ସୂର୍ଯ୍ୟ ପରାଗ (25 October) ହାଣ୍ଡିଛାଡ ସଠିକ ସମୟ | ୪ଟି ରାଶିରେ ଖୁସିର ବର୍ଷା.. ଗର୍ଭବତୀ ମହିଳା କରନ୍ତୁ ନାହିଁ ଏହି କାମ..

ବନ୍ଧୁଗଣ ଆପଣ ତ ସୂର୍ଯ୍ୟପରାଗ ବିଷୟରେ ଜାଣିଥିବେ ନିଶ୍ଚିତ, ମୁଁ ଆଜି ଆପଣଙ୍କୁ ଆଗକୁ ଆସୁଥିବା ଅକ୍ଟୋବର 25ତାରିଖ ଅର୍ଥାତ ପବିତ୍ର ଦୀପାବଳି ଅମାବାସ୍ୟା କଥା କହିବି |ଏହି ଅମାବାସ୍ୟାରେ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି,ଏହି ସୂଯ୍ୟପରାଗ ଏକ ଅଂଶିକ ଓ ଲମ୍ବା ସୂର୍ଯ୍ୟପରାଗ ହେବ | ଏହାକୁ ଓଡିଶା ସମେତ ଭାରତରେ ସମ୍ପୂର୍ଣ ଭାବରେ ଦୃଶ୍ୟମାନ ହେବ |ମୁଁ ଆଜି ଆପଣଙ୍କୁ ଏହି ସୂର୍ଯ୍ୟପରାଗର ସମୟ ସୀମା,ହ୍ରାସ ସମୟ, ଗର୍ଭବତୀ ମହିଳାମାନେ କଣ କରିବେ କଣ ନକରିବେ,ପାକ ନିଷେଧ ଓ ସ୍ୱସ୍ତିକ ସମୟ, ପରାଗ ସମୟରେ କଣ କରିବେ କଣ ନକରିବେ,ଏହା କଉ ରାଶିମାନଙ୍କ ପାଇଁ ଶୁଭ ଓ କଉଁ ରାଶିମାନଙ୍କ ପାଇଁ ଅଶୁଭ ଆପଣଙ୍କୁ ଜଣାଇବି |

-ବନ୍ଧୁଗଣ ଗ୍ରହଣ ଲାଗିବାର 9ଘଣ୍ଟା କିମ୍ବା ତିନିପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12ଘଣ୍ଟା ବା ଚାରିପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡି ଛାଡ କରାଯାଇଥାଏ |ଏହି ସମୟ ସୀମାକୁ ସୁତକ ସମୟମଧ୍ୟ କୁହାଯାଇଥାଏ, ଏହିସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଏ |କାରଣ ଏହି ସମୟରେ ପେଟ ଖାଲିରହିବା ଭଲ |ଏହି ସୂର୍ଯ୍ୟପରାଗାର ପାକନିଷେଧ ସମୟ 24ଅକ୍ଟୋବର ସୋମବାର ରାତ୍ରି 9:25 ମିନିଟରୁ 25ଅକ୍ଟୋବର ମଙ୍ଗଳବାର ଦିନ 2:31ମିନିଟ ପ୍ରଯ୍ୟନ୍ତ |ସୂର୍ଯ୍ୟପରାଗ ଲାଗିବା ସମୟ 25ଅକ୍ଟୋବର ମଙ୍ଗଳବାର ଦିନ 12:11ମିନିଟରୁ 2:31ମିନିଟ ପ୍ରଯ୍ୟନ୍ତ |

-ଏହିସମୟ ଗର୍ଭବତୀ ମହିଳା ପାଇଁ ଅଶୁଭ ହୋଇଥିବାରୁ ସେମାନଙ୍କୁ ଏହିସମୟରେ ସାବଧାନ ରହିବା ସହିତ ପରାଗ ଦେଖିବାପାଇଁ ମନାକରାଯାଏ |ପରାଗଲାଗିବ ସମୟରେ ଏମାନଙ୍କୁ କୌଣସି ଜିନିଷ କଟାକଟି କିମ୍ବା ଲୁଗାସିଲେଇ କରିବାପାଇଁ ବାରଣ କରାଯାଏ |କାରଣ ଏହାର କୁପ୍ରଭାବ ଏମାନଙ୍କ ଉପରେ ପଡିଥାଏ |ଏହିସମୟରେ ବାହାରକୁ ବାହାରିବାପାଇଁ ମନାକରିବା ସହିତ କଳାବସ୍ତ୍ର ପରିଧାନ ବାରଣ କରାଯାଏ |

-ଏହି ସମୟରେ ଅନେକ କାର୍ଯ୍ୟକରିବାକୁ ବାରଣ କରାଯାଏ କାରଣ ଏହା ଆମପାଇଁ ଅଶୁଭ ହୋଇଥାଏ ସେଗୁଡିକ ହେଉଛି :-ଏହିସମୟ ରୋଷେଇ କରିବା ଅନୁଚିତ ଏବଂ ରନ୍ଧା ଖାଦ୍ୟ ମଧ୍ୟ ଖାଇବା ଖାଇବା ଉଚିତ ନୁହଁ |ଏହି ସମୟରେ ଶୁଖିଲା ଖାଦ୍ୟ କିମ୍ବା ଫଳମୂଳ ଆପଣ ଖାଇପାରିବେ |

-ଏହି ସମୟରେ କୌଣସି ଶୁଭକାର୍ଯ୍ୟ କରନ୍ତୁ ନାହିଁ କି ଆଲୋଚନା ମଧ୍ୟ୍ୟ କରନ୍ତୁ ନାହିଁ |-

ଏହିସମୟରେ ଠାକୁରପୂଜା କରନ୍ତୁ ନାହିଁ, ଠାକୁର ଘର ସମ୍ପୂର୍ଣ ବନ୍ଦକରିରଖନ୍ତୁ,କୌଣସି ଗଛକୁ ଛୁଅନ୍ତୁ ନାହିଁ |ଏହିସମୟରେ ଅନ୍ନ ଦାନ କଲେ ଶରୀରରେ କୌଣସି ରୋଗ ହୋଇନଥାଏ |ଏହି ପରାଗ ଶେଷ ହେବାପରେ ସାନ୍ନକରି ବସ୍ତ୍ର ଧୋଇ ଘରେ ଗଙ୍ଗାପାଣି ଛିଞ୍ଚନକରି ପବିତ୍ର କରିନେବ ଉଚିତ, ଏହାଦ୍ଵାର ଆପଣଙ୍କର ମଙ୍ଗଳ ହୋଇଥାଏ |

-ଏହିସମୟରେ ଭଗବାନଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ସୂର୍ଯ୍ୟଙ୍କ କିରଣ ଆପଣଙ୍କ ଗୃହରେ ଯେପରି ନପଡୁ ସେଥିପ୍ରତି ଧ୍ୟାନଦିଅନ୍ତୁ |

-ଏହିସମୟରେ କେବେହେଲେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ କାରଣ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିବା ସହିତ ଏହାର କୁପ୍ରଭାବ ଆପଣଙ୍କ ସନ୍ତାନ ମାନଙ୍କ ଉପରେ ପକାଇଥାଏ |

ଏଥିସହିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ କାରଣରୁ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ସ୍ଥାନରେ କେତୋଟି ପରିବର୍ତ୍ତନ ଦେଖାଯାଉଛି |ଏହି ପରିବର୍ତ୍ତନ କେତେକ ରାଶିମାନଙ୍କ ଉପରେ ଅଶୁଭ ପ୍ରଭାବ ପକାଉଥିବା ସମୟରେ ଅନ୍ୟ କେତେକ ରାଶି ଉପରେ ଏହି ପରାଗର ଶୁଭ ପ୍ରଭାବ ପକାଇବାକୁ ଯାଉଛି |ରାଶିଚକ୍ରର ବାରଗୋଟି ରାଶିମଧ୍ୟରୁ 8ଗୋଟି ରାଶିପାଇଁ ଏହା ଶୁଭ ଅଟେ |ଏହି ରାଶିଗୁଡିକ ହେଉଛି ମେଷ, ମିଥୁନ,ସିଂହ,ବିଛା, ଧନୁ,ମକର, କୁମ୍ଭ ଓ କର୍କଟ ରାଶି | ଅନ୍ୟ ରାଶିର ବ୍ୟକ୍ତିମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପକାଇବାକୁ ଯାଉଛି ତେଣୁ ଆପଣ ଏହି ସମୟରେ ଭଗବାନଙ୍କୁ ସ୍ମରଣ କରିବା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପକରନ୍ତୁ ଦେଖିବେ ଆପଣଙ୍କର ସବୁବିପଦ ଟଳିଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment