ଓଡିଆ ସିନେମା ପରି ଓଡ଼ିଆ ଟେଲି ଦୁନିଆ ପ୍ରତି ମାନଙ୍କ ଓଡ଼ିଆ ଦର୍ଶକ ମାନଙ୍କର ରହିଛି ଅହେତୁକ ଭଲ ପାଇବା। ପ୍ରତିଦିନ ଛୋଟ ପରଦା ଉପରେ ଦେଖୁଥିବା ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି। ନିଜ ଘରେ ବସି ଟେଲି ତାରକା ମାନଙ୍କର ସୁନ୍ଦର୍ ଅଭିନୟକୁ ଖୁବ୍ ଏଞ୍ଜୟ୍ କରନ୍ତି ଦର୍ଶକ ମାନେ। ନିଜ ନିଜର ମନ ପସନ୍ଦର ଅଭିନେତା ଅଭିନେତ୍ରୀ ମାନଙ୍କ ବାବଦରେ ମଧ୍ୟ ଜାଣିବା ପାଇଁ ଖୁବ୍ ଆଗ୍ରହ ରଖିଥାନ୍ତି।
ତେବେ ଆପଣ ମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ଗୁଡିକ ଦେଖିବା ପାଇଁ ଖୁବ୍ ଭଲ ପାଉଥିବେ। ଆଉ ଏହି ସବୁ ମେଗା ଧାରାବାହିକ ମାନଙ୍କ ମଧ୍ୟରୁ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି ତାହା ହେଉଛି ଧାରାବାହିକ ‘ସିନ୍ଦୂରର ଅଧିକାର’। ଯାହାକି ଦର୍ଶକ ମାନଙ୍କ ପ୍ରଥମ ପସନ୍ଦ ସାଜି ପାରିଛି। ତେବେ ଏହି ଧାରାବାହିକରେ ଅଭିନୟ କରୁଥିବା ସବୁ ଅଭିନେତା ଅଭିନେତ୍ରୀଙ୍କ ବାବଦରେ ଆପଣ ମାନେ ଖୁବ୍ ଭଲ ଭାବରେ ଜାଣିଥିବେ। ଆଉ ସବୁ ଅଭିନେତା ଅଭିନେତ୍ରୀଙ୍କ ସୁନ୍ଦର୍ ଅଭିନୟକୁ ମଧ୍ୟ ବେଶ୍ ପସନ୍ଦ କରୁଥିବେ। ତେବେ ଆଜି ଆମେ କଥା ହେବା ଧାରାବାହିକ ‘ସିନ୍ଦୂରର ଅଧିକାର’ ଅଭିନୟ କରୁଥିବା ଅଭିନେତ୍ରୀ ଉର୍ବିଙ୍କ ବାବଦରେ। ତେବେ ଆସନ୍ତୁ ଜାଣିବା ସେ ବାବଦରେ।
ତେବେ ଆପଣ ଧାରାବାହିକ ‘ସିନ୍ଦୂରର ଅଧିକାର’ ଉର୍ବିଙ୍କ ଅଭିନୟ ପ୍ରତିଦିନ ଦେଖିବା ପାଇଁ ପାଇ ଥିବେ। ତେବେ ସିନ୍ଦୁର ଅଧିକାର ଏହି ଉର୍ବୀ ଚରିତ୍ର ରେ ନଜର ଆସୁଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି ସୂଚରିତା ସ୍ୱାଇଁ।
ସୁଚରିତାଙ୍କ ଘର ହେଉଛି ବ୍ରହ୍ମପୁର ସେ ଏବେ ଭୁବନେଶ୍ବର ରେ ରହୁଛନ୍ତି। ଉର୍ବୀ ଚରିତ୍ର ରେ ଅଭିନୟ କରି ସେ ବର୍ତମାନ ସମୟରେ ଚର୍ଚ୍ଚାରେ ରହିଛନ୍ତି। ନେଗେଟିଭ୍ ରୋଲ୍ ରେ ତାଙ୍କର ଜବରଦସ୍ତ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ। ଉର୍ବି ଏହି ଧାରାବାହିକରେ ପ୍ରଥମ ଥର ପାଇଁ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଆଉ ପ୍ରଥମରୁ ହିଁ ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ଖୁବ୍ ଅଳ୍ପ ଦିନ ମଧ୍ୟରେ ଉର୍ବି ନିଜର ଅଭିନୟକୁ ପାଇ ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି।
ତେବେ ନିକଟରେ ଅଭିନେତ୍ରୀ ସୁଚରିତା ଓରଫ୍ ଉର୍ବିଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ତେବେ ଉର୍ବିଙ୍କୁ କୋଣାର୍କ ଗଣନାଟ୍ୟର ପେଣ୍ଡାଲ ରେ ଦେଖିବାକୁ ମିଳିଛି। ଯାତ୍ରା ପେଣ୍ଡାଲରେ ଉର୍ବି ଖୁବ୍ ସୁନ୍ଦର୍ ଡ଼ାଇଲଗ କହିବା ସହିତ ଗୁଆ ଘିଅ ଗୀତରେ ଡାନ୍ସ ମଧ୍ୟ କରିଛନ୍ତି ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଆଉ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।