ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି | VITAMIN DEFICIENCY SYMPTOMS

ଆଜି ଆମେ ଆପଣଙ୍କୁ ଏମିତି କେତେକ ସାଧାରଣ ଲକ୍ଷଣ ବାବଦରେ କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ଶରୀରରେ କେଉଁ ଭିଟାମିନ ର ଅଭାବ ରହିଛି। ତା ସହିତ ଆମେ ଜାଣିବା ସେହି ଭିଟାମିନ କୁ ପୂରଣ କରିବା ଉପାୟ ବିଷୟରେ।ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଭିନ୍ନ ଭିନ୍ନ ପ୍ରକାରର ପୋଷୋକତତ୍ଵର ଆବଶ୍ୟକତା ରହିଛି। ଏଥିରେ ଭିଟାମିନର ଆବଶ୍ୟକତା ଗୁରୁତ୍ବପୂର୍ଣ୍ଣ। ଭିଟାମିନ ଏକ ପ୍ରକାର ଅର୍ଗାନିକ୍ କମ୍ପାଉଣ୍ଡ ଯାହା ଶରୀରକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଆମ ଶରୀରରେ ସବୁ ଭିଟାମିନ ଆବଶ୍ୟକତା ଅନୁଯାୟୀ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଯଦି ଆମ ଶରୀରରେ ଭିଟାମିନ ର ଅଭାବ ହୁଏ ତେବେ ଶରୀରରେ ଭିନ୍ନ ଭିନ୍ନ ସମସ୍ୟା ମାନ ଦେଖା ଯାଇଥାଏ।

ତେବେ ଭିଟାମିନ ଅଭାବ ହେଲେ ଶରୀରରେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ ଯେଉଁ ଲକ୍ଷଣରୁ ଆପଣ ଜାଣି ପାରିବେ ଆପଣଙ୍କ ଶରୀରରେ କେଉଁ ଭିଟାମିନର ମାତ୍ରା କମ ରହିଛି। ତେବେ ଆସନ୍ତୁ ଜାଣିବା ସେହିସବୁ ଲକ୍ଷଣ ବିଷୟରେ ।ତାହା ସହିତ ଆମେ ଆପଣଙ୍କୁ କହିବୁ ସେହି ସବୁ ଭିଟାମିନ କିପରି ଆପଣଙ୍କ ଶରୀରରେ ପୂରଣ ହେବ ତାର କେତେକ ଉପାୟ ବାବଦରେ ମଧ୍ୟ ଜଣାଇବୁ।

ନିଦ୍ରା ହୀନତା:- ଯଦି ଆପଣଙ୍କୁ ନିଦ ଠିକ୍ ଭାବେ ନିଦ ହେଉନାହିଁ ଅର୍ଥାତ ବିଛଣାକୁ ଗଲାପରେ 1ଘଣ୍ଟା ଲାଗୁଛି ନିଦ ଆସିବା ପାଇଁ ତେବେ ଆପଣଙ୍କ ଶରୀରରେ ପୋଟାସିୟମର କମି ଥାଇପାରେ।ପୋଟାସିୟମର କମି ଯିବାର ଅନ୍ୟ ଏକ ଲକ୍ଷଣ ହେଉଛି ଗୋଡ଼ର ମାଂସପେଶି କାଠେଇ ଯିବା। ଏହାକୁ ଦୂର କରିବା ପାଇଁ ଆପଣ କଦଳୀ, ପଇଡ, ବିଟ, ତରଭୁଜ ଆଦି ସେବନ କରିପାରିବେ।

ଅତ୍ୟଧିକ ପରିମାଣ ରେ ମିଠା ଖାଇବାର ଇଛା:- ଯଦି ଆପଣଙ୍କ ବାରମ୍ବାର ମିଠା ଖାଇବାକୁ ଇଛା ହଉଛି ତେବେ ଆପଣଙ୍କ ଶରୀରରେ ଗ୍ଲୁକୋଜ କମି ଯାଇଥାଇ ପାରେ। ଗ୍ଲୁକୋଜର ଅଭାବ ଦୂର କରିବା ପାଇଁ ମହୁ ଏବଂ ଫଳର ସେବନ କରନ୍ତୁ। ଏଥିରେ ପୁରା ପରିମାଣରେ ଗ୍ଲୁକୋଜ ଥାଏ।

ଚର୍ମ ଶୁଖିଲା ଦେଖାଯିବା:- ଯଦି ଆପଣଙ୍କ ଶରୀରରେ ଚର୍ମ ଶୁଖିଯାଉଛି ତେବେ ଆପଣଙ୍କ ଶରୀରରେ ଭିଟାମିନ ଇ ର ପରିମାଣ କମିଯାଉଛି। ସେଥିପାଇଁ ଆପଣ ପାଳଙ୍ଗ ଶାଗ ଏବଂ କାଜୁବାଦାମ ଖାଇ ପାରିବେ।

ଅଧିକ ଥଣ୍ଡା ଜିନିଷ ତଥା ବରଫ ଖାଇବାକୁ ଇଛା କରିବା:-ଯଦି ଆପଣ ଅଧିକ ଥଣ୍ଡା ଜିନିଷ ଖାଇବାକୁ ଇଛା କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଲୌହ ଅଂଶ କମ ଅଛି।ସେଥପାଇଁ ଆପଣ କିସମିଶ ,ମୁଗ ଏବଂ ଚଣା ଖାଆନ୍ତୁ ।

ମାଢ଼ିରୁ ରକ୍ତ ବାହାରିବା:- ଏହାର କାରଣ ହେଉଛି ଆପଣଙ୍କ ଶରୀରରେ ଭିଟାମିନ-ସି ର ଅଭାବ ।ସେଥିପାଇଁ ଆପଣ ଖଟାଫଳ ଯେପରିକି କମଳା, କାଗେଜି ଲେମ୍ବୁ ଆଦି ଖାଆନ୍ତୁ।

ଗୋଡ଼ର ମାଂସପେଶୀ ଟାଣ ହୋଇଯିବା:-କ୍ୟାଲସିୟମ ଏବଂ ପୋଟାସିୟମର ଅଭାବରୁ ଗୋଡ଼ର ମାଂସପେଶୀ ଟାଣ ହୋଇଯାଏ ଫଳରେ କଷ୍ଟ ଅନୁଭବ ହୋଇଥାଏ। ସେଥିପାଇଁ ଆପଣ କଦଳୀ, ଵାଦାମ ,କଖାରୁ,ସେଓ ଆଦି ଫଳ ଏବଂ ପରିବା ଖାଆନ୍ତୁ।

ଓଠ ଫାଟିବା:-ଆଇରନ ଏବଂ ଭିଟାମିନ B12ର ଅଭାବରୁ ଓଠର ଧାର ଗୁଡିକ ଫାଟିଥାଏ। ସେଥିପାଇଁ ଆପଣ ଚିନା ବାଦାମ,ବନ୍ଧା କୋବି, ସିମଲା ଲଙ୍କା, ଏବଂ ଭିନ୍ନ ଭିନ୍ନ ପ୍ରକାରର ଡାଲି ସାମିଲ କରନ୍ତୁ।

ଚେହେରା ଖରାପ ହେବା:- ଭିଟାମିନ A ଏବଂ ଭିଟାମିନ C ର ଅଭାବରୁ ଚେହେରା ଖରାପ ହେବାକୁ ଲାଗେ। ତ୍ୱଚା ରୁକ୍ଷ ହୋଇଯାଏ ଏବଂ ମୁହଁ ସାରା ବ୍ରଣ ଦେଖାଯାଏ। ସେଥିପାଇଁ ଆପଣ ଖାଦ୍ୟରେ ସିଝାଅଣ୍ଡା, ବନ୍ଧାକୋବି, କମଳା , କଦଳୀ ଆଦି ସାମିଲ କରନ୍ତୁ।

ଥକାପଣ ଏବଂ ମୁଣ୍ଡ ବିନ୍ଧା:-ଭିଟାମିନ B ଏବଂ ମଗ୍ନେସିୟମର ଅଭାବରୁ ଥକାପଣ ଏବଂ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଦେଇଥାଏ। ପ୍ରତିଦିନ ଗୋଟିଏ କଦଳୀ ଆପଣ ବିନଛୁଇଁ ,ପାଳଙ୍ଗ, କାଜୁବାଦାମ ଆଦି ଖାଆନ୍ତୁ।

ହାତ ଗୋଡ ଥଣ୍ଡା ହେବା:- ଭିଟାମିନ B6,B12, B9 ଅଭାବରୁ ଏହିରୋଗ ଦେଖାଦେଇଥାଏ। ସେଥିପାଇଁ ଆପଣ ପାଳଙ୍ଗ , ବିଟ, ବିନଛୁଇଁ ଏବଂ ଅଣ୍ଡା ଖାଆନ୍ତୁ।

ଚୁଟିଝଡ଼ିବା:- ଯଦି ଆପଣଙ୍କର ଅଧିକ ଚୁଟି ଝଡ଼ୁଛି ଏବଂ ଛୁଟିରେ ରୁକ୍ଷ ଦେଖାଯାଉଛି ତେବେ ଭିଟାମିନ B7,ଜୀଙ୍କ ଏବଂ ପ୍ରୋଟିନର ଅଭାବ ରହୁଛି। ସେଥିପାଇଁ ଆପଣ ଅଣ୍ଡା ,ଡାଲି ,ଚଣା ,ବାଦାମ ଏବଂ କଖାରୁ ମଞ୍ଜି ଖାଆନ୍ତୁ।

ଓଜନ ହ୍ରାସ:- ଯଦି ବିନା କାରଣରେ ଆପଣଙ୍କ ଓଜନ ହ୍ରାସ ହେଉଛି ତେବେ ଏହା ଭିଟାମିନ Dର ଅଭାବରୁ ହେଉଛି। ସେଥିପାଇଁ ଆପଣ ମାଛ ,ଅଣ୍ଡା,ଲହୁଣୀ, ଛତୁକୁ ଖାଆନ୍ତୁ । ଏହା ସହ ଆପଣ ସକାଳୁ ଉଠି ସୂର୍ଯ୍ୟଙ୍କ କୀରଣରେ ବସନ୍ତୁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment