ଉଦାହରଣ ସାଜିଲେ କମ୍ପାନୀର ମାଲିକ ! କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ କମ୍ପାନି ଦେଲା ୧୬ କୋଟି ଟଙ୍କାର ଚେକ, ଆଉ ତା ପରେ…

0

ସମାଜରେ ବେଳେ ବେଳେ ଏଭଳି କିଛି କଥା ଶୁଣିବା ପାଇଁ ମିଳିଥାଏ, ଯାହାକୁ ଶୁଣିବା ମାତ୍ରେ ବହୁତ ଖୁସି ଲାଗି ଥାଏ। ଅଫିସ ବା ବଡ଼ କମ୍ପାନୀ ମାନଙ୍କରେ ଯେଉଁ ମାନେ କାର୍ଯ୍ୟ କରନ୍ତି। ଯଦି ସେମାନଙ୍କର କୌଣସି କିଛି ଅସୁବିଧା ଦେଖା ଯାଇ ଥାଏ। ଏଭଳି କମ୍ପାନୀ ବା ଅଫିସ ତରଫୁରୁ ମଧ୍ୟ ତାଙ୍କ କର୍ମଚାରୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇ ଦେଇ ଥାଆନ୍ତି। ତେବେ ନିକଟରେ ଏଭଳି ଖବର ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି କର୍ମଚାରୀ ଝିଅର ଚିକିତ୍ସା ପାଇଁ କମ୍ପାନୀ ୧୬ କୋଟି ଟଙ୍କାର ଚେକ ଦେଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଛତିଶଗଡ଼ର କୋରବା ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସତୀଶ କୁମାର ରବି ନାମକ ଜଣେ ଯୁବକ ଯିଏ କି, ଏସଇସିଏଲ କମ୍ପାନୀରେ କାର୍ଯ୍ୟ କରନ୍ତି। ସେହି ଯୁବକ ଜଣଙ୍କ ବିବାହ କରିଛନ୍ତି ଓ ତାଙ୍କର ୨ ବର୍ଷର ଝିଅ ମଧ୍ୟ ଅଛି ଓ ତାଙ୍କ ଝିଅଙ୍କ ନାଁ ସୃଷ୍ଟି ରାନୀ ରହିଛି। ଯୁବକଙ୍କ ଝିଅ ସ୍ପାଇନାଲ ମସକ୍ୟୁଲର ଅଟ୍ରୋଫି ରୋଗରେ ପୀଡିତ ଅଛନ୍ତି। ଏହି ସାଧାରଣତଃ ଛୋଟ ପିଲା ମାନଙ୍କ ନିକଟରେ ଦେଖିବା ପାଇଁ ମିଳିଥାଏ।

ଏହି ରୋଗ ହେଲେ ମେରୁଦଣ୍ଡ ଏବଂ ବ୍ରେନ ଷ୍ଟେମରେ ସ୍ନାୟୁ କୋଷର ଅଭାବ ହେତୁ ମାଂସପେଶୀ ଗୁଡିକ ଠିକ ଭାବରେ କାମ କରେ ନାହିଁ। ଏହି ରୋଗ ଶରୀରରେ ବଢି ବଢି ଛୋଟ ପିଲା ମାନଙ୍କର ମୃତ୍ୟୁ ହୋଇ ଯାଇ ଥାଏ। ଏହି ରୋଗର ଚିକିତ୍ସା ପାଇଁ ବହୁତ ଟଙ୍କା ଲାଗି ଥାଏ। ଯୁବକଙ୍କ ଝିଅକୁ ଏହି ରୋଗ ହେବ ପରେ ସେ ବହୁତ ଦୁଃଖରେ ଭାଙ୍ଗି ପଡି ଥିଲେ। ଏହା ପରେ ତାଙ୍କ ଝିଅର ଚିକିତ୍ସା କରିବା ପାଇଁ ଦିଲ୍ଲୀ ଏମ୍ସ ଏବଂ ଏସଇସିଏଲର ପ୍ୟାନେଲ ସହିତ ଜଡିତ ଆପ୍ପଲ ମେଡ଼ିକାଲକୁ ନେଇଥିଲେ। ଏହି ରୋଗରୁ ଝିଅ ଭଲ ହେବା ପାଇଁ ଜୋଲଜେନ୍ସମା ଇଞ୍ଜେକ୍ସନ ଆବଶ୍ୟକ। ସେହି ଇଞ୍ଜେକ୍ସନର ଦାମ ୧୬ କୋଟି ଟଙ୍କା ବୋଲି କୁହା ଯାଇଛି। ଯୁବକ ଜଣଙ୍କ ଏତେ ଦାମର ଇଞ୍ଜେକ୍ସନ ଦେବା ତାଙ୍କ ସମ୍ଭବ ପାଇଁ ସମ୍ଭବ ହୋଇ ନଥିଲା।

ସେଥିପାଇଁ ଯୁବକ ତାଙ୍କ ଝିଅକୁ ସେହି ଇଞ୍ଜେକ୍ସନ ଦେଇ ପାରୁ ନଥିଲେ। ଯାହା ଫଳରେ ମେଡିକାଲରେ କିଛି ଦିନ ରହିବା ପରେ ଯୁବକ ତାଙ୍କ ଝିଅକୁ ଘରକୁ ନେଇ ଆସି ଥିଲେ। ବର୍ତ୍ତମାନ ଝିଅ ଘରେ ପୋର୍ଟବଲ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। କର୍ମଚାରୀଙ୍କ ଏଭଳି ପରିସ୍ଥିତି ଦେଖି ଏସଇସିଏଲ କର୍ମଚାରୀଙ୍କୁ ସାହାଯ୍ୟ କରିଛନ୍ତି। ଖଣିର ମହାପ୍ରବନ୍ଧକ ଶଶାଙ୍କ ଶେଖର ତାଙ୍କ କର୍ମଚାରୀଙ୍କୁ ୧୬ କୋଟି ଟଙ୍କାର ଚେକ ଦେଇଥିଲେ। କର୍ମଚାରୀ ଚେକ ପାଇବା ପରେ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ କମ୍ପାନୀର ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।