ବନ୍ଦ ହେଲା କେଦାରନାଥ , ମନ୍ଦିର ଛାଡି ଚାଲିଯାଉଛନ୍ତି ପ୍ରଭୁ କେଦାରନାଥ..ଦେଖନ୍ତୁ ଅପୂର୍ବ ଦୃଶ୍ୟ ଭିଡ଼ିଓ

ବନ୍ଧୁଗଣ ଆପଣ ସୋସିଆଲ ମେଡିଆରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉ ଥିବେ ନିଶ୍ଚିତ |ହେଲେ ମୁଁ ଆଜି ଆପଣକୁ ଯଉଁ ଖବର ବିଷୟରେ କହିବି ତାହା ବହୁତ ରୋମାଞ୍ଚକ |ଭଗବାନ କେଦାର ନାଥ ଯେତେବେଳେ ନିଜର ପୀଠ ଛାଡି ଯାଅନ୍ତି ସେତେବେଳେ ଭକ୍ତମାନଙ୍କ ଭିଡ଼ ଓ ତାଙ୍କର ଭଗବାନଙ୍କ ପ୍ରତି ଭକ୍ତିଭାବର ଦୃଶ୍ୟ ଭାରି ମନମୋଗ୍ଧକର |ତେବେ ଆସନ୍ତୁ ଜାଣିବା ଭଗବାନ କେଦାରନାଥ କାହିଁକି ମନ୍ଦିର ଛାଡି ଯାଉଛନ୍ତି, ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ଭଗବାନ କେଦାର ନାଥ ମନ୍ଦିର ଛାଡି ଯିବାର ଏହି ଅପୂର୍ବ ଦୃଶ୍ୟ ଭାରି ମନ ଲୋଭା |ପୁଣି କେବେ ଫେରିବେ ପ୍ରଭୁ ସେଥିପାଇଁ ଭକ୍ତ ମାନଙ୍କ ଅପେକ୍ଷା |ଭଗବାନ କେଦାର ନାଥଙ୍କ ପାଖରେ ଭକ୍ତମାନଙ୍କ ଭିଡ଼ ପ୍ରାୟ ସବୁ ସମୟରେ ଦେଖିବାକୁ ମିଳିଥାଏ |ମାତ୍ର ଏବେ ଏହି ଶୀତ ଋତୁକୁ ନେଇ ଚାଲିଛି ସମସ୍ୟା, ଏହି ଋତୁରେ ବଫର ଯୋଗୁଁ କେଦାର ନାଥଙ୍କ ମନ୍ଦିର ବରଫା ଛନ୍ନ ହୋଇଯାଏ |କେଦାର ନାଥ ଦୀର୍ଘ ଛଅ ମାସ ବରଫରେ ଢାଙ୍କି ହୋଇରହିଥାନ୍ତି |ତେଣୁ ଏହି ଶୀତ ଋତୁରେ ଭଗବାନ କେଦାର ନାଥ ମନ୍ଦିର ଛାଡି ଯାଉଛନ୍ତି ପୁଣି ସେ ଲେଉଟିବେ ଛଅ ମାସ ପରେ |ଭକ୍ତ ମାନଙ୍କ ଭିଡ଼ ପୁଣି ଛଅ ମାସ ପରେ ଲାଗିବ, କେତେ ଭକ୍ତ ପୁଣି ନିଜର ଗୁହାରି ଜଣାଇବା ପାଇଁ ଆସିବେ |

କେଦାର ନାଥଙ୍କ ମନ୍ଦିର ପ୍ରସିଦ୍ଧ ଅଟେ, ଭଗବାନ କେଦାର ନାଥଙ୍କ ଅପାର କୃପା ଭକ୍ତ ମାନଙ୍କ ଉପରେ ରହିଥାଏ |ସେ ବହୁତ ଦୟାଳୁ ଅଟନ୍ତି ସବୁ ଭକ୍ତ ମାନଙ୍କ ମନବାଞ୍ଛା ସେ ଶୀଘ୍ର ପୁରଣ କରିଥାନ୍ତି |କିନ୍ତୁ ଏହି ଶୀତ ଦିନର ଅବସରକୁ ନେଇ ମନ୍ଦିର ବନ୍ଦ ହୋଇଛି |ହାଇଡୋଜ ଅବସରରେ ସକାଳ 8.30ମିନିଟରେ ଜ୍ୟୋତିର ଲିଙ୍ଗ କେଦାର ନାଥଙ୍କ କବାଟ ବନ୍ଦ କରାଯାଇଥିଲା |ଏହି ଅବସରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ, ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ 2500ରୁ ଅଧିକ ଭକ୍ତ |

ଗତକାଲି ସକାଳ 3ରେ କେଦାର ନାଥଙ୍କ କବାଟ ଖୋଲିବାରୁ ଆରମ୍ଭ ହୋଇଥିଲା ରୀତିନିତୀ,ଜ୍ୟୋତିର ଲିଙ୍ଗକୁ ଶୃଙ୍ଗାର କରିବା ପରେ ପୂଜାରୀ ମାନେ ଅନେକ ଫୁଲ ପୁଷ୍ପ ଦେଇ ଘୋଡାଇ ଦେଇଥିଲେ |ଏହା ପରେ ଏହି ଗୃହକୁ ଜିଲ୍ଲା ପ୍ରଶାସନିକଙ୍କ ଉପସ୍ଥିତିରେ ବନ୍ଦ କରିଦିଆ ଯାଇଥିଲା,ଏଠାକୁ ଛଅ ମାସ ଯାଏ ଭକ୍ତଙ୍କୁ ଆସିବାପାଇଁ ବାରଣ କରାଯାଇଛି କାରଣ ଏହି ଛଅ ମାସ ବରଫରେ ପୁରି ରହିବ ଏହି ମନ୍ଦିର |ତେଣୁ ପୁଣି ଗରମ ପଡିଲେ ବରଫ କମିଲା ପରେ ଖୋଲିବ କେଦାରନାଥ ପୀଠ |ତେଣୁ ଭଗବାନଙ୍କୁ ନିଜ କାନ୍ଧରେ ବସାଇ ଶଙ୍ଖ, ବାଦ୍ୟ ଓ ହୋଳହୁଳିରେ ନେଇ ଯାଉଛନ୍ତି ପୂଜାରୀ ଓ ଭକ୍ତମାନେ |ପୁଣି ପ୍ରଭୁ ଛଅ ମାସପରେ ଏହି ପୀଠକୁ ଲେଉଟିବେ, କେଦାରନାଥ ଙ୍କ ମନ୍ଦିର ଛାଡି ଯିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment