ଶ୍ରାବଣ ମାସ ହିନ୍ଦୁ ମାନଙ୍କ ପାଇଁ ବହୁତ ଶୁଭ ମାସ ମାନା ଯାଇଥାଏ। ବିଶେଷ କରି ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ତେବେ ଏହି ବର୍ଷର ଶ୍ରାବଣ ମାସ ଅନେକ ଶୁଭ ଯୋଗକୁ ସାଙ୍ଗରେ ନେଇ ଆସିଛି। ଗ୍ରହ ମାନଙ୍କ ଚଳନର ପରିବର୍ତ୍ତନ ପାଇଁ ମନୁଷ୍ୟ ଜୀବନରେ ଉଥାନ୍ ପତନ ଲାଗି ରହିଥାଏ। ଯେଉଁ ରାଶି ମାନଙ୍କ ଉପରେ ଗ୍ରହ ମାନଙ୍କ ସ୍ଥିତି ଠିକ୍ ରହିଥାଏ ସେମାନଙ୍କ ଭାଗ୍ୟ ଖୋଲି ଯାଇଥାଏ। ତେବେ ଏହି ଶ୍ରାବଣ ମାସରେ ଗ୍ରହ ମାନଙ୍କ ସ୍ଥିତି ଏପରି ବନୁ ଅଛି ଯେ ରାଶିଚକ୍ରର ୮ ଗୋଟି ରାଶି ଭଗବାନ ଶିବଙ୍କର ଅଶେଷ କୃପା ପାଇବେ। ତେବେ ଆସନ୍ତୁ ଜାଣିବା ସେହି ୮ ଗୋଟି ଭାଗ୍ୟଶାଳୀ ରାଶି ଓ ସେମାନଙ୍କ ଭାଗ୍ୟରେ ହେବାକୁ ଥିବା ପରିବର୍ତ୍ତନ ବାବଦରେ।
ତେବେ ଆସନ୍ତୁ ପ୍ରଥମେ ଜାଣି ନେବା ଏହି ୮ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ଭଗବାନ ଶିବଶଙ୍କରଙ୍କ କୃପା କାରଣରୁ କଣ ସବୁ ପ୍ରଭାବ ରହିବ:-ଏହି ସବୁ ରାଶିର ବ୍ୟକ୍ତି ବିଶେଷ ଭଗବାନ ଶିବଶଙ୍କରଙ୍କ କୃପା କାରଣରୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ।ନିଜର ବୁଦ୍ଧିମତା କାରଣରୁ ଆପଣ ଅଧିକରୁ ଅଧିକ ଧନବାନ ହେବେ। ଆପଣ ଯେତିକି ରୋଜଗାର କରିବେ ସେ ଅନୁଯାୟୀ ଖୁବ୍ ଅଧିକ ଲାଭବାନ ହେବେ। ବ୍ୟବସାୟ ଶିଳ୍ପ ଏନ ନିର୍ମାଣ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଚୁର ପରିମାଣରେ ଧନ ବୃଦ୍ଧି ହେବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭଗବାନ ଶିବଶଙ୍କରଙ୍କ କୃପା କାରଣରୁ ନୂଆ ନୂଆ ଉନ୍ନତି ମୂଳକ ପଦକ୍ଷେପ ସବୁ ନେବେ।
କର୍ମ କ୍ଷେତ୍ରର ସବୁବେଳେ ତତ୍ପର ରହିବେ। ଶତ୍ରୁ ମାନେ ଆପଣଙ୍କ ପାଇଁ ଠାରୁ ଦୂରେଇ ଯିବେ। ଅବିବାହିତ ମାନଙ୍କ ପାଇଁ ବିବାହ ଯୋଗ ବନୁ ଅଛି। ପ୍ରେମିକ ପ୍ରେମିକା ମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ଘନିଷ୍ଠ ହେବ। ବିବାହିତ ମାନେ ତାଙ୍କ ଜୀବନ ସାଥୀଙ୍କ ସହଯୋଗ ପାଇ ଆଗକୁ ବଢିବେ। ପାରିବାରିକ ଶାନ୍ତି ପ୍ରାପ୍ତ ହେବ। ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। କିଛି ଲୋକ ଆପଣଙ୍କୁ ନିଜର ଆଦର୍ଶ ମଧ୍ୟ ମାନି ପାରନ୍ତି। ନୂଆ ନୂଆ ମିତ୍ରଙ୍କ ସହିତ ସାକ୍ଷାତ ହେବ ଏମାନଙ୍କ ପୁରା ସହଯୋଗ ଆପଣଙ୍କ ସହିତ ରହିବ। ମହିଳା ମାନେ ସୁଖର ଜୀବନଯାପନ କରିବେ। ଏବଂ ଛାତ୍ରଛାତ୍ରୀ ମାନେ ମଧ୍ୟ ସଫଳତା ଲାଭ କରିବେ।
ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବାବଦରେ ଯେଉଁ ମାନଙ୍କ ପାଇଁ ବହୁତ୍ ହିଁ ଅନୁକୂଳ ଏବଂ ଶୁଭ ସାବ୍ୟସ୍ତ ହେବାର ଅଛି। ତେବେ ସେହି ରାଶି ମାନେ ହେଉଛନ୍ତି:- ମେଷ ରାଶି,ବୃଷ ରାଶି,କର୍କଟ ରାଶି,ସିଂହ ରାଶି,କନ୍ୟା ରାଶି,ବିଛା ରାଶି,ମକର ରାଶି ଏବଂ କୁମ୍ଭ ରାଶି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।