ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଆମର ହିନ୍ଦୁ ଶାସ୍ତ୍ର ରେ ବିଭିନ୍ନ ପ୍ରକାରର ନିୟମ ମାନ ଅଛି | ଆଉ କୁହାଯାଏ କି ଯଦି ଆମେ ଏହି ନିୟମ ଗୁଡିକୁ ମାନିକି ଚଳିବା ତାହେଲେ ତାହା ଆମର ଅନେକ ଉନ୍ନତି କରିଥାଏ | ତେବେ ଆଜି ଆମେ ଯେଉଁ କଥା ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି ଆମ ଠାକୁର ଘର ବିଷୟରେ କିଛି କଥା | ତେବେ ଠାକୁର ଘର କେମିତି ହେବା ଆବଶ୍ୟକ, ଠାକୁର ଘର ହେବାର ସଠିତ ଦିଗ କୋଉଟା ଓ କଣ ସବୁ ଠାକୁର ଘରେ କରିଲେ ଆମର କ୍ଷତି ହୋଇଥାଏ ଓ କଣ ସବୁ କରିଲେ ଆମର ଶୁଭ ହୋଇଥାଏ ଆସନ୍ତୁ ସେ ବିଷୟରେ ଜାଣିବା |
ଠାକୁର ଘର କେମିତି ହେବା ଆବଶ୍ୟକ :-
1-ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଯାହା କୁହାଯାଉଛି କି ଠାକୁର ଘର ଉତ୍ତର ପୂର୍ଵ ଦିଗ ଅର୍ଥାତ ଐଶାନ୍ୟ କୋଣ ରେ ରହିଲେ ତାହା ଆମ ପାଇଁ ଶୁଭ ହୋଇଥାଏ | ଏହା ବ୍ୟତୀତ ଯଦି ଆପଣଙ୍କର ଏହି କୋଣ ରେ କିଛି ସୁବିଧା ନାହିଁ ତାହେଲେ ଉତ୍ତର କୋଣ ରେ ମଧ୍ୟ ଆପଣ ଠାକୁର ଘର କରି ପାରିବେ |
2-ଠାକୁର ଘରେ କେବେ ହେଲେ ଶୋଇବେ ନାହିଁ |ଆଉ ଠାକୁରଙ୍କ ଘରକୁ ଅଲଗା କରିବେ| ତାହା ସହିତ ଠାକୁରଙ୍କ ପୂଜା ପରେ ତାଙ୍କର ଘର ସାମ୍ନା ରେ କପଡ଼ାଘୋଡ଼ାଇ ଦେବା ଆବଶ୍ୟକ |
3- ଠାକୁର ଘରର କବାଟ କୁ ଦୁଇ ଫାଳିଆ କରିବା ଆବଶ୍ୟକ | ତାହା ବ୍ୟତୀତ ଗ୍ରିଲ ବା ଟିଣ ରେ କବାଟ ନ କରି କବାଟ କୁ କାଠ ରେ କରେଇବା ଆବଶ୍ୟକ | ଆଉ ମନେ ରଖିବେ କବାଟ ଯେମିତି ଆପେ ଆପେ ଖୋଲି ଯାଉ ନ ଥିବ |
4- ତାହା ବ୍ୟତୀତ ଠାକୁର ଘର ର ବନ୍ଧ ସବୁବେଳେ ଚଉଠା କରିବା ଆବଶ୍ୟକ |
ଘରେ କେଉଁ ଠାକୁର ଙ୍କ ଆଉ କେମିତି ରଖିବା ଆବଶ୍ୟକ :-
1- ତେବେ କୁହାଯାଉଛି କି ଠାକୁର ଘରେ ଠାକୁର ଙ୍କର ଫୋଟ କୁ ବସାଇ ପୂଜା କରିବା ଆବଶ୍ୟକ, କେବେବି ଠାକୁରଙ୍କ ମୂର୍ତ୍ତି ଘରେ ପୂଜା କରିବା ଉଚିତ ନୁହଁ | ଆଉ ଯଦି ମୂର୍ତ୍ତି ଥାଏ ତାହା 6 ଆଙ୍ଗୁଳି ପର୍ଯ୍ୟନ୍ତ ର ମୂର୍ତ୍ତି ରହିବା ଆବଶ୍ୟକ |2-ଘରେ କାଳୀ, ଶିବ, ହନୁମାନ ଓ ନୃ ସିଂହ ମୂର୍ତ୍ତି ର ପୂଜା ନିଶ୍ଚୟ କରନ୍ତି |ଠାକୁର ପୂଜା ର ଆସ୍ଥାନ କେମିତି ହେବା ଦରକାର :-କୁହାଯାଉଛି କି ଠାକୁର ଘରେ ଠାକୁରଙ୍କ ଫୋଟ କୁ କାନ୍ଥ ରେ ଲଗେଇକି ବା କାନ୍ଥ ରେ ଟାଙ୍ଗିକି ପୂଜା କରିବା ଉଚିତ ନୁହଁ | ତାହା ସହିତ ଠାକୁର ଙ୍କ ଉତ୍ତର ପୂର୍ବ ଦିଗରେ ରଖିକି ପୂଜା କରିଲେ ଶୁଭ ହୋଇଥାଏ | ଏହା ବ୍ୟତୀତ ଠାକୁର ଘର ଆଗରେ ଠାକୁର ଙ୍କର ଫୋଟ ଟାଙ୍ଗିବା ଅନୁଚିତ |
ଠାକୁର ଙ୍କର ମୁହଁ କେଉଁ ଦିଗ କୁ ରହିବା ଆବଶ୍ୟକ :-
କୁହାଯାଉଛି କି ଠାକୁର ଙ୍କର ମୁହଁକୁ ଘରେ ପଶ୍ଚିମ ଦିଗ କୁ ରଖିବା ଆବଶ୍ୟକ କେବଳ ମନ୍ଦିର ମାନଙ୍କରେ ପୂର୍ବକୁ ରଖାଯାଇଥାଏ | ଏହା ବ୍ୟତୀତ ଆମେ ଠାକୁର ଙ୍କ ପୂଜା କରିଲା ବେଳେ ଠାକୁରଙ୍କୁ ଆମର ଡାହାଣ ପାଖରେ ରଖି ପୂଜା କରାଯାଇଥାଏ ଘରେ | ଏହା ଛଡା ଆପଣ ପୂଜା ଘରେ ଧ୍ୟାନ କରନ୍ତୁ ନାହିଁ ଯାହା ଭଲ ହୋଇ ନ ଥାଏ |
ତେବେ ଏହା ଥିଲା ଠାକୁର ଙ୍କ ପୂଜା ଅର୍ଚନା କରିବା ପାଇଁ ଆମେ କେଉଁ କେଉଁ କାର୍ଯ୍ୟ ଉପରେ ଧ୍ୟାନ ଦେବା ସେ ସବୁ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।