ଦେଖନ୍ତୁ ଭିଡ଼ିଓ – ତୋ ବାପା କୋଟି କୋଟି ଟଙ୍କା କମାଉଛି ବୋଲି ଚପଳ ପୁଅଝିଅଙ୍କୁ ନେଇ ଦାମିକିଆ ନିଶା ଖାଇ ନଟର ପଟର ହଉଛୁ..Sura on Aryan

ବର୍ତ୍ତମାନ ଆଜିକାଲି ଦୁନିଆରେ ବହୁ ମାତ୍ରାରେ ଅନ୍ୟାୟ ଓ ଅପରାଧିକ କାର୍ଯ୍ୟ ଦେଖିବାକୁ ମିଳୁଛି। ସବୁ ଠାରୁ ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖି ବାକୁ ମିଳିଥାଏ। ସେମାନଙ୍କ କାହାକୁ ବି ମନରେ ଭୟ କରନ୍ତି ନାହିଁ ବା ଏଥି ସହ କାହାରିକୁ ମଧ୍ୟ ଖାତିର କରନ୍ତି ନାହିଁ ଓ ସେମାନେ ଭାବି ନେଇ ଥାଆନ୍ତି ଯେ, ଯେମିତି ଆଇନ ତାଙ୍କ ହାତ ମୁଠାରେ ରହିଛି। ବେଳେ ବେଳେ ସେଲିବ୍ରେଟି ମାନେ ବା ତାଙ୍କ ପରିବାରର ସଦସ୍ୟ ମାନେ ମଧ୍ୟ ଏଭଳି କାର୍ଯ୍ୟ ଲିପ୍ତ ରହି ଥିବାର ଦେଖିବାକୁ ମିଳୁଛି। ଯେଉଁ ମାନେ ଏଭଳି କାର୍ଯ୍ୟ କରନ୍ତି ସେମାନଙ୍କୁ ଉଚିତ ଦଣ୍ଡ ମଧ୍ୟ ଦିଆ ଯାଇଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଆରିୟାନ ଖାଁ ଜେଲରେ ଅଛନ୍ତି ବୋଲି ସୁର ବାବୁ କହିଛନ୍ତି ଯେ, ତାଙ୍କୁ ଜେଲ ହେଇଛି ଠିକ ହୋଇଛି। ତେବେ ବନ୍ଧୁଗଣ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବ;

ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବି ସମୀର ୱାଖଂଡେଙ୍କ ହାତରେ ଧରା ପଡିଥିଲେ। ସେଥିପାଇଁ ବର୍ତ୍ତମାନ ସେ ମୁମ୍ବାଇର ଆର୍ଥିରୋଡ଼ ଜେଲରେ ଅଛନ୍ତି। ଏହି ଘଟଣା ଉପରେ ଜଟଣୀ ବିଧାୟକ ସୁର ସାମନ୍ତରାୟ ଆରୀୟନ ଖାଁ ଙ୍କ ଉପରେ କହିଛନ୍ତି ଯେ, ବଲ୍ଲୀଉଡ଼ ଅଭିନେତା ଶାହାରୁକ ଖାଁ ଙ୍କର ଅଧିକ ଟଙ୍କା ରୋଜଗାର କରୁଛନ୍ତି ବୋଲି, ନିଜ ପୁଅ ଆଜି ଏଭଳି କାର୍ଯ୍ୟ କରିଛନ୍ତି।

ତେବେ ଯେଉଁ ନିଶା ଦ୍ରବ୍ଯ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ, ସେ ସେହି ଅଧିକ ଦାମର ନିଶା ଦ୍ରବ୍ୟ କିଣି ଓ ତାହାକୁ ସେବନ କରୁଛି ଓ ଏଥି ସହିତ ପୁଅ ଓ ଝିଅ ପିଲା ମାନଙ୍କୁ ମଧ୍ୟ ନିଶା ଦ୍ରବ୍ୟ ସେବନ କରିବା ପାଇଁ ଦେଉଛି। ଆଉ ସୁନ୍ଦରୀ ଝିଅ ମାନଙ୍କ ସହିତ ସବୁବେଳେ ସମୟ ବିତାଇ ସେମାନଙ୍କ ସହିତ ମଉଜ ମଜଲିସ କରି ଜୀବନକୁ ଉପଭୋଗ କରୁଛି। ଯାହା ଫଳରେ କି ନିଜେ ଖରାପ ହେବା ସହିତ ଝିଅ ପିଲା ମାନଙ୍କୁ ମଧ୍ୟ ଖରାପ କରି ଦେଉଛି ଓ ତାଙ୍କ ଜୀବନକୁ ମଧ୍ୟ ବର୍ବାଦ କରି ଦେଉଛି।

ସେମାନେ ଭାରତୀୟ ଲୋକ ମାନଙ୍କୁ ଏହି ଭଳି ଭାବରେ ନଷ୍ଟ କରି ଦେଉଛନ୍ତି। ଏଥି ସହିତ ସୁର ବାବୁ ଆହୁରି କହିଛନ୍ତି ଯେ, ସେ ଜେଲରେ ଅଛନ୍ତି ବୋଲି ଠିକ ହୋଇଛି। ଏଭଳି ପିଲାକୁ ନିହାତି ଜେଲର ଅଵଶ୍ୟକତା ରହିଛି। ସେହି ଜେଲ ଭିତରେ ଆହୁରି କିଛି ଦିନ ରହୁ ବୋଲି ସେ କହିଛନ୍ତି। ସେଠାରେ କିଛି ଦିନ ରହିବା ପରେ ଯେତେବେଳେ ନିଜେ କଷ୍ଟ ଅନୁଭବ କରିବେ, ଏହା ପରେ ଯାଇଁ ସେ ଜେଲରୁ ବାହାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment