Intresting GK question – ତ୍ରିରଙ୍ଗା ପତକା କିଏ ତିଆରି କରିଥିଲେ ? ଏହାର ସଠିକ୍ ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ? ଦମ୍ ଅଛି ତ ଉତ୍ତର ଦେଇ ଦେଖାଅ

0

ବନ୍ଧୁଗଣ ଆଜି ର ଦିନରେ ଆମକୁ ଅନେକ ଜ୍ଞାନ ଅର୍ଜନ କରିବାର ଅଛି l ଆଜିର ଦୁନିଆ ରେ ଆମକୁ ଜ୍ଞାନ ବିନା କିଛି ବି ସମ୍ଭବ ନୁହଁ l ଆମେ ଥରେ ଥରେ ବହୁତ ଗୁଡିଏ ପ୍ରଶ୍ନ ର ସାମ୍ନା ହଠାତ ହୁଅନ୍ତି ଯାହା ଆମେ ଜାଣିଥିଲେ ବି ବିଚଳିତ ହୋଇଥାନ୍ତି କିନ୍ତୁ ଏହି ପ୍ରଶ୍ନ ବହୁତ ସହଜ ହୋଇଥାଏ l ତେବେ ଏହି ଭଳି କେତେ ଗୁଡିଏ ପ୍ରଶ୍ନ ର ଉତ୍ତର ଚାଲନ୍ତୁ ଜାଣିବା l ଆମେ ଆପଣ ମାନଙ୍କ ପାଇଁ କିଛି ଗୁଡିଏ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ନେଇ ଆସିଛୁ ଯାହାକି ଆପଣ ଜାଣିନଥିବେ ତେବେ ଚାଲ ଏହି ସବୁ ପ୍ରଶ୍ନ ବିଷୟରେ ଆଲୋଚନା କରିବା…

1:- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚି ଥାଏ, ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର :- ନିଆଁ
*ହଁ ଆଜ୍ଞା ନିଆଁ କୁ ଯଦି ତାର ଜାଳେଣି ସାମଗ୍ରୀ ଦିଆଯାଏ ତାହେଲେ ସିଏ ଜଳିଥାଏ ଓ ପିଇବାକୁ ଅର୍ଥାତ ପାଣି ପକାଇଲେ ଲିଭିଯାଏ l

2:- ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଏକ ନାମ ?
ଉତ୍ତର:- ପଇଡ଼/ନଡ଼ିଆ
*ଦେଖନ୍ତୁ ଆଜ୍ଞା ନଡ଼ିଆ ଗଛରେ ପ୍ରଥମେ ଫଳଟି କଞ୍ଚା ଥିବାବେଳେ ତାକୁ ପଇଡ଼ କହନ୍ତି ଏବଂ ଏହା ପାଚିଲା ପରେ ଏହାକୁ ନଡ଼ିଆ କୁହାଯାଏ l

3:- ଦେଖିବାକୁ ଗୋଲ, କିନ୍ତୁ ବଲ ନୁହଁ
ଲାଞ୍ଜ ଅଛି କିନ୍ତୁ ପଶୁ ନୁହଁ
ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ
ତଥାପି କାନ୍ଦେନି କୁହ ସେ କିଏ ?
ଉତ୍ତର:- ବେଲୁନ
*ଦେଖିବାକୁ ଅନେକ ଜିନିଷ ଗୋଲ ହୋଇଥାଏ ତା ଭିତରୁ ବେଲୁନ ଗୋଲାକାର ଏବଂ ଏହାକୁ ଧରିକି ଖେଳିବା ପାଇଁ ପିଲାମାନେ ଏକ ସୂତା ଲଗେଇଥାନ୍ତି l

4:-ତ୍ରିରଙ୍ଗା ପତାକା କିଏ ତିଆରି କରିଥିଲେ ?
ଉତ୍ତର – ପିଙ୍ଗଲି ଭେଙ୍କୟା

5:- ବର୍ଷା ଦିନେ କାନ୍ଦେ ଶୀତ ଦିନେ ଶୁଏ
ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ
ରଙ୍ଗ ବେରଙ୍ଗ ର କପଡା ମୁଁ ପିନ୍ଧେ
ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?
ଉତ୍ତର:- ଛତା
*ଛତା ଆମକୁ ବହୁତ ସାହାଯ୍ୟ କରିଥାଏ l ବର୍ଷା ଦିନେ ବର୍ଷା ସମ୍ଭାଳି ଥାଏ ଓ ଖରା ଦିନେ ଖରା ଏବଂ ଶୀତଦିନେ କୋୖଣସି ବ୍ୟବହାର ରେ ଆସିନଥାଏ ସେଥିପାଇଁ କୁହା ଯାଇଛି ଯେ ଶୀତଦିନର ଶୁଏ l

6:-ପଥର ହେଲେବି ମୁଁ ପାଣି l
ଉତ୍ତର :- ବରଫ
ବରଫ ତାର ଅବସ୍ଥାରେ ଯେତେବେଳେ ଥାଏ ସିଏ ଟାଣ ବା ପଥର ଭଳି ଏବଂ ଏହା କିଛି ସମୟ ରଖିଦେଲେ ସିଏ ପାଣି ହୋଇଯାଇଥାଏ l

7:- ବାବାଜୀ ନୁହଁ ତା ବଢିଛି ଦାଢ଼ି
ପାଦ ତଳ ଯାଏ ଆସିଛି ମାଡି
ପିଲାଏ ଖେଳନ୍ତି ଦାଢ଼ିରେ ଦୋଳି
ପକ୍ଷୀଏ ଖାନ୍ତି ତା ନାଲି କୋଳି ଳ
ଉତ୍ତର:- ବରଗଛ

8:-ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ
ଯୁଆଡେ ଗଲେ ଯାଏ ସିଏ କହଭାଇ କହ କଣ ସିଏ ?
ଉତ୍ତର:- ଛାଇ

9:- ସେଇଟା କେଉଁ ଜିନିଷ ଯାହାକୁ ସବୁ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରନ୍ତି ନାହିଁ ?
ଉତ୍ତର :- ପୋଲିଓ

10:- ଏମିତି ବାଘସେ ଛାଡେନି ଘର
ଖାଏନି ମଣିଷ ପିଏ ସେ କ୍ଷୀର
ମା ଦେଖିଲେ ମାଉସୀ ଦେଖଲୋ
କୁକୁରକୁ ତାର ପ୍ରବଳ ଡର ଳ
ଉତ୍ତର:-ବିଲେଇ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।