ପଥରର ଗଭୀର କୋରଡ ଭିତରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ କାଶୀ ବିଶ୍ୱନାଥ… ଭାଗ୍ୟରେ ଥିଲେ ଏମିତି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ହେଲେ ଆପଣ କେବେ ଦେଖିଛନ୍ତି ଆମ ଏହି ଓଡ଼ିଶା ପ୍ରସିଦ୍ଧ ଥିବା କାଶୀବିଶ୍ଵନାଥଙ୍କ ପୀଠ |ଏହି ପୀଠ ଆଉ ଏଠାକାର ଭଗବାନ ଶିବଙ୍କ ଅପାର କରୁଣା ବିଷୟରେ ଆପଣ ଜାଣିଛନ୍ତି କି ? ମୁଁ ଆଜି ଆପଣକୁ ଭଗବାନ କାଶୀବିଶ୍ୱନାଥଙ୍କ ପୀଠ ଓ ତାଙ୍କର ନାମ କାହିଁକି ଏହିପରି ହେଲା, ତାର ସମ୍ପୂର୍ଣ ଖବର ବିଷୟରେ ମୁଁ ଆପଣକୁ ଜଣାଇବି | ତେବେ ଆସନ୍ତୁ ଜାଣିବା ଏହି ପୀଠରେ ସମ୍ପୂର୍ଣ ଖବର ବିଷୟରେ |

ଏହି ପବିତ୍ର ପୀଠଟି ଦକ୍ଷିଣ ଓଡିଶାର ଗଞ୍ଜାମ ଜିଲ୍ଲା ଅତର୍ଗତ ଦିଗପହଣ୍ଡିରୁ 8km ଦୂରରେ ପଡିବ ଦ୍ଵାରକା, ଦ୍ଵାରକା ଛକରୁ ସାମାନ୍ୟ ବାମକୁ 3km ଗଲେ ପଡିବ କମଳାପୁର |ଏହିଛୋଟ ଗାଁର ପ୍ରାକୃତିକ ପରିବେଶ ଭିତରେ ମଣିଭଦ୍ରା ପାହାଡ ଉପରେ ରହିଛନ୍ତି ପ୍ରଭୁ କାଶୀବିଶ୍ୱନାଥ |ଏହି ପାହାଡର ପଥର ଦେହ ଚିରିହୋଇ ସୃଷ୍ଟିହୋଇଛି ଗଭୀର ଗର୍ତ ସ୍ୱରୂପ କୋରଡ଼ ଭିତରେ ପୂଜା ପାଉଛନ୍ତୁ ପ୍ରଭୁ କାଶୀ ବିଶ୍ଵନାଥ |ଏହି ମନ୍ଦିରକୁ ଯିବା ରାସ୍ତାରେ ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳୁଛି ଅନେକ ଗୁଳ୍ମ ଗଛ, ତାହା ସହିତ ଏହି ରାସ୍ତା ଦେଇ ବହିଯାଉଛି ଛୋଟ ଛୋଟ ଝରଣା |ଏହିପୀଠାର ମୁଖ୍ୟଦ୍ଵାରା ଦେଶରୁ ବାହାରିଛି ଏକ ଝରଣା,ଯାହାର ପାଣିକୁ ଈଶ୍ୱରଙ୍କ ମସ୍ତକରୁ ବାହାରିବା ଭଳି ଯାନ୍ତ୍ରିକ ଉପାୟରେ ବ୍ୟବସ୍ତା କରାଯାଇଛି |ମନ୍ଦିର ପାଦଦେଶରେ ରହିଛି ଏକ ପୁଷ୍ପ ଉଦ୍ୟାନ,ଏଠାରେ ପ୍ରାୟ ସବୁଦିନ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ |

ଏହି ମନ୍ଦିରର ପୁରହିତଙ୍କ ପାଖରୁ ଏହାର ପୁରାତନ କଥାରୁ ଜଣାଯାଇଛି ଯେ ଆଗରୁ ଏହିଠାରେ ଏକ ଛୋଟ କୁଡ଼ିଆରେ ଭଗବାନ ଙ୍କ ପୂଜା କରା ଯାଉଥିଲା |ପରେଏକ ସର୍ପ ଆସି ଏହିଠାରେ ରହୁଥିଲା, କାଶିରୁ ଜଣେ ବ୍ୟକ୍ତି ଏଠାକୁ ଆସିଥିଲେ ଏବଂ ତାଙ୍କୁ ଏହି ଠାରେ ଭଗବାନଙ୍କ ବିଷୟରେ କିଛି ସ୍ୱପଦେଶ ହୋଇଥିଲା, ସେହିଦିନ ଠାରୁ ଏଠାକାର ଭଗବାନଙ୍କ ନାମ ମଧ୍ୟ୍ୟ କାଶୀବିଶ୍ୱନାଥ ବୋଲି ରଖାଯାଇଥିଲା |ଏହି ମନ୍ଦିରର ଏକ ସତନ୍ତ୍ରତା ରହିଛି ଯେ ଭକ୍ତମାନେ ମନ୍ଦିର ଶୀର୍ଷରେ ପହଁଚିଲା ପରେ ପ୍ରଥମେ ପୂଜକଙ୍କୁ ସାକ୍ଷାତ କରିବାକୁ ପଡେ ଜଣେ ପରେ ଜଣେ ଭକ୍ତ କାରୋଡ଼ ଭିତରକୁ ଯାଇ ମହାଦେବଙ୍କୁ ଦର୍ଶନ କରନ୍ତି |ଏହି ମନ୍ଦିର ପରିଶର ଭିତରେ ଅନେକ ଦେବ ଦେବୀଙ୍କ ମନ୍ଦିର ଓ ପ୍ରତିମୂର୍ତ୍ତି ମଧ୍ୟ୍ୟ ରହିଛି |ଏହା ସହିତ ଏଠାରେ ଏକ ଜଗନ୍ନାଥ ମନ୍ଦିର ତିଆରି କାର୍ଯ୍ୟ ମଧ୍ୟ୍ୟ ଚାଲିଛି |

ଏପରି ଏକ ପ୍ରାକୃତିକ ପରିବେଶ ମଧ୍ୟ୍ୟରେ ଅବସ୍ଥିତ ଏହି ସୁନ୍ଦର ଦର୍ଶନୀୟ ସ୍ଥାନକୁ ଯେକେହି ବି ଥରେ ଆସିଲେ ଯିବାକୁ ମନ କୁହେନାହିଁ |ପ୍ରୂଭୁ କାଶୀନାଥଙ୍କ ଅପାର କୃପା ଭକ୍ତମାନଙ୍କ ଉପରେ ରହିଛି, ଭକ୍ତମାନେ ଯାହାବି ମାନସିକ କରନ୍ତି ତାହା ମଧ୍ୟ ପ୍ରଭୁଙ୍କ କୃପାରୁ ପୂରଣ ହୋଇଛି |ଏହିମନ୍ଦିର ପ୍ରକୃତିକ ପରିବେଶ ଅତିସୁନ୍ଦର ଏବଂ ଏଠାରେ ଥିବା ପରିଚାଳନା କମିଟିଙ୍କ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନରେ କୌଣସି ବାଧା ନହେଉ ସେ ବ୍ୟବସ୍ଥା ବହୁତ ଭଲରେ ମଧ୍ୟ କରିଛନ୍ତି |ଏହା ସହିତ ଯଦି ଏହିପିଠ ସରକାରଙ୍କ ଦୃଷ୍ଟିଗୋଚର ହୁଅନ୍ତା ତେବେ ଏହାର ପରିବେଶକୁ ଆହୁରି ଭଲ କରିହୁଅନ୍ତା |କାଶୀବିଶ୍ୱନାଥଙ୍କ ଏହି ଶୈବ ପୀଠ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment