ଦେଖନ୍ତୁ Live ଭିଡିଓ – ଭାଇରାଲ ହେଲା ଯୁବତୀଙ୍କର ଗୋଟିଏ ଜିଦ୍ ସେ ବିଧାୟକଙ୍କୁ ବିବାହ କରିବେ, ତେବେ ସେ ଏମିତି ଜିଦ ଧରି ବସିବା ପଛରେ କାରଣ କ’ଣ ଜାଣିଲେ କହିବେ କ’ଣ ସତରେ..

0

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାଏ ଏହି ଯୋଡ଼ି।

କିନ୍ତୁ ଆଜିକାଲି ର ଏହି ଯୁବ ପିଢ଼ି ମାନେ ଏହି କଥା କୁ ବୁଝିବା ପାଇଁ ନାରାଜ ଅଟନ୍ତି । ଯିଏ ଯାହାକୁ ପାରୁଛନ୍ତି ବିବାହ କରୁଛନ୍ତି ଓ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି ଏହି ଦେଖନ୍ତୁ କେମିତି ଏକ ଲଜ୍ୟଜନକ ଘଟଣା ଦେଖିବାକୁ ମିଳିଛି ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ଘଟଣା ଟି ଆସିଛି ପାଲହଡା ରୁ । ଭୁବନେଶ୍ୱର ର ଆଇନ୍ ଛାତ୍ରୀ ପାଲହଡା ର ବିଧାୟକ ମୁକେଶ କୁମାର ପଲ୍ କୁ ବିବାହ କରିବା ପାଇଁ ଜିଦି ଧରି ଅଛନ୍ତି କେବଳ ସେତିକି ନୁହେଁ ସେ ବିଧାୟକ ଜଣଙ୍କୁ ବିବାହ କରିବା ପାଇଁ ବିଧାୟକ ରହୁଥିବା ବାସ ଭବନ ରେ ୭-୮ ଘଣ୍ଟା ଧାରଣା ମଧ୍ୟ ଦେଇଥିଲେ। କିନ୍ତୁ ବିଧାୟକ ମୁକେଶ କୁମାର ପଲ୍ ତାଙ୍କ କଥା କୁ ଖଣ୍ଡନ କରିଥିଲେ ।

ତେବେ ଯୁବତୀ ଜଣକ ଅଭିଯୋଗ ଅନୁସାରେ ବିଧାୟକ ମୁକେଶ କୁମାର ପଲ୍ ତାଙ୍କ ସହିତ ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଫୋନ୍ ରେ କଥା ବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ସେ ବିବାହ ପାଇଁ ଅମଙ୍ଗ ହେଉଛନ୍ତି ତେଣୁ ଯୁବତୀ ଜଣଙ୍କ ଏପରି ଏକ ପଦକ୍ଷେପ ନେବା ସହିତ ଆଇନ୍ ର ସହାୟତା ମଧ୍ୟ ଲୋଡ଼ି ଅଛନ୍ତି ।

ଏହି ପରୀପେଖି ରେ ବିଧାୟକ ମୁକେଶ କୁମାର ପଲ୍ ନିଜର ମତ ରଖି କହିଛନ୍ତି ଯେ ଏହି ଯୁବତୀ ଙ୍କ ସହିତ ତାଙ୍କର ବିବାହ ପ୍ରସ୍ତାବ ଘର ଲୋକ ଆଣି ଥିଲେ ଓ ଉଭୟ ଫୋନ୍ ରେ କଥା ହୁଅନ୍ତି କିନ୍ତୁ ପରେ କିଛି କାରଣ ପାଇଁ ଦୁହିଙ୍କ ମଧ୍ୟରେ ମନ୍ତତର ହୋଇ ଥିବାରୁ ଦୁହେଁ ଆଉ କଥାବାର୍ତ୍ତା ହେଉ ନଥିଲେ । ତେବେ ଝିଅ ଟି ଏହି କଥା କୁ ଗ୍ରହଣ କରୁନାହିଁ ଓ ଜିଦି ଧରି ରହିଛି ଯେ ସେ ବିଧାୟକ ଙ୍କୁ ବିବାହ କରିବ ବୋଲି । ତେବେ ଏପର୍ଯ୍ୟନ୍ତ ମତାନ୍ତର କାରଣ ସ୍ପଷ୍ଟ ହୋଇ ପାରିନାହିଁ।

କିଛି ସମୟ ପରେ ଯୁବତୀ କୁ ବୁଝାଇ ଶୁଝାଇ ଘରକୁ ପଠେଇ ଦେଇଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।