ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ପାଣି ଆସି ଯାଇଥାଏ | ତେବେ ସେଭଳି କିଛି ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି ଦାଦନ ଖଟିବା ପାଇଁ ପୁଅ ଜଣଙ୍କ ଯାଇଥିଲେ ବେଙ୍ଗଲୋର କୁ | ଆଉ ସେଠାରେ ବେଶ କିଛି ପଇସା ରୋଜଗାର କରି ତାଙ୍କର ପରିବାର କୁ ସୁରୁ ଖୁରୁ ରେ ପ୍ରତି ପୋଷଣ କରୁଥିଲେ | ଆଉ ଏବେ ସେହି ଭେଣ୍ଡିଆ ପୁଅ ଆଉ ତାହାର ବାପା ମା ଙ୍କ ପାଖରେ ନାହିଁ ସବୁ ଦିନ ପାଇଁ ବାପା ମା ଙ୍କ ପାଖରୁ ବହୁତ ଦୁରକୁ ଚାଲି ଯାଇଛି ପୁଅ ମାନସ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଦୁଃଖଦ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗାଁ ରେ | ଆଉ ଯେଉଁଠି ଅଭିମନ୍ୟୁ ସାହୁ ଙ୍କର ଏକମାତ୍ର 25 ବର୍ଷୀୟ ପୁଅ ଙ୍କର ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି | ଆଉ ରୋଜକାରିଆ ଭେଣ୍ଡିଆ ପୁଅ କୁ ହରାଇବା ପରେ ସମସ୍ତେ ଦୁଃଖରେ ଭାଳି ପଡିଛନ୍ତି | ଆଉ ପୁଅର ଏହିଭଳି ମୃତ୍ୟୁ ଖବର ପାଇବା ପରେ ବାପା ଆଉ ମା ଙ୍କର ଦୁଃଖର ସୀମା କହିଲେ ନ ସରେ ବୋଲି କୁହାଯାଇଛି ଆଉ ମା ତାଙ୍କର ପୁଅ କୁ ହରାଇବା ପରେ ମୋ ଧନ ମୋ ଗଳା ମାଳି କୁଆଡେ ଗଲୁ ଲୋ ଧନ ବୋଲି କହି କାନ୍ଦୁଛନ୍ତି |
ଆଉ ଏଠାରେ ଯାହା କୁହାଯାଉଛି କି ପୁଅ ମାନସ କୁଆଡେ 15 ବର୍ଷ ବୟସରୁ ପରିବାର ର ଭାର ତାଙ୍କ ଉପରେ ଥିଲା ମଧୁମେୟ ରୋଗ ରେ ପୀଡିତ ବାପା ଓ ମା ଙ୍କର ଚିକିତ୍ସା ସହିତ ଘରକୁ ଚଳାଇବା ପାଇଁ ସେ ଦାଦନ ଖଟିବା ପାଇଁ ଯାଇଥିଲେ ସୁ ଦୂର ବେଙ୍ଗଲୋର କୁ | ଆଉ ସେଠାରେ ସେ ଗତ 22 ତାରିଖରେ କାମ କୁ ଯାଉଥିବା ବେଳେ ଟ୍ରେନ ଦୁର୍ଘଟଣା ରେ ପୁଅ ମାନସ ର ମୃତ୍ୟୁ ଘଟିଛି |
ଆଉ ରୋଜକାରିଆ ପୁଅ କୁ ହରାଇବା ପରେ ମା ବାପା ଙ୍କର ଦୁଃଖର ସୀମା କହିଲେ ନ ସରେ ଆଉ ଘରକୁ ଚଳାଇବା ପାଇଁ ସେମାନଙ୍କର ଭିକଳ୍ପ ପନ୍ଥା ମଧ୍ୟ କିଛି ନାହିଁ | ଆଉ ଯେଉଁଥିପାଇଁ ବି ଇ ଓ ତଥା ସରପଞ୍ଚ ଙ୍କ ସହାୟତାରେ କିଛି ସାହାଯ୍ୟ ପ୍ରଶାସନ ତରଫରୁ ଦେବାକୁ କହିଛନ୍ତି ସେମାନେ | ଆଉ ଯାହା ଫଳରେ ବି ଇ ଓ ହରିଚନ୍ଦ୍ର ଯୋଜନା ଓ ରେସନ କାର୍ଡ ସହିତ ଘର ନ ଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବା କଥା କହିଛନ୍ତି |ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।