ହେ ଭଗବାନ ! ଓ୍ଵାଟରଫଲ୍‌ ରେ ଏ ଛାତିଥରା ଦୃଶ୍ୟ ଥରେ ଦେଖି ନିଅନ୍ତୁ, ହାର୍ଟବିଟ୍‌ ବଢ଼ିଯିବ…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ମଣିଷ ଜୀବନରେ ବିପଦ କେତେବେଳେ ବା କେଉଁ ମୁହୂର୍ତ୍ତରେ ଆସିବ କେହି ପାରିବେ ନାହିଁ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ ତାହା ଭାବିବା ବହୁତ କଷ୍ଟକର ହୋଇ ପଡିଥାଏ। କିନ୍ତୁ ବେଳେ ବେଳେ ଯେଉଁ ଲୋକ ମାନେ ହଠାତ ବିପଦର ସମୁଖୀନ ହୋଇ ଥାଆନ୍ତି। ସେମାନଙ୍କୁ ବଞ୍ଚାଇବା ପାଇଁ କେହି ନା କେହି ଆସି ଯାଇ ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ୱାଟରଫଳରେ ମା ଓ ଛୁଆ ଉଭୟ ଖସିଗଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ସେହି ବିଷୟରେ ଜାଣିବା;

ଏଭଳି ଏକ ଭୟଙ୍କର ଦୃଶ୍ୟ ତାମିଲନାଡୁର ସାଲେନ ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେଠାରେ ଥିବା ୱାଟରଫଲର ମଜା ନେବାକୁ ଅନେକ ଲୋକ ମାନେ ଆସି ଥିଲେ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାଥ ୱାଟରଫଲର ଜଳସ୍ତର ବଢି ବାକୁ ଲାଗିଲା। ସେଠାକୁ ଜଣେ ମହିଳା ଓ ତାଙ୍କ ଛୁଆ ସେଠାରେ ଆସି ବୁଲା ବୁଲି କରୁଥିଲେ। ସେମାନେ ବୁଲୁ ଥିବା ସମୟରେ ପ୍ରବଳ ଜଳ ସ୍ରୋତ ପଥରରେ ଫଶୀ ରହି ଯାଇ ଥିଲେ। ଏହି ଦୃଶ୍ୟ ସେଠାରେ ଥିବା ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ତେବେ ଜଳ ପ୍ରପାତରେ ବହୁ ମାତ୍ରାରେ ପାଣି ମାଡ଼ି ଆସୁ ଥିଲା, ମହିଳା ଜଣଙ୍କ ନିଜକୁ ଓ ନିଜ ଛୁଆକୁ ବଞ୍ଚାଇବା ସମ୍ଭବ ହୋଇ ପାରି ନଥିଲା। ଠିକ ସେହି ସମୟରେ ସୁରକ୍ଷା କର୍ମୀ ଦଳ ମାନେ ନିଜର ସାହାସିକତାର ସହିତ ଓ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ବଞ୍ଚାଇବା ପାଇଁ ଆସି ଯାଇ ଥିଲେ। ସୁରକ୍ଷା କର୍ମୀ ମାନେ ରଶି ସାହାଯ୍ୟରେ ମହିଳା ଓ ତାଙ୍କ ଛୁଆଙ୍କୁ ବହୁତ ସୁରକ୍ଷିତର ସହିତ ବଞ୍ଚାଇ ଦେଇଥିଲେ। କିନ୍ତୁ ଯେତେବେଳେ ସୁରକ୍ଷା କର୍ମୀ ନିଜେ ସେଥିରୁ ବଞ୍ଚିବା ପାଇଁ ଚେଷ୍ଟା କରୁ ଥିବା ବେଳେ, ଠିକ ସେହି ସମୟରେ ସେମାନେ ଧରି ଥିବା ରଶିଟି ଛିଡି ଯାଇ ଥିଲା ଓ ଛିଡି ଯିବା ଫଳରେ ସେଠାରେ ଥିବା ଖସରା ପଥରରେ ସେମାନଙ୍କ ଗୋଡ଼ ଖସି ଯାଇ, ସେମାନେ ପାଣି ଶୁଅରେ ଭାସି ଯାଇଥିଲେ।

ଏହି ଦୃଶ୍ୟ ଦେଖି ସେଠାରେ ଥିବା ଲୋକ ମାନେ ବହୁତ ଭୟ ଭିତ ହୋଇ ଯାଇ ଥିଲେ। କିନ୍ତୁ ସୁରକ୍ଷା କର୍ମୀ ସୁରକ୍ଷିତ ଭାବରେ ପହଁରି ପହଁରି ଆସି କୂଳରେ ଲାଗି ଯାଇଥିଲେ।ସେଠାରେ ଥିବା ଲୋକ ମାନେ ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖବୁ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।