ହଁ ଦର୍ଶକ ବନ୍ଧୁ ଆମ ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଚଳଣି ଯୋଗୁ ବିଭିନ୍ନ ପ୍ରକାରର ମହାଜାଗତୀୟ ଘଟଣା ମାନ ଦେଖିବାକୁ ମିଳିଥାଏ | ଆଉ ଆପଣଙ୍କ ଜାଣିଥିବେ କି ବିଗତ 25 ଅକ୍ଟବୋରର 2022 ମଙ୍ଗଳ ବାର ଦିନ ସୂର୍ଯ୍ୟ ପରାଗ ସମାପ୍ତ ହେଇସାରିଛି | ଠିକ ଅମାବାସ୍ୟା ର 15 ଦିନ ପରେ ଅର୍ଥାତ 8 ନଭେମ୍ବର 2022 ସେହି ମଙ୍ଗଳ ବାର ଦିନ ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣ କାର୍ତ୍ତିକ ମାସ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେଉଛି | ସାଧାରଣ ଭାବରେ ଦେଖା ଦିଏ ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟ ପରାଗ ର ଅବଧି ପ୍ରାୟ ଗୋଟିଏ ମାସ ଦୁଇ ମାସରେ ଏହାର ଅବଧି ଦେଖାଦିଏ | କିନ୍ତୁ ଏ ବର୍ଷ ଶେଷ ରେ ପରାଗ ଅମାବାସ୍ୟା ଅନୁଷ୍ଠିତ ହେଇଥିବା ବେଳେ ଠିକ 15 ଦିନ ପୂର୍ଣ୍ଣମୀ ବେଳକୁ ଚନ୍ଦ୍ର ଗ୍ରହଣ ଲାଗୁଛି | ତେବେ ସେହି ଚନ୍ଦ୍ରଗ୍ରହଣ କେଉଁ ରାଶି ଉପରେ କଣ ପ୍ରଭାବ ପକାଇବା ଆସନ୍ତୁ ଜାଣିବା |
ତେବେ ଆମେ ଅନେକ ସମୟରେ ଦେଖିଥାଉ କି ଏହି ଚନ୍ଦ୍ରଗ୍ରହଣ ପାଇଁ କିଛି ବ୍ୟକ୍ତିଙ୍କ ମନରେ ଭୟ ଏହାର ପ୍ରଭାବ କିଛି ଖରାପ ପଡିବ କି ନାହିଁ ବା ଏହି ଚନ୍ଦ୍ର ଗ୍ରହଣ ଆମ ଜୀବନ ରେ କିଛି କ୍ଷତି ଆଣିବ କି ଆମ ପାଇଁ ଏହା କେତେ ଭଲ ରହିବ କେତେ ଖରାପ ରହିବ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା | ତେବେ ସୂଚନା ଅନୁଯାୟୀ ବର୍ଷ ର ଶେଷ ସୂର୍ଯ୍ୟ ଗ୍ରହଣ ଏ ପ୍ରଭାବ ବିଛା ରାଶିରେ ଥିବା ବେଳେ | ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ବୃଷ ରାଶି ରେ ହେବ ବୋଲି ସୂଚନା ମିଳିଛି |ତେବେ ଏହି ଚନ୍ଦ୍ର ଗ୍ରହଣ ସମୟରେ କେଉଁ ରାଶି ପ୍ରତି ଏହାର କି ପ୍ରଭାବ ପକାଇବ ଆସନ୍ତୁ ସେ ବିଷୟ ରେ ଜାଣିବା | ତାହାଲେ ପ୍ରଥମ ରାଶିଟି ହେଉଛି :-
ମେଷ ରାଶି :-
ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ କିଛି ନକାରାତ୍ମକ ପ୍ରଭାବ ରହିବ | ଯାହା ଫଳରେ ଧନ ହାନି ହେବା ସହିତ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡିବା ର ସମ୍ଭାବନା ରହିଛି |
ମିଥୁନ ରାଶି :-
ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ଶୁଭ ସଂକେତ ଦେଉଛି | ଆପଣ ଟଙ୍କା ରୋଜଗାର କରିପାରିବେ ଓ ଟଙ୍କା ଫେରସ୍ତ ମଧ୍ୟ ପାଇବେ | ଆପଣ ଏକ ଭଲ ଚାକିରୀ ପାଇବେ ବା ପଦ ଉନ୍ନତି ର ମଧ୍ୟ ସମ୍ଭାବନା ରହିଛି |
କର୍କଟ ରାଶି :-
ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ଆପଣଙ୍କ କାର୍ଯ୍ୟ ରେ କିଛି ବାଧା ସୃଷ୍ଟି କରି ପାରେ | ଏହା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ର ମଧ୍ୟ ସମ୍ମୁଖୀନ ହେଇପାରନ୍ତି |
ସିଂହ ରାଶି :-
ଏହି ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ଶେଷ ଚନ୍ଦ୍ର ଗ୍ରହଣ ଶୁଭ ସଂକେତ ଦଉଚି | ଏମାନଙ୍କର ବୈବାହିକ ଜୀବନ ସଦୃଢ଼ ପାଇଁ ସଂକେତ ଦଉଛି | ଯଦି କୌଣସି ସ୍ଥାନରେ ବିବାହ ପ୍ରସ୍ତାବ ଲାଗିଥାଏ ତାହାଲେ ଶୀଘ୍ର ବିବାହ ହେବାର ସମ୍ଭାବନା ରହିଛି |
କନ୍ୟା ରାଶି :-
ଏହି ରାଶି ର ବ୍ୟକ୍ତି ଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ମିଶ୍ରିତ ଫଳା ଫଳ ରହିଛି | ଚାକିରୀ ରେ ପଦ ଉନ୍ନତି ପାଇବା ସହିତ ନୂତନ ଘର କ୍ରୟ କରିପାରନ୍ତି |
ତୁଳା ରାଶି :-
ଏହି ରାଶି ର ବ୍ୟକ୍ତି ମାନେ ଆର୍ଥିକ କ୍ଷତି ସାହିପାରନ୍ତି |
ଧନୁ ରାଶି :-
ଏହି ରାଶି ବ୍ୟକ୍ତି ମାନେ ସେମାନଙ୍କର ଚାକିରୀ ରେ ଉତ୍ଥାନ ପଥନ ଦେଖିବାକୁ ପାଇବେ |
କୁମ୍ଭ ରାଶି :-
ଏହି ରାଶି ବ୍ୟକ୍ତି ମାନଙ୍କ ପାଇଁ ଶୁଭ ସଂକେତ ରହିଛି | ସନ୍ନମାନ ବୃଦ୍ଧି ପାଇବ ଏବଂ ନୂତନ ଦାୟିତ୍ୱ ପାଇବେ | ଆପଣଙ୍କ ପରିବାର ସହିତ ସମ୍ପର୍କ ନିବିଡ଼ ହେବ |
ତେବେ ଏହା ଥିଲା ଚନ୍ଦ୍ରଗ୍ରହଣ ବିଷୟରେ ଥିବା ରାଶି ମାନଙ୍କର ବିଷୟରେ ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।