ଭିଡିଓ ହେଲା ଭାଇରାଲ ! ମହିଳାଙ୍କୁ ନିର୍ମମ ମାଡ , ମୁହଁ ଉପରେ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି ଏହି ବ୍ୟକ୍ତି ଜଣକ

0

ଆଜିର ସମାଜରେ ମହିଳା ମାନଙ୍କୁ ଅନେକ ନିର୍ଜାତନା ସହିବାକୁ ପଡୁଛି ଏବଂ ଏମିତି କିଛି ମହିଳା ମାନେ ରହିଛନ୍ତି ଯେଉଁମାନେ ନିର୍ଜାତନା ସହ୍ୟ ନକରି ପାରି ଆତ୍ମହତ୍ୟା ମଧ୍ୟ କରୁଛନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗୋଅଣ୍ଡିଆ ଥାନା ଆନ୍ତର୍ଗତ ଝାରଦା ଗାଁରେ । ଝାରଦା ଗାଁର ରୀନା ଗୁଡୁଙ୍କୁ ଘରେ ପଶି ଆକ୍ରମଣ କରିଛନ୍ତି ସେହି ଗାଁର ଭାରତୀ ଗୁଡୁ ଏବଂ ତାଙ୍କ ପୁଅ ମହେନ୍ଦ୍ର ଗୁଡୁ । ଏପରିକି ମହେନ୍ଦ୍ର ନାମକ ଏହି ଯୁବକ ଜଣକ ଅତି ନିର୍ଦୟ ଭାବରେ ମହିଳା ଜଣଙ୍କୁ ଗୋଇଠା ଉପରେ ଗୋଇଠା ମାରି ଚାଲିଛନ୍ତି ।

ମହିଳାଙ୍କ କହିବା ଅନୁସାରେ ସେହି ଯୁବକ ଜଣକ ହେଉଛନ୍ତି ତାଙ୍କ ପୁତୁରା ଏବଂ ସେ ପ୍ରତିଦିନ ମଦ୍ୟପାନ କରି ଘରେ ଆସି ମାଡା ପିଡା କରନ୍ତି । ସେଥିପାଇଁ ମହିଳା ଜଣକ ଥାନାରେ ତାଙ୍କ ନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ଯୋଗୁଁ ପୁତୁରା ଜଣକ ମହିଳାଙ୍କୁ ଅତି ନିର୍ଦୟ ଭାବରେ ମାଡ ମରାଉଛନ୍ତି । ଏଥିରେ ମହିଳା ଜଣକ ଲହୁ ଲୁହାମ ହୋଇ ମଥାରେ ଗଭୀର ଆଘାତ ମଧ୍ୟ ପାଇଛନ୍ତି । ଏ ସମ୍ପର୍କରେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇ ନାହିଁ , ଆଉ ବାରମ୍ୱାର ମହିଳା ଜଣଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଗୋଅନ୍ଦିଆ ଥାନା ପୋଲିସ ଏ ସମ୍ପର୍କରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ଓ ଫେରାର୍ ଅଭିଯୁକ୍ତଙ୍କୁ ଖୋଜୁଛି ବୋଲି ଗୋଅନ୍ଦିଆ ଥାନା ପୋଲିସ ଫୋନ ଯୋଗେ ଓଟିଭିକୁ କହିଛନ୍ତି । ପୋଲିସହ୍କ କହିବା ମୁତାବକ ରୀନା ଗୁଡୁଙ୍କ ବାପ ଘର ପରିବାର ଲୋକେ ତାଙ୍କ ପୁତୁରାକୁ ରାଗାରୋଗୀ କରିଥିଲେ ଏବଂ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ଯୋଗୁଁ ସେ ଏପରି ଭାବରେ ରୀନା ଗୁଡୁଙ୍କୁ ନିର୍ଦୟ ଭାବେ ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି । ଯାହାର ଭିଡିଓ ଆପଣ ମାନେ ସମସ୍ତେ ଦେଖିବାକୁ ପାଉଥିବେ , ସେଥିପାଇଁ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି ।

 

ଏପଟେ ତାଙ୍କ ପୁତୁରା ତାଙ୍କୁ ଜୀବନରୁ ମାରିବାର ଧମକ ମଧ୍ୟ ଦେଇଛନ୍ତି , ତେଣୁ ରୀନା ମଧ୍ୟ ଡରି ଯାଇଛନ୍ତି । ପୋଲିସ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତୁ ଦେଇଛନ୍ତି । ଏହି ପରି ଅନେକ ସ୍ଥାନରେ ମହିଳା ମାନଙ୍କୁ ଅନେକ ପ୍ରକାର ନିର୍ଜାତନା ସହିବାକୁ ପଡୁଛି ଏବଂ ସେମାନେ ସମାଜରେ ନିଜକୁ ସୁରକ୍ଷିତ ମନେ କରି ରହିବା ବହୁତ କଷ୍ଟକର ହୋଇ ପଡିଛି । ତେଣୁ ସରକାର ଏନେଇ କୌଣସିକୋଠର ପଦକ୍ଷେପ ନେବା ଉଚିତ , ତେବେ ଯାଇ ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରିବା ସହିତ ଭଲରେ ଜୀବନ ଯାପନ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।