ଉତ୍ତରାଖଣ୍ଡର ପାତାଳ ଭୁବନେଶ୍ୱର ଗୁମ୍ଫା ଯେଉଁଠି ପୃଥିବୀକୁ ମସ୍ତକରେ ଧାରଣ କରିଛନ୍ତି ଶେଷନାଗ…ଦେଖନ୍ତୁ ଭିଡ଼ିଓ

0

ପୃଥିବୀରେ ଅନେକ ସ୍ଥାନରେ ଭିନ୍ନ ଭିନ୍ନ ଗୁମ୍ଫା ମାନ ସବୁ ରହିଛି। ସେହି ଗୁମ୍ଫାରେ ମଧ୍ୟ ଅନେକ କିଛି ତଥ୍ୟ ରହିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଏକ ଗୁମ୍ଫା ବିଷୟରେ ଜଣାଇବୁ ଯେ, ସେହି ଗୁମ୍ଫାରେ କଳିଯୁଗର ରହସ୍ୟ ରହିଛି। ତେବେ ଆସନ୍ତୁ ସେହି ଗୁମ୍ଫା ବିଷୟରେ ଜାଣିବା।ଏଭଳି ଏକ ଦୃଶ୍ୟ ଉତ୍ତରାଖଣ୍ଡ ପାତାଳ ଭୁବନେଶ୍ୱରୀ ଗୁମ୍ଫାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଏହି ଗୁମ୍ଫାରେ ଆକାଶ, ପୃଥିବୀ ଓ ପାତାଳ ସବୁ କିଛି ରହିଛି।

ଏହି ଗୁମ୍ଫାରେ ଶେଷ ନାଗ ପୃଥିବୀକୁ ନିଜ ମସ୍ତକରେ ଧାରଣ କରି ରଖିଛନ୍ତି। ସେହି ଗୁମ୍ଫା ଭିତରେ ପାନ ପତ୍ର ଆକାରରେ ଏକ ଯଜ୍ଞ କୁଣ୍ଡ ରହିଛି। ତକ୍ଷକ ନାଗ ଦଂଶନରେ ରାଜା ପରୀକ୍ଷିତଙ୍କର ମୃତ୍ୟୁ ହେବ ବୋଲି ଅଭିଶାପ ସେ ପାଇଥିଲେ, ସେଥିପାଇଁ ପରୀକ୍ଷିତଙ୍କ ପାଇଁ ସର୍ପ ଯଜ୍ଞ କରା ଯାଇଥିଲା। କିନ୍ତୁ ଏହା ପରେ ମଧ୍ୟ ସେ ତକ୍ଷକର ଦଂଶନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତକ୍ଷକ ନଗର ଚିତ୍ର ମଧ୍ୟ ଏହି ଗୁମ୍ଫାରେ ଦେଖିବାକୁ ମିଳିଥାଏ,

ସେହିପରି ବାସୁକି ନାଗର ଛବି ମଧ୍ୟ ସେହି ଗୁମ୍ଫାରେ ରହିଛି। ସେଠାରେ ଥିବା ଯଜ୍ଞ କୁଣ୍ଡରେ ଯେଉଁ ମାନଙ୍କର ସନ୍ତାନ ନାହିଁ, ଯଦି ଦମ୍ପତ୍ତି ସେହି କୁଣ୍ଡରେ ଚାଉଳ ପୂର୍ଣ କରି ଦିଅନ୍ତି ତାହେଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଠାରେ ଇଚ୍ଛାଧରି ନାଗ ମଧ୍ୟ ରହିଛନ୍ତି ଓ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗୁମ୍ପା ମାନ ରହିଛି, ସେହି ଗୁମ୍ଫାର ନାଁ ଶେଷାବତୀ ଗୁମ୍ଫା ରହିଛି। ଗୁମ୍ପାଟି ଏଭଳି ଭାବରେ ହୋଇଛି ଯେମିତି କୌଣସି ସାପର ପିଠି ଉପରେ ଚାଲିଲା ପରିକା ଲାଗିବ, ଏହା ହେଉଛି ଶେଷ ନାଗଙ୍କର ମେରୁଦଣ୍ଡ ବୋଲି ସେଠାକାର ପୂଜକ କୁହନ୍ତି। ସେହି ଗୁମ୍ଫାରେ ଚାରି ଯୁଗର ପ୍ରତୀକ ଭାବରେ ଚାରଟି ପଥର ରଖା ଯାଇଛି। ସେହି ପଥର ମଧ୍ୟରୁ ଗୋଟିଏ ପଠରକୁ କଳିଯୁଗର ପ୍ରତୀକ ବୋଲି କୁହା ଯାଇଛି। ସେହି ପଥର ଆସ୍ତେ ଆସ୍ତେ ଉପରକୁ ଉଠିବାରେ ଲାଗିଛି, ଯେଉଁ ଦିନ ପଥରଟି ସମ୍ପୂର୍ଣ ଭାବରେ ଉପରକୁ ଉଠି କାନ୍ଥରେ ପିଟି ହୋଇଯିବ, ସେହି ଦିନ କଳିଯୁଗ ଶେଷ ହେବ ବୋଲି କୁହା ଯାଇଛି।

ପୁରାଣରେ ଲେଖା ଅଛି ଯେ, ତ୍ରେତୟା ଯୁଗରେ ପ୍ରଥମେ ରାଜା ୠତୁପୂର୍ଣ୍ଣ ଏହାକୁ ଖୋଜି ବାହାର କରିଥିଲେ। ଦ୍ଵାପର ଯୁଗରେ ପାଣ୍ଡବ ମାନେ ମଧ୍ୟ ମହାଦେବଙ୍କ ସହିତ ମିଶି ସେଠାରେ ଚଉପଦୀ ଖେଳିଥିଲେ। ଏଥି ସହିତ କଳିଯୁଗର ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ସେଠାରେ ଶିବ ଲିଙ୍ଗ ସ୍ଥାପନ କରାଇଥିଲେ ବୋଲି କୁହା ଯାଇଛି। ଏହି ଗୁମ୍ପା ଭିତରେ କେଦାର ନାଥ, ବଦ୍ରୀ ନାଥ ଓ ଅମର ନାଥଙ୍କର ଦର୍ଶନ ଏକାଥରେ କରି ହୋଇଥାଏ।ଧାର୍ମିକ ମାନ୍ୟତା ଅନୁସାରେ ମନୁଷ୍ୟ କାଳ ଭୈରବ ମୁହଁ ଦେଇ ଗର୍ଭରେ ପ୍ରବେଶ କରି ଲାଞ୍ଜ ପର୍ଯ୍ୟନ୍ତ ପହଁଛି ଗଲେ ତାକୁ ମୁଖ୍ୟପ୍ରାପ୍ତି ହୋଇଥାଏ। କାଳ ଭୈରବ ମୁହଁରୁ ଜିଭ ବାହାରିଛି, ସେଥିପାଇଁ ଅନେକ ରହସ୍ୟ ଓ ଭବିଷ୍ୟତରେ ସୂଚନା ଦେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।