାକୁ ପାସରି ନିଜର ଘୃଣ୍ୟ କାମନା ବାସନା କୁ ପୂରଣ କରିବା ପାଇଁ ନିଜର ପୁଅ ଝିଅ ସଦୃଶ ଛାତ୍ରଛାତ୍ରୀ ଙ୍କ ଜୀବନକୁ ମଧ୍ୟ ନଷ୍ଟ କରି, ତାଙ୍କ ଭବିଷ୍ୟତ ସହିତ ଖେଳିବାକୁ ପଛାଉ ନାହାନ୍ତି।

ସେହିଭଳି ଏକ ଲଜ୍ଜିତ କଲା ଭଳି ଘଟଣା ଏବେ ନିକଟରେ ଘଟିଛି ଯାହା ଶୁଣିଲା ପରେ ଆପଣ ବି ଭାବିବାକୁ ବାଧ୍ୟ ହେବେ ବାସ୍ତବରେ ଏବେର ସମାଜର ରୂପରେଖ କିଭଳି ପରିବର୍ତ୍ତନ ହେବାରେ ଲାଗିଛି।ଏହି ଘଟଣାଟି ଘଟିଛି ଜଗତସିଂପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ।ଏଠାରେ ଜଣେ ଟ୍ୟୁସନ୍ ମାଷ୍ଟର ଜଣେ ନାବାଳିକାକୁ ପାଠ ପଢ଼ାଇବା କୁ ଯାଇ ତା ସହ ଦୁଷ୍କର୍ମ କରି ଶେଷରେ ଗର୍ଭବତୀ କରି ଦେଇଛନ୍ତି।ଏବେ ନାବାଳିକା ର ଅଭିଯୋଗ ପରେ ପୋଲିସ୍ ଅଭିଯୁକ୍ତ ମାଷ୍ଟର କୁ ଗିରଫ କରିଛି।

ମଙ୍ଗରାଜପୁର ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ନାବାଳିକାକୁ ପଢ଼ାଉଥିବା ବେଳେ ତାକୁ ଦୁଷ୍କର୍ମ କରି କାହାକୁ ଏକଥା କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ।ପରେ ଛାତ୍ରୀ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ କିଛି ଲୋକେ ତାକୁ ରକ୍ଷା କରିଥିଲେ।ପରେ ଘଟଣା ସମ୍ପର୍କରେ ଜାଣିବା ପରେ ଛାତ୍ରୀ ଙ୍କୁ କୁଜଙ୍ଗ ହସ୍ପିଟାଲ୍ ରେ ଭର୍ତି କରିବା ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।