ଦେଖନ୍ତୁ ଭିଡ଼ିଓ : ଭାଇରାଲ ହେଲା Sidharth Shukla ଙ୍କ ଶେଷ ଭିଡିଓ, ଯାହା ଦେଖିଲେ ଆଖିରୁ ଲୁହ ଆସିଯିବ…ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବେ ଆଉ ଆମ ଗହଣରେ ନାହାଁନ୍ତି। ତେବେ ଲୋକପ୍ରିୟ ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଏଭଳି ଅଚାନକ ମୃତ୍ୟୁ ପରେ ସାରା ସିନେ ଜଗତକୁ ଏକ ଝଟ୍‌କା ଲାଗିଛି। ଆଉ ଏଥିରେ ସବୁଠୁ ଅଧିକ ଦୋହଲି ଯାଇଛନ୍ତି ସିଦ୍ଧାର୍ଥଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲ୍‌। ଯିଏକି ଏଥିରେ ସବୁଠାରୁ ଅଧିକ ଭାଙ୍ଗି ପଡିଛନ୍ତି।ଏହି ଘଟଣା ପରଠୁ ସବୁବେଳେ ହସ ହସ ମୁହଁରେ ରହୁଥିବା ତାଙ୍କ ପ୍ରେମିକା ଶେହନାଜ ଗିଲ୍‌ଙ୍କ ଆଖିରୁ ଲୁହ ଶୁଖୁନି। ତେବେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ତାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କର ଅଗଣିତ ପ୍ରଶଂସକ।

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ବହୁ ସେଲିବ୍ରିଟି ମାନେ ଓଶିବାରା ଶ୍ମଶାନରେ ପହଞ୍ଚିଥିଲେ। ତେବେ ସିଦ୍ଧାର୍ଥଙ୍କ ଖୁବ ନିକଟତର ଥିବା ଶେହନାଜ ଗିଲ ବି ସେଠାରେ ପହଞ୍ଚିଥିଲେ। ତାଙ୍କର ମୃତ୍ୟୁ ଯେମିତି ସମସ୍ତ ଙ୍କୁ ଏକ ପ୍ରକାର ଝଟକା ଦେଇଛି। ମାତ୍ର ୪୦ ବର୍ଷ ବୟସରେ ସେ କ୍ୟାରିୟରର ଏଭଳି ସମୟରେ ଥିଲେ ତାଙ୍କୁ ବିଭିନ୍ନ କାମ ପାଇଁ ଅଫର୍‌ ମିଳୁଥିଲା। ଏପରିକି ଆଗାମୀ ଦିନରେ କାମ କରିବା ପାଇଁ ହାତରେ ଅନେକ ପ୍ରୋଜେକ୍ଟ ରହି ଥିଲା। ହେଲେ ତାହା ହୋଇ ପାରିଲା ନାହିଁ। ଗୁରୁବାର ସକାଳ ଦୁଃଖଦ ଖବର ନେଇ ଆସିଲା।

ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଏଭଳି ଖବର ଆସିବା ପରେ ସମସ୍ତେ ଯେମିତି ମର୍ମାହତ ହୋଇ ପଡିଛନ୍ତି।ବଲିଉଡ୍‌ ସହ ଟେଲି ପରଦାର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ ଚେହେରା ସିଦ୍ଧାର୍ଥ ନିଜର ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସିଦ୍ଧାର୍ଥ ଙ୍କ ଶେଷ ଭିଡିଓ ବୋଲି କୁହା ଯାଉଛି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।ଏହି ଭିଡିଓ ରେ ସେ ତାଙ୍କର ସମସ୍ତ ଦର୍ଶକ ମାନଙ୍କୁ ତାଙ୍କର ଅନେକ ଭଲପାଇବା ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି।

ତାଙ୍କର ସଫଳତା କେବଳ ସେମାନଙ୍କ ଭଲପାଇବା ପାଇଁ ସମ୍ଭଵ ହୋଇ ପାରିଛି।ଏହି ଭିଡିଓ ଦ୍ବାରା ସେ ତାଙ୍କର ଖୁସି ବ୍ୟକ୍ତ କରିଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଗୁରୁବାର ସକାଳେ ସିଦ୍ଧାର୍ଥଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। କୁପର ଡାକ୍ତରଖାନାରେ ତାଙ୍କର ପୋଷ୍ଟମର୍ଟମ କରାଯାଇ ଶୁକ୍ରବାର ସକାଳେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେଠାରୁ ସୁସଜ୍ଜିତ ଆମ୍ବୁଲାନ୍ସରେ ମୃତଦେହକୁ ସିଧାସଳଖ ଶ୍ମଶାନ ନିଆ ଯାଇଥିଲେ। ପରେ ପରିବାର ଲୋକ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୱ ସମ୍ପନ୍ନ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।