jyotisha Shasta – ଆସୁଛି ୨୦୨୩ ନୂଆବର୍ଷ । ତୁଳା ରାଶିର ବାର୍ଷିକ ରାଶିଫଳ…ଏବଂ କଣ ରହିଛି ୪ଟି ରାଶି ପ୍ରତି ଶୁଭ ଓ ଅଶୁଭ ଜାଣନ୍ତୁ ?

ଆସିବାକୁ ଯାଉଛି ଇଂରାଜୀ ନବବର୍ଷ ୨୦୨୩ । ଆଉ ସମସ୍ତଂକ ମନରେ ଗୋଟିଏ ପ୍ରଶ୍ନ ଆସୁଥିବା ଏହି ନୂଆ ବର୍ଷ ଆମ ମାନଙ୍କ ପାଇଁ କିଭଳି ରହିବ। ତେବେ ଆଜି ଆମେ ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷ କିପରି ରହିବ ସେ ବାବଦରେ ଜାଣିବା। ତେବେ ଆସନ୍ତୁ ଜାଣିବା ତୁଳା ରାଶିର ବାର୍ଷିକ ରାଶିଫଳ:-

ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ୱ ଓ ସ୍ଵଭାବ ଖୁବ୍ ଭଲ।ଏମାନଙ୍କର ବ୍ୟବହାର ଦ୍ଵାରା ଏମାନେ ଲୋକ ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି। ଏମାନେ ଖୁବ୍ ସ୍ଵାଭିମାନୀ ଏବଂ ଅତ୍ୟନ୍ତ ଚାଲାକ୍ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଏମାନେ ଖୁବ୍ ଦୟାଳୁ ସ୍ୱଭାବର ଅଟନ୍ତି ଏମାନେ କାହା ଦୁଃଖ କଷ୍ଟ ଦେଖି ପାରନ୍ତି ନାହିଁ।
ତେବେ ଆପଣଙ୍କର ଶୁଭ ରଙ୍ଗ ହେଉଛି ଧଳା, ଶୁଭ ବାର ହେଉଛି ଶୁକ୍ରବାର, ଏହି ରାଶିର ଶୁଭ ଦେବତା ହେଉଛନ୍ତି କୁବେର ଦେବ ଏବଂ ଏହି ରାଶିର ଶୁଭ ଦେବୀ ହେଉଛନ୍ତି ମା ସନ୍ତୋଷୀ। ଆପଣଙ୍କ ଶୁଭ ସଂଖ୍ୟା ହେଉଛି ୬। ଶୁଭ ତାରିଖ ହେଉଛି ପ୍ରତ୍ୟେକ ଇଂରାଜୀ ମାସର ୬,୧୫ ଓ ୨୪ ତାରିଖ।

ତୁଳା ରାଶିର ବାର୍ଷିକ ରାଶିଫଳ:-

ତେବେ ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ନୂତନ ବର୍ଷଟି ଅନୁକୂଳ ରହିଛି। ବର୍ଷ ଆରମ୍ଭରୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଏହା ସହିତ ଆପଣ ଆପଣଙ୍କର କୌଣସି ଭଲ ବନ୍ଧୁ ଏବଂ ଜୀବନସାଥୀଙ୍କ ପାଇଁ ଧନବାନ୍ ହୋଇ ପାରନ୍ତି। ସବୁ ଆଡୁ ଧନ ଆସିବାର ଯୋଗ ରାହିଚି ଭାଗ୍ୟ ଆପଣଙ୍କର ସାଥ ଦେବ୍।
ବ୍ୟବସାୟ ଓ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ବର୍ଷ ଆରମ୍ଭରେ ଆପଣ ଆପଣଙ୍କ କାର୍ଯ୍ୟ ସମାପ୍ତ କରିବାରେ ବହୁତ୍ ଅସୁବିଧାର ସମ୍ମୁଖିନ କରିବେ। ଏହି ବର୍ଷ ଆପଣଙ୍କ ଗୁପ୍ତ ଶତ୍ରୁ ମାନେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରର ବାଧା ଉତ୍ପନ୍ନ କରି ପାରନ୍ତି। ତେଣୁ ଏହା ଆପଣଙ୍କ ପାଇଁ ଭଲ ହେବ କାହା ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ନିଜ ମାନସିକ ଏବଂ ଶାରିରୀକ ଦକ୍ଷତା ଉପରେ ବିଶ୍ୱାସ କରନ୍ତୁ।୨୨ ଏପ୍ରିଲ ପରଠାରୁ ଆପଣ ଆପଣଙ୍କ କ୍ୟାରିୟରରେ ଭଲ ପ୍ରଦର୍ଶନ କରିବେ ଖୁବ୍ ଭଲ ଫଳ ପାଇବେ। ଏପ୍ରିଲ ୨୨ ପରଠାରୁ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଆଡ଼କୁ ଗତି କରିବ।

ଯଦି ଆପଣ ଅବିବାହିତ ଅଛନ୍ତି ତେବେ ଆପଣଙ୍କର ବିବାହ ଏହି ବର୍ଷ ଭିତରେ ସମ୍ପନ୍ନ ହୋଇପାରେ। ବର୍ଷ ସାରା ଆପଣଙ୍କ ଜୀବନସାଥୀଙ୍କ ସହିତ ଆନ୍ତରିକ ସମୟ ଉପଭୋଗ କରିବେ। ପରିବାରରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଭାଇ ମାନଙ୍କ ସହଯୋଗ ଆପଣ ମାନଙ୍କୁ ମିଳିବା ପାଇଁ ଯାଉଛି ଯାହା ଆପଣଙ୍କୁ ଉଚିତ୍ ମାର୍ଗ ଦେଖାଇବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବାର ଯୋଗ ରହିଛି। କିଛି ଲୋକେ ଆପଣଙ୍କୁ ନିଜର ଆଦର୍ଶ ମାନି ପରାମର୍ଶ ଗ୍ରହଣ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment