ଦେଖନ୍ତୁ ଭିଡ଼ିଓ – ଟ୍ରାଏଲ ରୁମରେ CCTV କ୍ୟାମେରା, ଭିଡ଼ିଓ ଟି ଏବେ ସୁଦ୍ଧା ୫୬ ହଜାର ଲୋକ ଦେଖି ସାରିଲେଣି….

0

ସପିଙ୍ଗ କରିବା ସବୁ ମହିଳା ମାନଙ୍କ ଅଭ୍ୟାସ ରେ ଥାଏ। କିନ୍ତୁ ସପିଙ୍ଗ କରି ପୋଷାକ କିଣି ସାରିବା ପରେ ସେହି ପୋଷାକ ଠିକ୍ ହେଉଛି କି ନାହିଁ ସେଥିପାଇଁ ସବୁ ମହିଳା ଦ୍ଵନ୍ଦ ରେ ଥାଆନ୍ତି। ଡ୍ରେସ୍ ଠିକ୍ ଭାବେ ଫିଟିଂ ହେଉଛି କି ନାହିଁ ସେଥିପାଇଁ ବାରମ୍ବାର ଟ୍ରାଏଲ୍ ରୁମ୍ ରେ ଟ୍ରାଏ କରନ୍ତି। କିନ୍ତୁ ଏହି ସମୟ ରେ ଏହି ଭୟ ବି ମନରେ ଆସିଥାଏ ଯେ ଏଠି କେଉଁଠି ଗୁପ୍ତ କ୍ୟାମେରା ଲାଗି ନାହିଁ ତ। ଏଭଳି ପରିସ୍ଥିତି କୁ ସବୁ ମହିଳା ମାନଙ୍କୁ ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଯଦି ଟିକେ ବି ଅସାବଧାନତା ଅବଲମ୍ବନ କରିବା କିଛି ବଡ଼ ଅଘଟଣା ଘଟି ଯାଇପାରେ ।

ତେଣୁ ବେଳରୁ ସାବଧାନ ରହିଲେ ବହୁତ୍ ଭଲ ଯାହା ଫଳରେ ପରିସ୍ଥିତି କୁ ଭଲ ଭାବରେ ସାମ୍ନା କରି ପାରିବା । ତେବେ ଆଜି ଆମେ ଏହି ଲେଖା ମାଧ୍ୟମରେ ଜାଣିବା ଯେ ଟ୍ରାଏଲ ରୁମ୍ , ବାଥରୁମ୍ ଓ ହୋଟେଲ୍ ରୁମ ଆଦିରେ କ୍ୟାମେରା ଲାଗିଚି କି ନାହିଁ ।

ପ୍ରଥମ ଯଦି ଆପଣ ଙ୍କୁ ସନ୍ଦେହ ହେଉଛି ରୁମ୍ ରେ କ୍ୟାମେରା ଲାଗିଛି ତେବେ ରୁମ୍ ଲାଇଟ୍ ବନ୍ଦ କରି ଦିଅନ୍ତୁ। ଲାଇଟ୍ ବନ୍ଦ କରିବା ପରେ ଦେଖନ୍ତୁ ସେଠାରେ ଗ୍ରୀନ କିମ୍ବା ରେଡ ଲାଇଟ୍ ଦେଖା ଯାଉଛି କି ନାହିଁ ।

ଦିତୀୟ ରେ ମୋବାଇଲ ନେଟୱର୍କ , ଟ୍ରାଏଲେ ରୁମ୍ ରେ ସବୁବେଳେ ଦେଖନ୍ତୁ ଯେ ଆପଣ ଙ୍କ ମୋବାଇଲ ରେ ନେଟୱର୍କ ଅଛି କି ନାହିଁ । କାରଣ ଯେଉଁଠି ହିଡେନ କ୍ୟାମେରା ଥାଏ ସେଠାରେ ମୋବାଇଲ ନେଟୱର୍କ କାମ କରେ ନାହିଁ। ଏମିତି ବି ମୋବାଇଲ ନେଟୱର୍କ ନ ଆସିବା ର ବହୁତ୍ କାରଣ ଥାଏ ସେସବୁ କୁ ଯାଞ୍ଚ୍ କରନ୍ତୁ।

ତୃତୀୟ ରେ ଫଟୋ କ୍ଲିକ୍ କରି ଦେଖନ୍ତୁ , ଯଦି ଆପଣ ଙ୍କୁ ଅନୁଭବ ହୁଏ ଯେ ଟ୍ରାଏଲ ରୁମ୍ ରେ କ୍ୟାମେରା ରହିଛି ତାହେଲେ ନିଜ ଫୋନ୍ ରେ ଫଟୋ କ୍ଲିକ୍ କରନ୍ତୁ। ଯଦି ଫଟୋ କ୍ଲିକ୍ କରିବା ସମୟ ରେ ମୋବାଇଲ ରୁ କିଛି ବିରକ୍ତିକର ଶବ୍ଦ ବାହାରୁ ଥାଏ ତାହେଲେ ବୁଝି ନିଅନ୍ତୁ ରୁମ୍ ରେ କ୍ୟାମେରା ଲାଗିଛି ।

ଚତୁର୍ଥ ରେ ମିରର ରେ ଦେଖନ୍ତୁ , ଆଜି କାଲି ଏମିତି ଦର୍ପଣ ଆସୁଛି ଯେଉଁଠି କ୍ୟାମେରା ଲଗା ଯାଇପାରେ । ଏମିତି ରେ ଦର୍ପଣ ଉପରେ ଆଙ୍ଗୁଳି ରଖନ୍ତୁ ଆଉ ଦେଖନ୍ତୁ ଯେ ଆଙ୍ଗୁଳି ମଝିରେ ଗ୍ୟପ ରହିଛି ନା ଯୋଡ଼ି ହୋଇ ରହୁଛି ତାହେଲେ ଜାଣି ନିଅନ୍ତୁ ଦର୍ପଣ ପଛରେ କ୍ୟାମେରା ଲାଗିଛି।

ପଞ୍ଚମ ରେ ଫୋନ୍ ରେ ଏକ ଆପ କୁ ଡାଉନଲୋଡ୍ କରନ୍ତୁ , ହିଡେନ କ୍ୟାମେରା ବିଷୟ ରେ ଜାଣିବା ପାଇଁ ଫୋନ୍ ରେ ବଡିଗର୍ଡ ନାମକ ଏକ ଆପ କୁ ଡାଉନଲୋଡ୍ କରନ୍ତୁ। ଏହି ଆପ କୁ ଓପନ କରି ଟ୍ରାଏଲ ରୁମ୍ ରେ ବୁଲାନ୍ତୁ ଯଦି ଲାଲ୍ ରଙ୍ଗର ବତି ଜଳୁଛି ତେବେ ରୁମ୍ ରେ କ୍ୟାମେରା ଲାଗିଛି।

ତେବେ ଯଦି ଆପଣ ଏହି ସବୁ ସାବଧାନତା ଅବଲମ୍ବନ କରୁଛନ୍ତି ତେବେ କୌଣସି ଏକ ବଡ଼ ବିପଦ ରୁ ବଞ୍ଚି ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।