Exclusive : ଘାଇଲା ବାଘୁଣୀ ଅର୍ଚ୍ଚନା, ମିଡ଼ିଆକୁ କହିଲେ ମିଛୁଆ ! ମୁହଁ ଖୋଲିଲେ ଅର୍ଚ୍ଚନା ନାଗ କହିଲେ ଏମିତି କଥା… ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଏହି କିଛି ଦିନ ହେବ ଅର୍ଚନା ନାଗଙ୍କ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିଥିବେ ନିଶ୍ଚିତ |ମୁଁ ଆଜି ଆପଣକୁ ଏହି ଅର୍ଚନାନାଗଙ୍କ ଖବର ବିଷୟରେ ଜଣାଇବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏତେ କିଛି କଳାକାରନାମା କରିସାରିଲା ପରେ ମଧ୍ୟ୍ୟ ସେ ସମ୍ପୂର୍ଣ ନିର୍ଦୋଷ ଦୟାକରି ତାଙ୍କୁ ଏମିତି ବଦଲାମ କରନ୍ତୁ ନାହିଁ ବୋଲି ଚିତ୍କାରକରି ମିଡିଆ ସାମ୍ନାରେ କହୁଛନ୍ତି |ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଅର୍ଚନା ନାଗ ଗିରଫ ହେବାର ଚଉଦ ଦିନ ପରେ ସେ ଆଜି ଏସଜିଏମ କୋର୍ଟକୁ ଆସିଛନ୍ତି |ଅର୍ଚନାକୁ କୋର୍ଟକୁ ଆଣିବାପାଇଁ ପୋଲିସ କଡା ସୁରକ୍ଷା ଦେଇଥିଲା |ତାଙ୍କୁ ସାଧାରଣ କଏଦୀଙ୍କ ପରି ନଆଣି ଏକ କଳାରଙ୍ଗର କପଡ଼ାରେ ଘୁଡା ଦିଆଯାଇଥିବା ଗାଡ଼ିରେ ଅଣା ଯାଇଥିଲା, ଯେପରି ଝରକା ପଟେ ତାଙ୍କୁ କେହି ଦେଖିପାରିବେ ନାହିଁ |ଆଉ ଏହାପରେ ଝାରପଡା ଓ ଭୁବନେଶ୍ୱର ଏସଜିମ କୋର୍ଟରେ ମଧ୍ୟ ଲାଗିଥିଲା କଡା ସୁରକ୍ଷାର ବ୍ୟବସ୍ତା |ଯେଉଁଠାରେ କି ଏକ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମଧ୍ୟ୍ୟ ରଖା ଯାଇଥିଲା,ଏଠାରେ ମହିଳା ଇନିସ୍ପେକ୍ଟରଙ୍କ ସହିତ ମହିଳା କନେଷ୍ଟବଳ ବି ଉପସ୍ଥିତ ଥିଲେ |

ମାତ୍ର ଏହି ପୋଲିସ ଭେନ ଭିତରୁ କୋର୍ଟ ମଧ୍ୟକୁ ନେବା ଭିତରେ ନାକେଦମ ହୋଇ ଯାଇଥିଲା ପୋଲିସ, କାରଣ ଅର୍ଚନାକୁ ଭେଟିବା ପାଇଁ ଉପସ୍ଥିତ ଥିଲେ ଗଣମାଧ୍ୟ୍ୟମ ପ୍ରତିନିଧି |ଅର୍ଚନା ଏହି ସମୟରେ ଗଣମାଧ୍ୟମକୁ ଏତିକି କହୁଥିଲେ ଯେ ତାଙ୍କର ଚରିତ୍ରକୁ ଗଙ୍ଗା ପରି ପବିତ୍ର ଆଉ ସେଥିପାଇଁ ଚିତ୍କାର କରି କହିଚାଲିଛନ୍ତି ସେ ଯେ ଗଣମାଧ୍ୟମ ମିଛ ଖବର ପ୍ରସାର କରନ୍ତୁ ନାହିଁ,ଗଣମାଧ୍ୟମ ନିଜର ଦାୟିତ୍ୱ ବୁଝନ୍ତୁ |ଅର୍ଚନା ଯେ ନିଜର ଭୁଲ ନାହିଁ ବୋଲି ଚିତ୍କାର କରିକହୁଛନ୍ତି ତାହା କେତେ ମାତ୍ରାରେ ଠିକ ତାହାଆଜି କୋର୍ଟ ନିଷ୍ପତି ନେବ |ଅକ୍ଷୟ ପାରିଜାଙ୍କୁ ବ୍ଲାକମେଲିଙ୍ଗ କରିବା କଥାକୁ ନେଇ ଆଜି ବିଚାରବିଭାଗୀୟ ତଦନ୍ତ କରାଯିବ,ଆଉ ଏହାର ମାମଲା ଉପରେ ଶୁଣାଣି କରିବ ଏସଜିମ କୋର୍ଟ |ଅକ୍ଷୟ ପାରିଜାଙ୍କୁ ସେ ଧମକ ଦେଉଥିଲେ କି ନାହିଁ,ଶ୍ରଦ୍ଧାଞ୍ଜଳିକୁ ସେ କାହିଁକି ଅକ୍ଷୟ ପରିଜାଙ୍କ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ, ଆଉ ଏହାସହିତ ତାଙ୍କର ତିନିକୋଟି ଟଙ୍କା ଉପରେ କଣ ପ୍ରତିକ୍ରିୟା ରଖିବେ ଅର୍ଚନା ନାଗ |

ଆଜି ଅର୍ଚନାଙ୍କୁ ଦେଖିଲାଗୁଛି କି ଅର୍ଚନା ନିଜକୁ ନିର୍ଦୋଷ ପ୍ରମାଣ କରିବା ପାଇଁ ପୁରା କନଫିଡେଣ୍ଟ ରଖିଛନ୍ତି |ତାଙ୍କର ଆବଭାବ ଓ ଅଙ୍ଗଭାଙ୍ଗି ଦେଖି ଲାଗୁଛି କି ଅର୍ଚନା ଜେଲ ଭିତରୁ ପୁରା ତୟାର ହୋଇଆସିଛନ୍ତି, ସେ ପୁରା ସାହସର ସହ କୋର୍ଟକୁ ଆସିଛନ୍ତି |କିନ୍ତୁ ବର୍ତମାନ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉପୁଜିଛି ଯେ ଅର୍ଚନା ଜେଲ ଭିତରେ ରହି ବାହାରେ ମିଡ଼ିଆମାନଙ୍କ ପ୍ରସାରଣ ଖବର ଜାଣିଲେ କିପରି ତାହା ସହିତ ପୋଲିସ ଅର୍ଚନା ନାଗକୁ ସ୍ପେସିଆଲ ଭେନକରି କାହିଁକି ଆଣିଲା |ତେବେ ଆଜିର ଏହି ଶୁଣାଣି କଣ ହେବ ତାହାର ନିଷ୍ପତି ନେବ ଏସଜିମ କୋର୍ଟ,ଅର୍ଚନାନାଗଙ୍କ ମିଡ଼ିଆସାମ୍ନାରେ ଚିତ୍କାର ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment