ଦେଖନ୍ତୁ ଭିଡ଼ିଓ : Varsha ଙ୍କ ବିରୁଦ୍ଧରେ ମିଡିଆ ଆଗରେ ମୁହଁ ଖୋଲିଲେ Anubhab Mohanty, କହିଲେ କିଛି ଏମିତି…ଜାଣିଲେ ହେବେ ଆଶ୍ଚର୍ଯ୍ୟ…

0

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବୈବାହିକ ଜୀବନରେ ଯେଉଁ ତିକ୍ତତା ଦେଖା ଦେଇଛି ଏହାକୁ ନେଇ ଅନେକ ସମୟରେ ଆପଣ ଭିନ୍ନ ଭିନ୍ନ ଖବର ଆପଣଙ୍କ ଟିଭି ସ୍କ୍ରିନ୍ ରେ ଦେଖିବାକୁ ପାଉଥିବେ। ସେମାନଙ୍କର ବିବାଦ କୁ ନେଇ ଏକ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହି ଯୋଡ଼ି ପୁଣି ଏକାଠି ହୋଇ ଯାଆନ୍ତୁ ବୋଲି ଅନେକଙ୍କ ଇଛା। ସେମାନଙ୍କ ଭିତରେ ପୁର୍ବରୁ ଥିବା ବଣ୍ଡିଂ ପୁଣି ଥରେ ସେହିଭଳି ଅତୁଟ ରହୁ ବୋଲି ଯଦିଓ ଓଡିଶା ବାସୀ ଚାହୁଁଛନ୍ତି, କିନ୍ତୁ ଏହି ଦମ୍ପତ୍ତି ଙ୍କ ଭିତରେ କିଛି ନା କିଛି କଥାକୁ ନେଇ ତୁ ତୁ ମେଁ ମେଁ ଚାଲି ରହିଛି। ନିକଟରେ ସେମାନେ ଉଭୟ ଫ୍ୟାମିଲି କୋର୍ଟ ରେ ହାଜର ହୋଇଥିଲେ।

ସେମାନଙ୍କ ଭିତରେ ତାଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା। ନିକଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ଆସି ହାଜର ହେବାପରେ ଉଭୟ ବର୍ଷା ଏବଂ ଅନୁଭଵ ଙ୍କ ସହ ଅନେକ ସମୟ ଆଲୋଚନା ହୋଇଥିଲା। ଏମ୍‌ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷାଙ୍କ ବିବାଦକୁ ନେଇ ଫ୍ୟାମିଲି କୋର୍ଟରେ ବର୍ଷାଙ୍କ ଉପସ୍ଥିତି ଏବଂ ଉଭୟ ଙ୍କ ଭିତରେ ଆଲୋଚନା ଏକ ସକାରାତ୍ମକ ଦିଗକୁ ଇଙ୍ଗିତ କରୁଛି ବୋଲି ଯାହା ସୂଚନା ମିଳିଥିଲା। ତେବେ ସେମାନେ ଯଦିଓ ଗତ ୯ ତାରିଖରେ ମଧ୍ୟ କୋର୍ଟର ମଧ୍ୟସ୍ଥତାରେ ଉଭୟ ହାଜର ହୋଇଥିଲେ କିନ୍ତୁ ସେହି ସମୟରେ ସେମାନଙ୍କ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିଲା।

ଆଉ ଏବେ ପୁଣି ସ୍ତ୍ରୀ ବର୍ଷା କୋର୍ଟର ଏହି ପ୍ରକ୍ରିୟାକୁ ଉଚିତ୍ ଭାବରେ ସହଯୋଗ କରୁ ନାହାନ୍ତି ବୋଲି କହିଛନ୍ତି ଅନୁଭଵ ମହାନ୍ତି।ସେ ଜାଣିଶୁଣି ଏହାକୁ ଆଭଏଡ କରୁଛନ୍ତି। ଏଥିରୁ ତାଙ୍କର ଉଦ୍ଦେଶ୍ୟ ଠିକ୍ ଭାବରେ ବୁଝା ପଡୁଛି। ତାଙ୍କ ପ୍ରତି ମୋର ସମ୍ମାନ ସେମିତି ପୂର୍ବ ଭଳି ରହିଛି। ମୁଁ ଚାହୁଁଛି ସେ ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ। ଆଉ ଯଦି ସେ ଏବଂ ତାଙ୍କର ଓକିଲ କୋର୍ଟ ର ସମସ୍ତ ଆଇନ୍ ଗତ ପ୍ରକ୍ରିୟା କୁ ସଠିକ୍ ଭାବରେ ପାଳନ କରନ୍ତେ ତେବେ ବହୁତ୍ ଭଲ ହୁଅନ୍ତା। ଦରକାର୍ ପଡ଼ିଲେ ମୁଁ ପ୍ରେସ୍ ମିଟ ଡାକି ଏ ବିଷୟରେ ଆପଣ ମାନଙ୍କୁ ଜଣାଇବି ବୋଲି ସେ କହିଛନ୍ତି।

ଲୋକଙ୍କ ସାମ୍ନାରେ ଗୋଟିଏ ଏବଂ ଭିତରେ ଆଉ ଗୋଟିଏ ରଖିଲେ ଏହା ବାସ୍ତବରେ ନୈରାଶ୍ୟ ଜନକ କଥା। ଏହାଛଡ଼ା ସାଂସଦ ଅନୁଭବ କହିଛନ୍ତି ଯେ ଜଣଙ୍କୁ ଭଲ ପାଇକି ବାହା ହୋଇଥିଲି ତାଙ୍କ ପାଖରୁ ଏସବୁ ଆଶା କରା ଯାଇ ନପାରେ। ଆଉ ଯଦି ଏମିତି ହିଁ ଚାଲେ ତେବେ ହୁଏତ ସାରା ଜୀବନ ପାଇଁ ପ୍ରେମ ଉପରୁ ମୋର ବିଶ୍ୱାସ ଉଠିଯିବ ବୋଲି ଅନୁଭଵ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।