ଆଜିର ସମାଜରେ ନାରୀ ମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଉନାହିଁ ଏବଂ ଜଣେ ନାରୀ ବିବାହ ପରେ ମଧ୍ୟ ଶାଶୁ ଘରେ ଅନେକ ନିର୍ଜାତନା ସହିବାକୁ ପଡୁଛି । ଆଜିର ଦିନରେ ସେମାନେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡମତଳିଆ ଗ୍ରାମରେ ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ମାଣିଖଣ୍ୱ ଗ୍ରାମର ବିଦୁସ୍ମିତାଙ୍କର ଫେବୃଆରୀ 2014 ମସିହାରେ ସିଦ୍ଦାର୍ଥଙ୍କୁ ବିବାହ କରିଥିଲେ । ବିଦୁସ୍ମାତାଙ୍କ କହିବା ଅନୁସାରେ ବାପଘର ତରଫରୁ ଯେତିକି ଜିନିଷ ପତ୍ର ଦେବା କଥା ସେ ନଗତ 4 ଲକ୍ଷ ଟଙ୍କା ଏକ କାର ପାଇଁ ଦିଆଯାଇଥିଲା ।
କିନ୍ତୁ ବର୍ତ୍ତମାନ ସମୟରେ ଶାଶୁଘର ଲୋକେ 10 ଲକ୍ଷ ଟଙ୍କା ବାପ ଘରୁ ଆଣିବା ପାଇଁ ଡିମାଣ୍ଡ କରିଥିଲେ ଏବଂ ବହୂ ବିଦୁସ୍ମିତା ଏ ସମ୍ପର୍କରେ ଅଧିକ ପଚାରା ଉଚାର କରିବାକୁ ଶାଶୁ ଶ୍ୱସୁର କହିଥିଲେ କି ତାଙ୍କ ପୁଅକୁ ସେକେଣ୍ଡ ମ୍ୟାରେଜ କରିବେ ବୋଲି ବହୂଙ୍କୁ ଚ୍ୟାଲେଞ୍ଜ କରିଥିଲେ ।
ବିଦୁସ୍ମିତା ଗାଁରେ ଶାଶୁ ଶ୍ୱସୁରଙ୍କ ପାଖରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ରହୁଥିଲେ , ସେହି ସମୟରେ ତାଙ୍କ ଶାଶୁ ଶ୍ୱସୁର ଅନେକ ଶାରୀରିକ , ମାନସିକ ନିର୍ଜାତନା ଦେଉଥିଲେ । କିନ୍ତୁ ବହୂ ଏସବୁ ସହ୍ୟ କରି ମଧ୍ୟ ତାଙ୍କ ଘରେ ସୁଖ ଶାନ୍ତିରେ ରହିବା ପାଇଁ ଚାହୁଥିଲେ ଏବଂ ବିଦୁସ୍ମିତା ସେତେବେଳେ ମା ହେବାକୁ ଯାଉଥିଲେ ।
ଏହା ଖବର ଜାଣିବା ପରେ ଶାଶୁ ଶ୍ୱସୁର ଓ ସ୍ୱାମୀ ପିଲାକୁ ନଷ୍ଟ କରିଦେବା ପାଇଁ କହିଥିଲେ କିନ୍ତୁ ବିଦୁସ୍ମିତା ସେମାନଙ୍କ କଥା ନମାନି ବାପଘରକୁ ଚାଲି ଯାଇଥିଲେ । ଦୀର୍ଘ 8 ମାସ ପରେ ଶାଶୁ ଶ୍ୱସୁର ପୁଣିଥରେ ଭୁଲ ବୁଝାମଣା ଦୂର କରି ବହୂକୁ ଘରକୁ ନେଇ ଆସିଥିଲେ ।
ଗୋଟିଏ ମାସ ନ ହେଉଣୁ ପୁଣି ବହୂକୁ ଟରଚର କରିବା ଆରମ୍ଭ କରିଥିଲେ ଏବଂ ସେ ସମୟରେ ପିଲାଟି ବହୁତ ଛୋଟ ଥିଲା , ତେଣୁ ସେ ପିଲାକୁ ନେଇ ବାପଘରକୁ ଚାଲି ଆସିଥିଲେ । ଏହା ପରେ ଶାଶୁ ଶ୍ୱସୁର ବହୂଙ୍କ ନା କେସ କରିଥିଲେ କି ବହୂ ଆଉ ଆମ ପାଖରେ ରହିବା ପାଇଁ ଚାହୁ ନାହିଁ ।
ତେଣୁ ଆମେ ପୁଅର ଦ୍ୱିତୀୟ ବିବାହ କରିବାକୁ ଯାଉଛୁ , ବହୂ ଏ ଘଟଣା ସମ୍ପର୍କରେ ଜାଣିବା ପରେ ସେମାନେ ରହୁଥିବା ଭଡା ଘରକୁ ଯାଇଥିଲେ ମାତ୍ର ସେଠାରେ ତାଙ୍କୁ ନିରାଶ କରି ଫେରାଇଥିଲେ ।
ବହୂ ଏବେ ମଧ୍ୟ ଚାହୁଛନ୍ତି କି ଏହାର କିଛି ଗୋଟିଏ ସମାଧାନ ହୋଇଯାଉ , ସେମାନେ ପୁଣିଥରେ ହସ ଖୁସିର ସଂସାର ଗଢନ୍ତୁ । ସେଥିପାଇଁ ବହୂ ନିଜ ଶାସୁ ଘର ସାମ୍ନାରେ ଧାରଣା ଦେଇଛନ୍ତି କିନ୍ତୁ ପରିବାର ଲୋକେ ଘର ଭିତରେ କବାଟ ଲଗାଇ ରହିଛନ୍ତି । ଏହି ଘଟଣାର ତୁରନ୍ତ କିଛି ସମାଧାନ କରନ୍ତୁ ବୋଲି ଅଭିଯୋଗ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।