ଟ୍ରାଫିକ ପୋଲିସଙ୍କ ମାନବିକତା, ଚେତାଶୂନ୍ୟ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ସୁସ୍ଥ କରି ଘରକୁ ଫେରାଇଲେ, ଦେଖନ୍ତୁ ଭିଡ଼ିଓ

0

ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବା ପାଇଁ ମିଳିଥାଏ। ଆଜିକାଲି କିଛି ଲୋକ ମାନଙ୍କ ନିକଟରେ ମାନବିକତା ପଣିଆ ରହିଛି। ଯେଉଁ ଲୋକ ମାନେ ଅସୁବିଧାରେ ପଡି ଥାଆନ୍ତି, ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଧାଇଁ ଯାଇ ଥାଆନ୍ତି। ସେମାନେ କେବେ ହେଲେ କାହାରି ଦୁଃଖ କଷ୍ଟ ଦେଖି ସହି ପାରନ୍ତି ନାହିଁ, ସେଥିପାଇଁ ସେମାନେ ସବୁବେଳ ପାଇଁ ପର ଉପକାରୀ ହୋଇ ଥାଆନ୍ତି। ତେବେ ନିକଟରେ ଏଭଳି ଏକ ଘଟଣା ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଟ୍ରାଫିକ ପୋଲିସ ଜଣେ ମହିଳାଙ୍କୁ ଉଦ୍ଧାର କରି ଘରକୁ ଫେରାଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଭଦ୍ରକ ସହରର ବନ୍ତ ଛକ ନିକଟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଖଇରା ଥାନା ଅନ୍ତର୍ଗତ ଡୁଙ୍ଗୁରା ଅଞ୍ଚଳର ଜଣେ ମହିଳା ବନ୍ତ ଛକ ନିକଟ ଦେଇ କୌଣସି ଏକ ସ୍ଥାନକୁ ଯାଉଥିଲେ। ମହିଳା ଜଣଙ୍କ ଯିବା ବାଟରେ ହଠାଥ ମୁଣ୍ଡ ବୁଲାଇବାରୁ ରାସ୍ତା ଉପରେ ପଡି ଯାଇ ଥିଲେ ଓ ଯାହା ଫଳରେ କି ବେହୋସ ହୋଇ ଯାଇ ଥିଲେ। ସେଠାରେ ଥିବା ଲୋକ ମାନେ ଏହି ଘଟଣାକୁ ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ କେହି ହେଲେ ଆସୁ ନଥିଲେ। ଠିକ ସେହି ସମୟରେ ଏହି ଘଟଣାକୁ ଦେଖି ଚନ୍ଦନ ଜେନା ନାମକ ଜଣେ ଯୁବକ ଯିଏ କି ଟ୍ରାଫିକ ଡିଉଟିରେ ରହି ଥାଆନ୍ତି।

ତେବେ ଟ୍ରାଫିକ ପୋଲିସ କନେଷ୍ଟବଳ ଜଣଙ୍କ ମହିଳାଙ୍କୁ ଦେଖି ଯଥା ଶୀଘ୍ର ତାଙ୍କୁ ରାସ୍ତାରୁ ଉଠାଇ ଆଣିଥିଲେ। ତେବେ ଏହା ପରେ ସେ ମହିଳାଙ୍କୁ ଆଣି ତାଙ୍କ ବୁଢ଼ା ଆଙ୍ଗୁଠିକୁ ଚିପି ଧରି ଥିଲେ। ସେମିତି କିଛି ସମୟ ଚିପି ଧରିବା ପରେ ମହିଳାଙ୍କ ଚେତା ଆସି ଯାଇ ଥିଲା। ଏହା ପରେ ଟ୍ରାଫିକ ପୋଲିସ କନେଷ୍ଟବଳ ଜଣଙ୍କ ମହିଳାଙ୍କୁ ପାଣି ପିଆଇ ଓ ତାଙ୍କ ମୁହଁରେ ପାଣି ଛିଞ୍ଚି ସୁସ୍ଥ କରାଇ ଦେଇଥିଲେ। ଏହା ପରେ ତାଙ୍କୁ ବସ ଯୋଗେ ମହିଳାଙ୍କ ଘରକୁ ପଠାଇ ଦେଇଥିଲେ। ତେବେ ସେହି ମହିଳାଙ୍କ ବାତ ରୋଗ ଅଛି ବୋଲି ଜଣା ପଡ଼ିଛି। ଟ୍ରାଫିକ ପୋଲିସଙ୍କ ଏଭଳି ମହାନତା କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଯେଉଁ ଲୋକ ମାନେ ଅସୁବିଧାରେ ସମ୍ମୁଖିନ ହୋଇଥିବେ, ସେମାନଙ୍କୁ ସବୁବେଳେ ପାଇଁ ସାହାଯ୍ୟ ଓ ସହଯୋଗ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।