ବନ୍ଧୁଗଣ ଆମେ ଆମର କଳାକାର ମାନଙ୍କ ସହ ବେଶ ଜଡିତ ଅଟୁ , ସେମାନ ଙ୍କ ସହ ଉଭୟ ରିଲ ଓ ରିଏଲ ଲାଇଭ ରେ ମଧ୍ୟ ଆମେ ଯୋଡି ହୋଇଥାଉ। ଏବଂ ସେହି କଳାକାର ମାନଙ୍କ ବିଷୟ ରେ ଜାଣିବା ପାଇଁ ଆମେ ଚେଷ୍ଟା ମଧ୍ୟ କରିଥାଉ। ତେବେ ଆମ ନବାଗତ କଳାକାର ଅର୍ପିତା ସାହୁ ଙ୍କୁ ତ ନିଶ୍ଚିତ ଭାବରେ ଆପଣ ଜାଣିଥିବେ। ତେବେ ସେ ଜଣେ ଓଲିଉଡ ର ନବାଗତ କଳାକାର ଅଟନ୍ତି ଏବଂ ବହୁତ କମ ସମୟ ରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ତାଙ୍କର ଅଭିନୟ ଦୁନିଆଁ ତଥା ଓଲିଉଡ କୁ ନେଇ ସେ କଣ କହୁଛନ୍ତି ତା ବିଷୟ ରେ ଜାଣିବା।
ତେବେ ଅର୍ପିତା ସାହୁ କହିଛନ୍ତି କି ସେ ଜଣେ ଅଭିନେତ୍ରୀ ଅଟନ୍ତି ଏବଂ ଅଭିନୟ ସାଙ୍ଗ ରେ ସେ ଫେସନ ଡିଜାଇନ ତଥା ମୋଡେଲିଂ କରିବା କୁ ମଧ୍ୟ ପସନ୍ଦ କରନ୍ତି। ତେବେ ସେ ତାଙ୍କର ଅଭିନୟ ର ଜୀବନ ପ୍ରଥମେ ସମ୍ବଲପୁରୀ ସିନେମା ରୁ ଆରମ୍ଭ କରିଥିଲେ। ତେବେ ସେ କହିଛନ୍ତି କି ତାଙ୍କର ପିଲା ଦିନ ରୁ ଅଭିନୟ ପ୍ରତି ବହୁତ ଆଗ୍ରହ ଥିଲା ଆଉ ଏହି କାରଣ ରୁ ସେ ତାଙ୍କର ପ୍ରଥମ ଅଭିନୟ ସମ୍ବଲପୁରୀ ଭାଷା ରୁ ସୁଯୋଗ ମିଳିବାରୁ କାମ ଆରମ୍ଭ କରିଥିଲେ। ତେବେ ସମ୍ବଲପୁରୀ ଭାଷା ରେ ୩ -୪ ଟି ସିନେମା କରିବା ପରେ ତାଙ୍କୁ ବହୁତ ଅଫର ଆସିଥିଲା ଓଲିଉଡ ରୁ।
ତେବେ ସେ ବର୍ତ୍ତମାନ ଓଲିଉଡ ର ଅଭିନେତ୍ରୀ ଭାବରେ କାମ କରୁଛନ୍ତି ମାତ୍ର ଓଲିଉଡ ସିନେମା ଇନ୍ଦ୍ରଷ୍ଟ୍ରି ବିଷୟ ରେ କିଛି ଏହିପରି କହିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। କାରଣ ଅର୍ପିତା କହିଛନ୍ତି କି, ସେ ଅନେକ ସ୍ଥାନ ରେ ଅଡିସନ ଦେବାକୁ ଯାଇଛନ୍ତି , ତେବେ ଗୋଟିଏ ସ୍ଥାନ ରେ ତାଙ୍କ ସହ କିଛି ଏହିପରି ହୋଇଥିଲା କି ତାଙ୍କୁ ଅଡିସନ ପାଇ ଡକାଗଲା। ଆଉ ସେ ଅଡିସନ ରୁମ ରେ ପଶିବା ବେଳକୁ ସେଠାରେ ଗୋଟିଏ ଖଟ ଥିଲା, କିଛି ଖାଇବା ରଖା ଯାଇଥିଲା। ଆଉ ପାଖରେ ପ୍ରଦ୍ୟୁସର ଓ ଡ଼ାଇରେକ୍ଟର ବସିଥିଲେ।
ତେବେ ଏହାକୁ ଦେଖି ସେ ସନ୍ଦେହ କରିଥିଲେ କାରଣ ଏହିପରି ଏକାନ୍ତ ରେ ରୁମ ରେ ବେଡ଼ ଥାଇ କେବେବି ଅଡିସନ ହୁଏ ନାହିଁ। ତେଣୁ ସେ କହିଛନ୍ତି କି ବଲିଉଡ ହେଉ ବା ଓଲିଉଡ ସବୁ ସିନେମା ଇନ୍ଦ୍ରଷ୍ଟ୍ରି ରେ କଷ୍ଟିଂ କାଉଚ ରହିଛି ତାଙ୍କୁ ମଧ୍ୟ ଏହିପରି ବହୁତ ଅଫର ଆସିଛି ରାତାରାତି ଷ୍ଟାର କରିଦେବା ପାଇଁ ତାଙ୍କୁ କହିଛନ୍ତି। ମାତ୍ର ସେ ଏସବୁ ରେ ବିଶ୍ୱାସ କରନ୍ତି ନାହିଁ ଏବଂ ନିଜ ଅଭିନୟ କଳା ଦ୍ୱାରା ନିଜର ସାମ୍ରାଜ୍ୟ ବିସ୍ତାର କରିବେ ବୋଲି କହିଛନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଅର୍ପିତା ଙ୍କର ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ଏବଂ ଜାଣନ୍ତୁ ଆମ ଓଲିଉଡ ଇନ୍ଦ୍ରଷ୍ଟ୍ରି ବିଷୟ ରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।