viral ଭିଡ଼ିଓ -ରେଲିଂରେ ମୁଣ୍ଡ ଫସିଯିବାରୁ ୮ ବର୍ଷ ଶିଶୁକନ୍ୟାର ଚାଲିଗଲା ଜୀବନ

0

ମଣିଷ ଜୀବନ ସାରୁ ପତ୍ରରେ ଥିବା ପାଣି ସଦୃଶ କେତେବେଳେ କାହାର କଣ ହେବ ତାହା କେହି କହିପାରିବେ ନାହିଁ। ଆମେ ସମସ୍ତେ ଜାଣିଛୁ ଦିନେନା ଦିନେ ମୃତ୍ୟୁ ହେବ , କିନ୍ତୁ କେତେବେଳେ କେଉଁ ପରିସ୍ଥିତିରେ ଆସିବ ତାହା କହିବା ଅତ୍ୟନ୍ତ କଷ୍ଟକର ବ୍ୟପାର। ମନୁଷ୍ୟ ଜନ୍ମ ଠାରୁ ବୃଦ୍ଧ ହେବା ପର୍ଯ୍ୟନ୍ତ ଅନେକ ପର୍ଯ୍ୟାୟ ଦେଇ ଗତି କରିଥାଏ, ଯଦି କେହି ପରିଣତ ବୟସରେ ମୃତ୍ୟୁ ବରଣ କରେ ତାହାଲେ, ଏତେ ମାତ୍ରରେ କଷ୍ଟ ହୋଇନଥାଏ କାରଣ ସେ ଜନ୍ମ ଠାରୁ ମୃତ୍ୟୁ ଯାଏ ସମସ୍ତ ପର୍ଯ୍ୟାୟ ଦେଇ ଗତି କରିସାରିଥାଏ। କିନ୍ତୁ ଯଦି କେହି ଦୁନିଆକୁ ଭଲ ଭାବରେ ଦେଖିବା ଆଗରୁ ଛାଡି ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ।

ତେବେ ବନ୍ଧୁ ଗଣ ଆମେ ଏପରି ଏକ ଖବର ବିଷୟରେ କହିବା ପାଇଁ ଯାଉଛୁ ଯାହା ଜାଣିଲା ପରେ ଆପଣଙ୍କ ଲୁହକୁ ଆୟତ୍ତ କରି ପାରିବେ ନାହିଁ। ଶିଢି ରେଲିଂ ରେ ଜଣେ ୮ ବର୍ଷର ଶିଶୁ ମୁଣ୍ଡ ପୁରେଇ ମୃତ୍ୟୁ ବରଣ କରିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଖବର ବିଷୟରେ;

ତେବେ ବନ୍ଧୁଗଣ ଏପରି ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଥାନା ଅନ୍ତର୍ଗତ ଦୁବୁଲାପଡା ଗ୍ରାମ ପଞ୍ଚାୟତ ର ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି। ତେବେ ମିଳିଥିବା ସୂଚନା ଅନୁସାରେ ଗ୍ରାମର ବିଚିତ୍ର ମହନ୍ତ ଙ୍କ ୮ ବର୍ଷର ଝିଅ ସିଡ଼ି ରେ ଖେଳୁ ଖେଳୁ ଭୁଲ ବସତ ସିଡ଼ି ରୋଲିଂ ରେ ମୁଣ୍ଡ ପୁରେଇ ଦେଇଥିଲେ। ସେହି ସମୟରେ ସମସ୍ତେ ଘରେ ଟିଭି ଦେଖୁଥିଲେ। କିଛି ସମୟ ପରେ ସିଢି ପାଖକୁ ଆସିବା ପରେ ସିଡିରେ ମୁଣ୍ଡ ଭର୍ତି କରିଦେଇଥିବାର ଦେଖିଥିଲେ। ଏବଂ ସେତେବେଳେ କୁ ସେ ଅଚେତ ହୋଇଯାଇଥିଲା, ତାକୁ ତୁରନ୍ତ ହସ୍ପିଟାଲ କୁ ନିଆ ଯାଇଥିଲା ଏବଂ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲା।

ଏହାପରେ ପୋଲିସ ୬/୨୦୨୧ ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଏହାପରେ ପରିବାର ଲୋକେ ଶିଶୁଟିର ଅନ୍ତିମ ସତ୍କାର କରିଥିଲେ। ତେବେ ତାଙ୍କ ଘର ଲୋକ ଏବଂ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ୍ୟୁ ହୋଇ ଥିବା ଝିଅଟିର ବାପା ମାଆ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି। କାରଣ ଝିଅର ଏପରି ଅଚାନକ ମୃତ୍ୟୁ କେହି ବି ସହଜରେ ଗ୍ରହଣ କରିପାରି ନାହାନ୍ତି।

ତେବେ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ୮ ବର୍ଷର ପିଲାଟି ଦୁନିଆ କଣ ଜାଣିବା ଆଗରୁ ସମସ୍ତ ଙ୍କୁ ଛାଡି ଚାଲିଗଲା। ମୃତ୍ୟୁ କେତବେଳେ କାହାକୁ ଆସିବ କେଉଁ ପରିସ୍ଥିତିରେ ଆସିବ ତାହା କହିବା ଅତ୍ୟନ୍ତ କଷ୍ଟ। ଜନ୍ମ ଆଛି ତୋ ମୃତ୍ୟୁ ଆଛି ସତ, କିନ୍ତୁ ଆମକୁ ଟିକିଏ ସାବଧାନତା ଅବଲମ୍ବନ କରିବା ପାଇଁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।