ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀକୁ ନେଇ ଭାଇରାଲ ହେଉଛି ଆଉ ଏକ ଗୀତ… ମାତ୍ର ୪ ଘଣ୍ଟାରେ ୩୬ ମିଲ୍ରେଲିୟନ ରୁ ଅଧିକ ଲୋକ ଦେଖି ସାରିଲେଣି…

କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଗୋଟିଏ ମାତ୍ର ପ୍ରେମ କାହାଣୀ | ସେଇଟା ହେଉଛି ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କର ପ୍ରେମ କାହାଣୀ ଯୋଉଁଟା କି ସବୁବେଳେ ପ୍ରେମ କାହାଣୀଠୁ ଟିକେ ନିଆରା | ଟୁଙ୍ଗୁରୁ ଭୋଳ ପେଶାରେ ଜଣେ ଅଟୋ ଚାଳକ ଯିଏକି ବର୍ଷାଙ୍କୁ ଲକଡାଉନ ସମୟରେ ବର୍ଷାଙ୍କୁ ବଜାରକୁ ନେବା ଆଣିବା କରୁଥିଲେ | ସେଇଠୁ ଆରମ୍ଭ ହେଇଥିଲା ଏମାନଙ୍କ ପ୍ରେମ କାହାଣୀ |ଏଇ ଦୁହିଁ ପ୍ରେମୀ ଯୁଗଳ ଯିଏ ଯାହାକୁ ବହୁତ ଭଲ ପାଉଥିଲେ |ଏମିତି କଣ ହେଲା ଯେ ଦୁହିଁଙ୍କ ଭିତରେ ହଠାତ ଫାଟ ସୃଷ୍ଟି ହେଲା ଓ ଏବେ ଟୁଙ୍ଗୁରୁ ଭୋଲାଙ୍କ ନାମରେ ଗୀତ ମଧ୍ୟ ବାହାରିଲାଣି ଯୋଉଁଟା କି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |ଆସନ୍ତୁ ଜାଣିବା ସେ ବିଷୟରେ |

ଦୁଇ ଦିନ ପୂର୍ବେ ବର୍ଷା ଟୁଙ୍ଗୁରୁ ଭୋଳଙ୍କ ନାମରେ ଥାନାରେ ଆଫୟାର ଦେଇଥିଲେ ଯେ ଟୁଙ୍ଗୁର ଅନ୍ୟ କୋଉଁ ଝିଅକୁ ବିବାହ କରୁଛନ୍ତି ବୋଲି ଯେତେବେଳେ କି ସେମାନଙ୍କ ଭିତରେ ପ୍ରେମ ବିବାହ ହେଇଛି |ଯୋଉଁଥି ପାଇଁ ବର୍ଷା ତାଙ୍କ ସ୍ୱାମୀଙ୍କଠୁ ଡିଭୋର୍ସ ନେଇ ସାରିଛନ୍ତି ଟୁଙ୍ଗୁରୁ ଭୋଳଙ୍କ ପାଇଁ | ଏବଂ ବର୍ଷା ତାଙ୍କ ଦୁଇ ପୁଅଙ୍କଠୁ ମଧ୍ୟ ଦୁରେଇ ରହୁଛନ୍ତି | ତାଙ୍କର ଜଣେ ପୁଅର ପନ୍ଦର ବର୍ଷ ବୟସ ହେଇଥିବା ବେଳେ ଅନ୍ୟକୁ ଏଗାର ବର୍ଷ ବୟସ | ହେଲେ କାଲି ସୋସିଆଲ ମିଡିଆରେ ଟୁଙ୍ଗୁରୁ ଭୋଳ ପ୍ରତିକ୍ରିୟା ରଖି କହିଥିଲେ ଯେ ତାଙ୍କର ବର୍ଷାଙ୍କ ସହିତ କିଛି ଶାରୀରିକ ସମ୍ପର୍କ ନାହିଁ ଓ ସେ ଯାହା କହୁଛନ୍ତି ମିଛ ବୋଲି |ବର୍ଷାଙ୍କର ଡିଭୋର୍ସ ହେଇନି ବୋଲି ଟୁଙ୍ଗୁରୁ ମିଡ଼ିଆ ଆଗରେ ସ୍ପଷ୍ଟ ଭାବରେ କହିଛନ୍ତି ଏବଂ କହିଛନ୍ତି ଯେ ବର୍ଷା ତାଙ୍କୁ ଫୋଟୋ ଦେଖେଇ ବ୍ଲାକମେଲ କରୁଛନ୍ତି |ବର୍ଷା ତାଙ୍କୁ କୋର୍ଟ ମ୍ୟାରେଜ କରିବାକୁ ଫୋର୍ସ କରୁଥିଲେ ଏବଂ ସେ ମନା କଲାରୁ ସେମାନଙ୍କ ଭିତରେ ଫାଟ ସୃଷ୍ଟି ହେଲା |

ଏବେ ସେମାନଙ୍କର ବ୍ରେକ ଅଫ ହେଲାପରେ ସୋସିଆଲ ମିଡ଼ିଆରେ ଗୋଟିଏ ଗୀତ ଭାଇରଲ ହେଉଛି | ” ତୋ ଟୁଙ୍ଗୁରୁଟା କେମିତି ବଦଳିଗଲା ” ଏଇ ଗୀତଟି ଏବେ ବଜାରରେ ବେଶ ନିଆଁ ଲଗାଉଛି |ଭାଉଜଙ୍କ ସହ ପ୍ରେମ ଯେତିକି ମିଠା ସେତିକି ଖଟା| ବାଟରେ ଯାଇ ଝୁଣ୍ଟିଲି,ହେଲେ ଆଉ ନୁହେଁ | ବହୁତ ଥାନା ଆଉ ପୋଲିସ ହେଲି, ଏଥର ମୋ ବାଟରେ ମୁଁ ତା ବାଟରେ ସେ | କାଦୁଅକୁ ଯିବି ନାହିଁ କି ଗୋଡ ଧୋଇବି ନାହିଁ | ଏମିତି ଏବେ ଟୁଙ୍ଗୁରୁ କହିଛନ୍ତି  ଏବଂ ଏହି ଗୀତ ଏବେ ବଜାରରେ ହଇଚଇ ସୃଷ୍ଟି କଲାଣି |

ଟୁଙ୍ଗୁରୁ ପ୍ରେମରେ ଭାଉଜ ପଡିଥିଲା, ଟୁଙ୍ଗୁରୁ ଧୋକା ଦେଲା ଭାଉଜ ଚିଲଲେଇଲା , ଆଇ ଲଭ ୟୁ କହୁଥିଲା ଗୋଲାପ ଫୁଲ ଦେଉଥିଲା, ଅଟୋରେ ବସେଇ ନେଉଥିଲା ବାହା ହେବ ବୋଲି କହୁଥିଲା… ତୋ ଟୁଙ୍ଗୁରୁଟା କେମିତି ବଦଳିଗଲା | ଭାଙ୍ଗିଦେଲୁ କାହିଁ ସଂସାର,ଦେଇଥିଲୁ ଧୋକା ଉପହାର| କରିଦେଲୁ ପ୍ରେମ ଛାରଖାର, କହିଥିଲୁ ଦେବୁ ସିନ୍ଦୂର | କିଏ ଜାଲରେ ପକେଇ ତତେ ଶିଖେଇଦେଲା, ତୋ ଟୁଙ୍ଗୁରୁଟା କେମିତି ବଦଳିଗଲା | ଏମିତି କିଛି ମଜାଳିଆ ବାକ୍ୟ ଶୁଣିବାକୁ ମିଳୁଛି ଏହି ଗୀତରେ | ଦେଖିବାକୁ ରହିଲା ଏହି ଗୀତ କେତେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment