viral ଭିଡ଼ିଓ – ପୁଣି ଥରେ ଗଂଜାମ ଜିଲ୍ଲାରେ ଅଭୂତ ପକ୍ଷୀ ପାଇଁ, ଏହି ବିରଳ ପକ୍ଷୀର ନାମ ଏପର୍ଯ୍ୟନ୍ତ କେହି କହି ପାରିନାହାନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି

ବର୍ତମାନ ସମୟରେ ଦୁନିଆଟା ବହୁତ ବଦଳି ହୋଇ ଗଲାଣି।ବେଳେବେଳ ଏମିତି ଏକ ଘଟଣା ଘଟୁଛି ଯାହାକୁ ଜାଣିଲେ ବିଶ୍ୱାସ କରି ହେବନି ହେଲେ ତାହା ସତ। ପୁଣି ଥରେ ଗଂଜାମ ଜିଲ୍ଲାରେ ଏକ ବିରଳ ପକ୍ଷୀ ଲୋକ ଲୋଚନକୁ ଆସିଛି ଯାହା କୁ ନେଇ ସେଠାକାର ଲୋକଙ୍କ ମନରେ ଉଙ୍କି ମାରୁଛି ଏହା କି ପ୍ରକାର ପକ୍ଷୀ ଏବଂ ଏହାର ନାମ କଣ ? ହେଲେ ପକ୍ଷୀଟି ଗରୁଡ ପକ୍ଷୀ ଲାଗୁଥିଲେ ମଧ୍ୟ ଏହା ଏବେ ଯାଏ ସ୍ପଷ୍ଟ ହୋଇପାରିନି।

ଏବେ ଗୋଟିଏ ବଡ଼ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏକ ବିରଳ ପକ୍ଷୀ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି.ଏନ ପୁର ଗ୍ରାମ ପଂଚାୟତର ଗୌଡ଼ ନୂଆ ଗାଁ ଅନ୍ତର୍ଗତ ଗୌଡେଶ୍ୱର ମନ୍ଦିର ରେ ଏକ ବିରଳ ପକ୍ଷୀର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି।ତାକୁ ଦେଖିବା ପାଇଁ ଅନେକ ମାତ୍ରାରେ ମଧ୍ୟ ଜନଗହଳି ସୃଷ୍ଟି ହୋଇଛି।

କିଛି ସୁଚାନା ମିଳିଛି ଆଜି ସକାଳ ୪ ଟାରୁ ଆସିକି ସେହି ପକ୍ଷୀଟି ମନ୍ଦିର ପ୍ରାଙ୍ଗଣରେ ବସିଛି।ସେହି ପକ୍ଷୀଟିକୁ ଦେଖିବା ବହୁତ ଦୂର ରୁ ଲୋକମାନେ ଆସିକିଫୋଟୋ ଏବଂ ଭିଡିଓ ଶୁଟ କରୁଛନ୍ତି। ଏତିକି ଭଲ ଲାଗୁନି ଯେ ସେ ପକ୍ଷୀଟି ଏ ପର୍ଯ୍ୟନ୍ତ କିଛି ଖାଦ୍ୟ ସ୍ପର୍ଶ ମଧ୍ୟ କରୁ ନାହିଁ।ତାକୁ ମଧ୍ୟ ସମସ୍ତେ କ୍ଷୀର ଦେଇଥିଲେ ହେଲେ ପିଉ ନାହିଁ।

ସେ କାହାକୁ ମଧ୍ୟ ଆକ୍ରମଣ କରି ନାହିଁ ହେଲେ ତା ପାଖକୁ ଗଲେ ଗର୍ଜନ କରୁଛି।ସେଠାକାର ଜଣେ ଲୋକ କହୁଛନ୍ତି ଆଜି ହେଉଛି ଆମ ଗାଁ ମନ୍ଦିର ପ୍ରତିଷ୍ଠା ଦିବସ।ହେକେ ଏହି ପକ୍ଷୀ ଟି ସକାଳୁ ଆସିକି ବସିଛି।ଆଉ କହୁଛନ୍ତି ଏହି ଭଳି ପକ୍ଷୀ ଏଠାରେ ଉପସ୍ଥିତ ଥିବା ଲୋକ କେବେ କେଉଁଠାରେ ଏମିତି ନନ୍ଦନକାନନ,ଚିଡ଼ିଆ ଖାନରେ ବି ଦେଖି ନାହାନ୍ତି।

ସେଠାରେ ଥିବା ଅନ୍ୟ ଲୋକ ମାନେ କହୁଛନ୍ତି ଆମ ଆଖି ଆଗକୁ ଆଜି ଯାଏ ଆସି ନଥିଲା।ଏହି ଭଳି ପକ୍ଷୀ ବହୁତ ବିରଳ। ଯାହାକୁ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସୋସିଆଲ ମିଡିଆରେ ଏହି ପକ୍ଷୀ ର ଚିତ୍ର ଭାଇରଲ ହେବାରେ ଲାଗିଛି। ଏହି ପକ୍ଷୀ ଚିହିଁବା ପାଇଁ ସାଧାରଣ ଲୋକ କହି ପାରିବେ ନାହିଁ କେହି ପକ୍ଷୀ ବିଶେଷଜ୍ଞ ଆସିଲେ ଜାଣି ପାରିବେ।

ବେଳେବେଳେ ଏମିତି ଏକ ରହସ୍ୟ ମୟ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ପୁଣି ଥରେ ଗଂଜାମ ରେ ଦେଖା ଦେଇଛି ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହାକୁ ନେଇ ସମସ୍ତ ଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ହେ ଏହି ପକ୍ଷୀର ନାମ କଣ ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେ ୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment