ଭାଇରଲ ହେଲା ଭିଡିଓ- ବଲିଉଡ ସୁପର ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ଧର୍ମ ପତ୍ନୀ ସହିତ ଓଡ଼ିଆ ସେଲିବ୍ରେଟି ଙ୍କ ଏକାଠି ଡ୍ୟାନ୍ସ ଦେଖିବାକୁ ମିଳିଛି

ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଉପଭୋଗ କରିବାର ସମୟ ଆସିଛି। ସମସ୍ତେ ସବୁ ମୁହୂର୍ତ୍ତରେ ଖୁସିରେ ରହିବାକୁ ଚାହିଁଥାନ୍ତି। ବେଳେବେଳ ଦେଖା ଯାଇଥାଏ କିଛି ଡ୍ୟାନ୍ସ କିମ୍ବା ପାର୍ଟି ପ୍ରୋଗ୍ରାମ କୁ ବହୁତ ଭଲ ପାଇ ଥାଆନ୍ତି। ଆଉ କିଛି ଦିନ ତଳେ ଶୁଣା ଯାଇଥିଲା ଆମ ଓଡିଶାରେ ଏମିତି ଏକ ବଡ ରିଏଲିଟି ଶୋ ହେଉଛି ଯେଉଁଠି ବଡ ବଡ ଅଭିନେତା ଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରା ଯାଇଛି।ଏହି ରିଏଲିଟି ଶୋ ଓଡ଼ିଶାର ସବୁ ଠାରୁ ବଡ ଶୋ। ଏହି ଶୋ ର ନାମ ତରଙ୍ଗ ସିନେ ଆୱାର୍ଡ ଏବଂ ଏହି ଶୋ ରେ ବଲିଉଡ ଠାରୁ ଆରମ୍ଭ କରି ଓଲିଉଡ ପର୍ଯ୍ୟନ୍ତ ସମସ୍ତଙ୍କୁ ନିମନ୍ତ୍ରଣ କରା ଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଶୋ ରେ କିଏ କିଏ ସବୁ ଆସିବେ।

ଆପଣ ମାନେ ଜାଣିଥିବେ କିଛି ଦିନ ପୂର୍ବେ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ ଘର ହୋଇଥିଲା। ଯାହା କୁ ନେଇ ସୋସିଆଲ ମିଡିଆରେ ବହିତ ଚର୍ଚା ହୋଇଥିଲା ଏବଂ ତାଙ୍କୁ ମଧ୍ୟ ପ୍ରଶଂସା ମିଳିଥିଲା। ତାଙ୍କ ବାହାଘର ପରେ ତାଙ୍କ ଘର କୁ ଅତିଥି ଭାବେ ଜଣେ ବଲିଉଡ ଷ୍ଟାର ଏବଂ ତାଙ୍କ ଧର୍ମ ପତ୍ନୀ ବି ଆସିଥିଲେ। ସେ ଲୋକପ୍ରିୟ ବଲିଉଡ ଷ୍ଟାର ହେଲେ ଗୋବିନ୍ଦା ଜି ଏବଂ ତାଙ୍କ ଧର୍ମ ପତ୍ନୀ ସୁନିତା ଜି। ସେ ଦୁହେଁ ସବ୍ୟ ଅର୍ଚ୍ଚିତା ଙ୍କ ସହିତ ବିବାହ ପରେ ପ୍ରଥମ ଥର ପାଇ ତାଙ୍କ ଘର କୁ ଆସିଥିଲେ ଏବଂ ସେହି ଦିନ ସେ ଅର୍ଚିତାଙ୍କ ହାତ ରୋଷେଇ ଖାଦ୍ୟ ମଧ୍ୟ ଖାଇଥିଲେ। ତାଙ୍କ ହାତ ରୋଷେଇ ଖାଦ୍ୟ ଖାଇଲା ପରେ ସେ ବହୁତ ପ୍ରଶଂସା କରିଥିଲେ ଏବଂ ବହୁତ କମେଡି କରି ମଉଜ ମଜଲିସ କରିଥିଲେ।

ସବ୍ୟ ଅର୍ଚ୍ଚିତା ଙ୍କ ଘର କୁ ଗୋବିନ୍ଦା ଆସିବାର କାରଣ ହେଲା ସେ ଦୁହେଁ ତରଙ୍ଗ ସିନେ ଆୱାର୍ଡ କୁ ଅତିଥି ଭାବେ ଆସିଥିଲେ ପରେ ଏମାନଙ୍କ ସହ ଦେଖା ହୋଇଥିଲା। ଏହି ତରଙ୍ଗ ଶୋ ରେ ସେ ଦୁହେଁ ଙ୍କୁ କମେଡି ଏବଂ ଡ୍ୟାନ୍ସ ବି କରିବେ। ଏହି ଶୋ ଆମର ଓଲିଉଡ ର ସବୁ ବଡ ବଡ ଷ୍ଟାର ମଧ୍ୟ ଯୋଗ ଦେବେ। ଓଲିଉଡ ଷ୍ଟାର ମାନଙ୍କ ସହିତ ଗୋବିନ୍ଦା ଜି ବହୁତ ମଜା ଏବଂ କମେଡି କରିଛନ୍ତି। ଏହାରି ଭିତରେ ଆମର ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ତାଙ୍କ ବହୁତ ଫୋଟୋ ଏବଂ ସେଲ୍ଫି ନେଇଛନ୍ତି।

ଏହି ଶୋ ରେ ଏମିତି ସିଦ୍ଧାନ୍ତ ମହାପାତ୍ର,ବବି ମିଶ୍ର, ଶିତମ,ଏଲିନା,ପରି ଅନେକ ବଡ ବଡ କଳାକାର ଏବଂ ଗୀତିକାର,ସଙ୍ଗୀତ ନିର୍ଦେଶକ ଇତ୍ୟାଦି ସମସ୍ତ ଗୋବିନ୍ଦା ଙ୍କ ସହିତ ଏକତ୍ରିତ ହୋଇ ଫୋଟୋ ଏବଂ ଡ୍ୟାନ୍ସ କରିଥିବାର ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment