viral ଭିଡ଼ିଓ -ପୁଅ ହେବା ଖୁସିରେ ଫ୍ୟାନଙ୍କୁ ମିଠା ବାଣ୍ଟିଲେ ସୁପରଷ୍ଟାର ବାବୁସାନ ମହାନ୍ତି

0

ସାଧାରଣତଃ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ଏହି ସେଲିବ୍ରେତିମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ବନ୍ଧୁଗଣ ଆମେ ଆପଣଙ୍କୁ ଆମ ସମସ୍ତଙ୍କର ଅତି ପ୍ରିୟର ଅଭିନେତା ବାବୁସାନ ମହାନ୍ତିଙ୍କର ଖୁସି ଖବର ବିଷୟରେ କହିଥିଲୁ । ବାବୁସାନ ମହାନ୍ତି ପୁତ୍ର ସନ୍ତାନ ହେବା କଥା କହିଥିଲୁ, ତେବେ ବନ୍ଧୁଗଣ ଆଜି ଆମେ ଆସନ୍ତୁ ଜାଣିବା ପୁତ୍ର ସନ୍ତାନ ହେବା ପରେ , ବାବୁସାନ ମହାନ୍ତି କିପରି ଭାବରେ ଖୁସିରେ ମିଠା ଖୁଆଉଛନ୍ତି, ତେବେ ଏହି ଖୁସି ଖବର ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଗୁଳି ବେଗରେ ଖବର ପ୍ରସାରଣ ହେଉଛି;

ଓଲିଉଡ ଜଗତରେ ବର୍ତ୍ତମାନ ଆଗ ଧାଡ଼ିର ଅଭିନେତା ତଥା ସୁପରଷ୍ଟାର ବାବୁସାନ ମହାନ୍ତି, ତାଙ୍କର ଦମଦାର ଅଭିନୟ ବଳରେ ସମସ୍ତ ଦର୍ଶକଙ୍କ ମନ ମଧ୍ୟରେ ଜାଗା କିଣି ସରିଛି। ତେବେ ତାଙ୍କର ଜନ୍ମ ଏଭଳି ପରିବାରରେ ଯେଉଁଠି ବାପା ଉତ୍ତମ ମହାନ୍ତି ଆଜିବି ଓଡ଼ିଶାର ଘରେ ଘରେ ପରିଚିତ, ମାଆ ଅପରାଜିତା ମହାନ୍ତି ମଧ୍ୟ ଅଭିନେତ୍ରୀ, ଉଭୟ ଅପରାଜିତା ଏବଂ ଉତ୍ତୋମ ମହାନ୍ତି ନାତି ଆସିବା ପରେ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ।

ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ଏବଂ ବାବୁସାନ କିପରି ଭାବରେ ପୁଅଟିକୁ ଗେଲ କରୁଥିଲେ ତାହା ଆପଣ ମାନେ ଦେଖି ଥିଲେ। ତାଙ୍କୁ ଅନେକ ଦର୍ଶକ ଶୁବେଛା ଜଣେଇ ଥିଲେ। ବାବୁସାନ ମହାନ୍ତି ପୁତ୍ର ସନ୍ତାନ ହେବା ଖୁସିରେ କିପରି ଭାବରେ ମିଠା ବାଣ୍ଟୁଛନ୍ତି।

ବାବୁସାନ ମହାନ୍ତି ଙ୍କ ପରି ଇଏ ମଧ୍ୟ ଜୁନିଅର ବାବୁସାନ ବୋଲି ବାବୁସାନ ଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ସମ୍ବଧନ କରାଯାଉଛି। ବାବୁସାନ ମହାନ୍ତି ଏବଂ ତାଙ୍କ ପରିବାର ଅନେକ ଖୁସି ଥିବାର ନଜରକୁ ଆସିଛି। ମିଠା ଖୁଆଉଥିବା ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାର ଲାଗିିଛି ଏବଂ ସୋସିଆଲ ମିଡିଆରେ ତାଙ୍କ ବାବା ହେବା ଖୁସିରେ ସ୍ୱାଗତ ଜଣେଇଛନ୍ତି। ଅଧିକାଂଶ ଫ୍ୟାନ ମାନେ ସୋସିଆଲ ମିଡିଆରେ ସ୍ୱାଗତ ଜଣେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।