ଦେଖନ୍ତୁ Shocking Video : ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 60 ହଜାରରୁ ଅଧିକ ଲୋକ ଦେଖିସାରିଲେନି

0

କୋଭିଡ ପରିଚାଳନା ରେ କଳିଙ୍ଗ ହସ୍ପିଟାଲ ରୋଗୀଙ୍କୁ ଲୁଟୁ ଥିବାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି। କରନା ଚିକିତ୍ସା ପାଇଁ ରୋଗୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ନେଉଛି ହସ୍ପିଟାଲ। ଆଉ ଏଥିରେ ପ୍ରଭାବିତ ହେଉଛନ୍ତି ସାଧାରଣ ଲୋକେ। ଆପଣ ଜାଣିଛନ୍ତି କରନା ଭାଇରସ ପରି ମାରାତ୍ମକ ସଂକ୍ରମଣ ପାଇଁ ଜୀବନ ଜୀବିକା ସବୁ ଠପ୍ ହୋଇ ଯାଇଛି।ଏହି ସମୟରେ ଅନେକ ଲୋକଙ୍କ ଚାକିରି ମଧ୍ୟ ଯାଉଛି।ମେଧାବୀ ଛାତ୍ର ଛାତ୍ରୀ ମାନେ ପରୀକ୍ଷା କୁ ଅନେଇ ବସିଥିବା ବେଳେ ଏହା ଏବେ ଅନିଶ୍ଚିତତା ଦେଇ ଗତି କରୁଛି। ଅର୍ଥନୀତି କୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି ବିଶ୍ୱରେ।

ସମସ୍ତ ପ୍ରକାରର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ବିଶ୍ଵ ଗତି କରୁଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଆମ ଦେଶ ଭାରତ। ତେବେ କରନା ଭଳି ମାରାତ୍ମକ ଭୂତାଣୁ କେବଳ ଆମ ରାଜ୍ୟ ଓଡିଶାରେ ନୁହଁ ,ସମଗ୍ର ଦେଶରେ ତାଣ୍ଡବ ରଚୁଛି। ଏହି ଅଦୃଶ୍ୟ ଶକ୍ତି ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି।ଏଥିରେ ଗରିବ, ମୂଲିଆ, ମଧ୍ୟବିତ୍ତ ପରିବାର ର ଲୋକେ ବହୁତ୍ ହଇରାଣ ହେଉଛନ୍ତି।ଆଉ ଏତିକି ବେଳେ କିଛି ଘରୋଇ ହସ୍ପିଟାଲ ମାନେ ଯେଉଁଭଳି ଭାବେ ସାଧାରଣ ଲୋକଙ୍କ ପାଖରୁ ଟଙ୍କା ଲୁଟୁ ଛନ୍ତି ତାହା ଏବେ ସାମ୍ନାକୁ ଆସିଛି। ପୂର୍ବରୁ ଏଭଳି ଅନେକ ଘଟଣା ଆପଣ ଜାଣିବାକୁ ପାଉଥିବେ।

ତେବେ ସେହିପରି ଏକ ଘଟଣା ଏବେ ଲୋକ ଲୋଚନକୁ ଆସିଛି। ଭୁବନେଶ୍ୱର ର କଳିଙ୍ଗ ହସ୍ପିଟାଲ ରେ ଦେଖିବାକୁ ମିଳିଛି ସେହିଭଳି ଏକ ଘଟଣା।ଏଠାରେ ସରକାରଙ୍କ କୋଭିଡ ନିୟମକୁ ବେଖାତିର୍ କରିଥିବା ଖବର ଆସିଛି। ଜଣେ ରୋଗୀ କରନା ରେ ଆକ୍ରାନ୍ତ ହେବା ପରେ ତାଙ୍କୁ କଳିଙ୍ଗ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ତାଂକୁ ଦୀର୍ଘ ୪୦ ଦିନ ଧରି ରଖା ଯାଇଥିଲା।୪୦ ଦିନ ଭିତରେ ରୋଗୀଙ୍କ ପାଖରୁ କୋଭିଡ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ଦିଆ ଯାଇଛି ୮ ଲକ୍ଷ ଟଙ୍କାର ବିଲ୍। ଆଉ ଏହା ସହିତ ସେଠାରୁ ରୋଗୀଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜୋର୍ ଜବରଦସ୍ତି କୁହା ଯାଉଛି।

ଦୀର୍ଘ ୪୦ ଦିନ ଧରି ସେଠାରେ ରୋଗୀକୁ ଚିକିତ୍ସା କରା ଯାଇଥିଲେ ମଧ୍ଯ ରୋଗୀର ସ୍ୱାସ୍ଥ୍ୟବସ୍ଥା ରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ ବରଂ ରୋଗୀର ମୃତ୍ୟୁ ଘଟିଛି।ଆଉ ଏହାପରେ ସମ୍ପୂର୍ଣ୍ଣ ପରିବାରରେ ଖେଳି ଯାଇଛି ଦୁଃଖର ଛାୟା। ବାପା ଙ୍କୁ ହରାଇ ପୁଅ ମାନେ ଭାଙ୍ଗି ପଡ଼ିଥିବା ବେଳେ, ସ୍ବାମୀଙ୍କୁ ହରାଇ ସ୍ତ୍ରୀ ନିଜର ଦୁଃଖକୁ ଛାତିରେ ଚାପି ରଖି ନପାରି ଧର୍ଯ୍ୟ ହରା ହୋଇ ପଡିଛି। ତେବେ ଏଭଳି ଏକ ଘଟଣା ବୟାନ କରୁଛି ଯେ କିପରି ଭାବରେ ଚିକିତ୍ସା କାର୍ଯ୍ୟ ଏହି ହସ୍ପିଟାଲରେ କରା ଯାଉଛି ଏବଂ ଲୋକଙ୍କ ପରିବାର ଉପରେ ଲକ୍ଷ ଲକ୍ଷ ଟଙ୍କାର ବୋଝ ଲଦି ଦିଆ ଯାଉଛି କୋଭିଡ ଚିକିତ୍ସା ବାହାନାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।