viral news – ଘରେ ପୂଜା ପାଠ କରି ପୁଅର ନାଁ ରଖିଲେ ସୁପରଷ୍ଟାର ବାବୁସାନ ମହାନ୍ତି ଓ ତୃପ୍ତି

0

ସାଧାରଣତଃ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ଏହି ସେଲିବ୍ରେତିମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

କିଛିଦିନ ଧରି ଚର୍ଚ୍ଚା ଲାଗି ରହିଛି ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ , ସେ ଅନୁଭବ ବର୍ଷା ବିବାଦ ହେଉ, ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ହେଉ , ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସେହିପରି ବର୍ତ୍ତମାନ ଓଡ଼ିଶାର ସୁପରଷ୍ଟାର ବାବୁସାନ ମହାନ୍ତି ବାପା ହେବା ଖବର ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି, ତେବେ ବନ୍ଧୁ ଗଣ ଆମେ ଆପଣଂକୁ ବାବୁସାନ ବାପା ହେବା ଖବର ବିଷୟରେ ଜଣେଇଥିଲୁ, ତେବେ ଆଜି ଆମେ ଆପଣଂକୁ ବାବୁସାନ ପିଲାର ନାମ କଣ ରଖିଲେ ସେ ବିଷୟରେ କହିବା ପାଇଁ ଯାଉଛୁ;

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବାବୁସାନ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ, ଏବଂ ସୁପରଷ୍ଟାର ବାବୁସାନ ମହାନ୍ତି ସେ ନିଜ ପୁତ୍ର ସହିତ ଖେଳୁଥିବା ଏକ ଭିଡ଼ିଓ ଭାଇରାଲ ହୋଇ ଥିଲା। ଭିଡ଼ିଓ ଟିକୁ ଲକ୍ଷ ଲକ୍ଷ ଲୋକ ଦେଖି ସ୍ୱାଗତ ଜଣେଇଥିଲେ। ବାବୁସାନ ମହାନ୍ତି ପୁତ୍ର ସନ୍ତାନର ବାପା ହେବା ଖୁସିରେ ନିଜ ଫ୍ୟାନ ମାନଙ୍କ ପାଖରେ ମିଠା ବାଣ୍ଟିଥିଲେ।

ହସ୍ପିଟାଲ ରୁ ଘରକୁ ଫେରିବା ପୂର୍ବରୁ ନର୍ସ ମାନେ ତାଙ୍କ ଠାରୁ ସେଲ୍ଫି ନେଇଥିଲେ ଏବଂ ସେମାନେ ବାବୁସାନଙ୍କୁ ପାଖରେ ପାଇଁ ସେମାନେ ଖୁସି ହୋଇଯାଇଥିଲେ। ଠାକୁରଙ୍କ ପାଖରେ ପୂଜା କରି ସେ ତାଙ୍କ ପୁଅଙ୍କ ନାଁ ରଖିଛନ୍ତି। ତେବେ ସୋସିଆଲ ମିଡିଆରେ ଯାହା ଶୁଣିବାକୁ ମିଳୁଛି କେହି କେହି କହୁଛନ୍ତି ତାଙ୍କ ପୁଅଙ୍କ ନାଁ ସାନ ରଖି ଥିବାବେଳେ, ଏବଂ ଆଉ କେହି କହିଛନ୍ତି ଏପର୍ଯ୍ୟନ୍ତ ବାବୁସାନ ଏବଂ ତାଙ୍କ ପରିବାର ଲୋକେ ବାହାରକୁ ପ୍ରଘଟ କରିନାହାନ୍ତି।

ତେବେ ବର୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ବାବୁସାନ ମହାନ୍ତି ଙ୍କ ଘରେ ପୂଜାର୍ଚ୍ଚନା ହୋଇଛି ଏବଂ ତାଙ୍କ ପୁଅଙ୍କ ନାଁ ସାନ ରଖା ଯାଇଛି ତେବେ ଏହି ଖବର କେତେ ସତ୍ୟା ସତ୍ୟ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।