ଟ୍ରେନ ଭିତରେ ବିକଳ ଭାବେ କାନ୍ଦୁଛନ୍ତି TTE ଦୀନେଶ କୁମାର, ପୁରା ଘଟଣା ଜାଣିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏପରି ଏକ ଭାଇରାଲ ଭିଡିଓ ବର୍ତ୍ତମାନ ସେସିଆଲ ମିଡ଼ିଆକୁ ଆସିଛି ଯାହାକୁ ଦେଖିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ | ତେବେ ଘଟଣା ରୁ ଯାହା ଜଣା ପଡୁଛି କି ଟ୍ରେନ ଭିତରେ ଭୋ ଭୋ ହୋଇକି କାନ୍ଦୁଛନ୍ତି ଜଣେ ବୟସ୍କ ବୃଦ୍ଧ ଜଣଙ୍କ | ତେବେ ସେହି କାନ୍ଦୁଥିବା ବୃଦ୍ଧ ଜଣଙ୍କ ଆଉ କେହି ନୁହନ୍ତି ସେ ହେଉଛନ୍ତି ସେହି ଟ୍ରେନ ରେ ଯାତ୍ରୀ ମାନଙ୍କର ଟିକେଟ ଚେକ କରୁଥିବା ଟିଟିଇ | ତେବେ ସେ କାହିଁକି ଏମିତି କାନ୍ଦୁଛନ୍ତି ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |

ତେବେ ଭାଇରାଲ ହେଇଥିବା ସେହି ଭିଡିଓରୁ ଜଣା ପଡିଛି ଯେ ଟିଟିଇ ଜଣଙ୍କ ଟିକେଟ ଚେକ କରୁଥିଲେ , ଆଉ ତାପରେ ତାଙ୍କୁ ମାଡ଼ ମରା ଯାଇଥିଲା | ଆଉ ତାଙ୍କୁ ବହୁତ ଟର୍ଚ୍ଚର ମଧ୍ୟ କରା ଯାଇଥିଲା, ଆଉ ଯାହା ପାଇଁ ଆଜି ଟିଟିଇ ଜଣଙ୍କ ଏପରି କାନ୍ଦୁଥିଲେ, ଆଉ ତାଙ୍କୁ ମାରିଥିବା ଲୋକ ଜଣଙ୍କ ମଧ୍ୟ ଟ୍ରେନ ରେ ଜଣେ ଅଧିକାରୀ | ତେବେ ରେଲୱେ ରେ ପୋଲିସ ବିଭାଗ ରେ ଥିବା ଜି ଆର ପିଇ ତାଙ୍କୁ ଏପରି ମାଡ଼ ମାତିଛନ୍ତି, ତାହା ପୁଣି ତାଙ୍କୁ ଟିକେଟ ମାଗିଥିବାରୁ |

ଆମେ ସମସ୍ତେ ଜାଣିଛୁ କି ପ୍ରେତେକ ମଣିଷ ଯୋଉ ମାନେ କି ସରକାରୀ ଦାୟିତ୍ୱ କୁ ଗ୍ରହଣ କରିଛନ୍ତି ସେମାନଙ୍କକର ମଧ୍ୟ ନିର୍ଦିଷ୍ଟ କାର୍ଯ୍ୟ ରହିଛି | ଯେପରି ପୋଲିସ ର କାର୍ଯ୍ୟ ହେଲା ଲୋକଙ୍କୁ ସୁରକ୍ଷା ଦେବା, ଆଉ ଟିଟିଇ ର କାମ ହେଉଛି ଟିକେଟ କୁ ଚେକ କରିବା | କିନ୍ତୁ ଏଠି କଣ ହେଉଛି ଟିକେଟ ଦେଖେଇବାକୁ କହିବାରୁ ବୃଦ୍ଧ ଟିଟି ଦୀନେଶ କୁମାର ଙ୍କୁ ମାରିଥିଲେ ନିଥୁକ ମାଡ଼ ଆଉ ଯାହା ପାଇଁ ବୃଦ୍ଧ ଜଣଙ୍କ ଟ୍ରେନରେ କାନ୍ଦିବାକୁ ଲାଗିଥିଲେ | ଆଉ ଯାହାକୁ ଦେଖି ଟ୍ରେନ ରେ ଥିବା ଯାତ୍ରୀ ମାନେ ସହି ପାରି ନଥିଲେ , ଆଉ ବୃଦ୍ଧ ଜଣଙ୍କୁ ସିଟ ରେ ବସେଇ ଥିଲେ |

ତେବେ ସମ୍ପୂର୍ଣ୍ଣ ଘଟଣାରୁ ଯାହା ଜଣା ପଡିଛି କି ଯିଏ ଏହି ବୃଦ୍ଧ ଟିଟି ଜଣଙ୍କୁ ମାରିଥିଲେ ସିଏ ହେଉଛନ୍ତି ଜି ଆର ପିଇ ଅର୍ଥାତ ଜଣେ ରେଳ ବିଭାଗ ର ପୋଲିସ ଇନିସ୍ପେକ୍ଟର | ତେବେ ସେ ଏକ ସରକାର ଙ୍କ ତରଫରୁ ହେଉଥିବା ଏକ ସଭାଯାତ୍ରା ରେ ଯୋଗ ଦେଇଥିଲେ ତେବେ ବିହାର ର ଭଗଲା ପୁର କାନପୁର ଇଣ୍ଟରସିଟି ଯୋଗେ ଯାଉଥିଲେ | ଟ୍ରେନ ରେ ଯାଉଥିବା ବେଳେ ଟିକେଟ ଚେକ କରିବା ପାଇଁ ସୁନୀଲ କୁମାର ଙ୍କୁ ଟିଟି ଇ ଦିନେଶ କୁମାର ଟିକେଟ ମାଗିଥିଲେ , ଆଉ ସିଏ ଟିକେଟ କରି ନ ଥିଲେ | ଆଉ ଯାହା ପାଇଁ ଟିଟି ଇ ଜଣଙ୍କ ତାଙ୍କୁ ସିଟ ଅଧିଭୋକ୍ତା ଜଣଙ୍କ ଆସିଲେ ସିଟ କୁ ଛାଡିକି ଆଗ କୋଚ କୁ ଯିବା ପାଇଁ କହିଥିଲେ |

ତେବେ ପୋଲିସ କର୍ମଚାରୀ ଜଣଙ୍କ ତାଙ୍କ ର ଆଉ କର୍ମଚାରୀ ଙ୍କ ସହିତ ମିଶି ଟିଟିଇ ଜଣଙ୍କୁ ନିଧୁମ ମାଡ଼ ନରିଥିଲେ , ଆଉ ଯାହା ପାଇଁ ଟିଟି ଇ ଜଣଙ୍କ ଏପରି କାନ୍ଦୁଥିଲେ ଆଉ ଏହି ଘଟଣା କୁ ନେଇକି ସେ ଅଭିଯୋଗ ମଧ୍ୟ କରିଛନ୍ତି | ଯାହା ଏବେ ସେସିଆଲ ମିଡିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment