ଉଦ୍ଧବ ଠାକରେ, ଡ୍ରଗ୍ସ ବେପାରୀଙ୍କ ଚାମଚା କି ? ବଲିଉଡ୍ ନିଶାଡିଙ୍କ ପାଇଁ ଏତେ ଦରଦ କାହିଁକି, ଏମିତି ପ୍ରଶ୍ନ କଲେ ଦେବେନ୍ଦ୍ର…କାହିଁକି ରାଗିଲେ ଫଡନାବିଶ ଜାଣନ୍ତୁ

ବର୍ତ୍ତମାନ ଆଜିକାଲି ଦୁନିଆରେ ବହୁ ମାତ୍ରାରେ ଅନ୍ୟାୟ ଓ ଅପରାଧିକ କାର୍ଯ୍ୟ ଦେଖିବାକୁ ମିଳୁଛି। ସବୁ ଠାରୁ ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖି ବାକୁ ମିଳିଥାଏ। ସେମାନଙ୍କ କାହାକୁ ବି ମନରେ ଭୟ ରଖୁ ନଥାନ୍ତି, ଏଥି ସହ କାହାରିକୁ ମଧ୍ୟ ଖାତିର କରି ନଥାଆନ୍ତି ଓ ସେମାନେ ଭାବି ନେଇ ଥାଆନ୍ତି ଯେ, ଯେମିତି ଆଇନ ତାଙ୍କ ହାତ ମୁଠାରେ ରହିଛି। ବେଳେ ବେଳେ ସେଲିବ୍ରେଟି ବା ତାଙ୍କ ପରିବାରର ସଦସ୍ୟ ମାନେ ମଧ୍ୟ ଏଭଳି କାର୍ଯ୍ୟ ଲିପ୍ତ ରହି ଥିବାର ଦେଖିବାକୁ ମିଳୁଛି। ଯେଉଁମାନେ ଏଭଳି କାର୍ଯ୍ୟ କରନ୍ତି, ସେମାନଙ୍କୁ ଉଚିତ ଦଣ୍ଡ ଦିଆ ଯାଇ ଥାଏ।

ସେମାନଙ୍କୁ ପ୍ରଶୟ ଦେବାକୁ ବଡ଼ ବଡ଼ ନେତାମାନେ ସମର୍ଥନରେ ଆସି ଥାଆନ୍ତି, କିନ୍ତୁ ଯେଉଁ ନେତା ମାନେ ତାଙ୍କୁ ସମର୍ଥନ କରୁଛନ୍ତି, ତାଙ୍କ ଉପରେ ଅନେକ ପ୍ରଶ୍ନ ଉଠିଥାଏ। ତେବେ ବନ୍ଧୁଗଣ ଏକ ବଡ଼ ଖବର ସମ୍ନାକୁ ଆସିଛି, ଉଦ୍ଧବ ଠାକରେ ନିଶା ବେପାରୀ ମାନଙ୍କ ପ୍ରତି ବା ଆରିୟାନ ଖାଁଙ୍କ ପାଇଁ ସମର୍ଥନ ଦେଖାଉଥିଲେ, ବର୍ତ୍ତମାନ ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି। ତେବେ ଆସନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉପରେ କେଉଁ ସବୁ ପ୍ରତିକ୍ରିୟା ରହିଛି, ସେହି ବିଷୟରେ ଜାଣିବା;ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବି ସମୀର ୱାଙ୍ଖେଡ଼ଙ୍କ ହାତରେ ଧରା ପଡି ଗିରଫ ହୋଇଛନ୍ତି।

ଏହି ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନିସିବିକୁ ଟାର୍ଗେଟ କରିଥିଲେ ଓ ଆରିୟାନ ଖାଁଙ୍କୁ ସମର୍ଥନ କରିଥିଲେ। ଦଶହରା ଭାଷଣରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏନସିବି କିଛି ଗଞ୍ଜେଇ ପୁଡ଼ିଆ ଧରେଇ ପ୍ରଶଂସା ସାଉଁଟୁଛି ଓ ତାହା ସହିତ ଢୋଲ ପିଟୁଛି। ଏଥି ସହିତ କହିଥିଲେ ମହାରାଷ୍ଟ୍ର ପୋଲିସ ୧୫୦ କୋଟି ଟଙ୍କାର ଡ୍ରଗ୍ସ ଧରିଛି। ଆହୁରି କହିଛନ୍ତି ଯେତେବେଳେ ମୁଦ୍ରାରେ ତିନି ହଜାର କିଲୋ ଗ୍ରାମ ଡ୍ରଗ୍ସ ଧରା ପଡିଥିଲା ବେଳେ, ବର୍ତ୍ତମାନ କାହିଁକି ଛୋଟ ଛୋଟ ଅଭିନେତା ମାନଙ୍କୁ ଧରା ଯାଉଛି। ଏହି ସବୁ କଥାକୁ ନେଇ ବର୍ତ୍ତମାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାବୀଜ ବର୍ତ୍ତମାନର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ନିଶାଡୀ ମାନଙ୍କୁ ଏତେ ଭଲ ପାଇବା କଣ ଆବଶ୍ୟକ ରହିଛି ଓ କାହିଁକି ନିଶା ବେପାରୀ ମାନଙ୍କ ପ୍ରତି ଦରଦ ଦେଖାଉଛ। ନିଶା ବେପାରୀ ମାନଙ୍କୁ ପ୍ରଶୟ ଦେଉଛନ୍ତି। ତେବେ ବଲିଉଡରେ କିଭଳି ଭାବରେ ନିଶାର କାରବାର ତାହା ସମସ୍ତେ ଜାଣିଛନ୍ତି। ଛୋଟ ଛୋଟ ସାମ୍ପୁଲରେ ବଲିଉଡରେ ନିଶା ବିକ୍ରି ହୋଇଥାଏ। ଏଥି ସହିତ କହିଛନ୍ତି ଯୁବ ଗୋଷ୍ଠୀ ମାନଙ୍କୁ ନଷ୍ଟ କରୁଥିବା ଡ୍ରଗ୍ସ ବ୍ୟବସାୟୀ ମାନଙ୍କୁ ମଧ୍ୟ ସମର୍ଥନ କରା ଯାଉଛି। ଏସବୁକୁ ଉଦ୍ଧବ ଠାକରେ ସମର୍ଥନ କରୁଛନ୍ତି ବୋଲି ଦେବେନ୍ଦ୍ର ଫର୍ଣ୍ଣାବୀଜ କହିଛନ୍ତି ଓ ତାଙ୍କ ଉପରେ ଘୃଣା ଭାବ ଜାଗ୍ରତ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment