Face Tips – ଓଠ ଉପରେ ଥିବା ଚୁଟି ବାହାର କରିବାର ସହଜ ଉପାୟ, ଥରେ ବାହାର କଲେ ଆଉ ଆସିବନି

0

ଆଜିର ଆଧୁନିକ ସମାଜରେ ସୁନ୍ଦର ରହିବା ପାଇଁ ସମସ୍ତେ ଚାହିଁଥାନ୍ତି , ଖାସ୍ କରି ଝିଅ ମାନେ ଅଧିକ ସୁନ୍ଦରତାକୁ ନେଇ ଚିନ୍ତିତ ରହିଥାନ୍ତି । ସୁନ୍ଦର ରହିବା ପାଇଁ ବିଭିନ୍ନ ପ୍ରକାର କସମେଟିକ ବ୍ୟବହାର କରିଥାନ୍ତି , କିନ୍ତୁ ଏହା ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଘରୋଇ ଉପଚାର ଦ୍ୱାରା ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ , କେତେକ ଝିଅ ମାନଙ୍କ ଓଠର ଉପରି ଭାଗରେ ବା ମୁହରେ ଛୋଟ ଛୋଟ ଚୁଟି କୁ ନେଇ ଅସନ୍ତୁଷ୍ଟ ରହିଥାନ୍ତି । ଏହା ପାଇଁ ବହୁତ ହଇରାଣ ମଧ୍ୟ ହୋଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଏକ ଘୋରଇ ଉପାଚାର ସାହାର୍ଯ୍ୟରେ ଆପଣଙ୍କ ମୁହଁରେ ଥିବା ଚୁଟି ବାହରିଯିବ । ତ୍ୱଚା କୋମଳ ହେବା ସହିତ ଗ୍ଲୋ ମଧ୍ୟ କରିବ ଏବଂ ଏହା ତ୍ୱାଚା ପାଇଁ ହାନିକାରକ ହୋଇ ନଥାଏ । ଏହି ଉପାୟ ଦ୍ୱାରା ଆପଣଙ୍କର ସବୁ ଅଚିହ୍ନା ଚୁଟି ମଧ୍ୟ ଉପୁଡିଯିବ । ତେବେ ଆସନ୍ତୁ ଜାଣିବା ସେହି ପ୍ରଣାଳୀ ବିଷୟରେ , ଏଥିପାଇଁ ଆବଶ୍ୟ ସାମଗ୍ରୀ ଗୁଡିକ ହେଉଛି ଦୁଇ ଚାମଚ ବେସନ , ଏକ ବୁନ୍ଦା ନଡିଆତେଲ , ଗୋଲାପଜଳ ।

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଆପଣ ଗୋଟିଏ ପାତ୍ରେର ଏକ ବା ଦୁଇ ଚାମଚ ବେସନ ଏବଂ ସେଥିରେ ଦୁଇ ବୁନ୍ଦା ନଡିଆତେଲ ବା ଅନ୍ୟ ତେଲ ମଧ୍ୟ ପକାଇ ପାରିବେ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଏହାପରେ ସେଥିରେ ଚାରିବୁନ୍ଦା ଗୋଲାପ ଜଳ ମିଶାଇ ଗୋଟିଏ ଗାଢ୍ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ସବୁ ସାମଗ୍ରୀ ଆପଣଙ୍କୁ ଘରେ ଅତି ସହଜରେ ପାଇପାରିବେ , ଏଥିପାଇଁ କୌଣସି ଟଙ୍କା ମଧ୍ୟ ଆପଣଙ୍କୁ ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ ।

ବ୍ୟବହାର ପ୍ରଣାଳୀ :-

ଫେସର ଯେଉଁ ସ୍ଥାନରେ ଚୁଟି ରହିଥାଏ , ସେହି ସ୍ଥାନରେ ଆପଣ ସେହି ପେଷ୍ଟକୁ ବ୍ୟବାହର କରନ୍ତୁ । ଏହାପରେ ତାକୁ ଶୁଖିବା ପାଇଁ 15 ରୁ 20 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ , ପେଷ୍ଟଟି ଭଲ ଭାବରେ ଶୁଖିଗଲା ପରେ ସେଠାରେ ରଗଡି ରଗଡି ଛଡାନ୍ତୁ । ମନେ ରଖନ୍ତୁ ସେହି ସ୍ଥାନରେ ପାଣିର ବ୍ୟବହାର କରନ୍ତୁ ନାହିଁ , ସବୁ ସଫା ହୋଇଗଲା ପରେ ଗୋଟିଏ କପଡା ସାହାର୍ଯ୍ୟରେ ମୁହଁଟିକୁ ଭଲ ଭାବରେ ପରିଷ୍କାର କରିନେବେ ।

ଏହା ପରେ ଆପଣ ନିଜେ ଜାଣି ପାରିବେ ଆପଣଙ୍କ ଫେସରେ ଗୋଟିଏ ହେଲେ ଚୁଟି ରହିବ ନାହିଁ । ଏହା ସ୍କିନ ପାଇଁ ହାନିକାରକ ହୋଇ ନଥାଏ ଏବଂ ଏହା ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଶରୀର ସୁନ୍ଦର ଦେଖାଯାଇଥାଏ , ବେସନ ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ତ୍ୱାଚାକୁ ସଫ୍ଟ କରିବା ସହ ଗ୍ଲୋ ମଧ୍ୟ କରାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।