ମରିଗଲା ପଛେ ଛାଡ଼ିଲା ନାହିଁ । ଏମିତି ହେଉଛି ପ୍ରଭୁ ଭକ୍ତି । କୁକୁର ଟିର ନାମ ସିନା ଲାଦେନ୍ କିନ୍ତୁ ଏମିତି କାର୍ଯ୍ୟ କରିଚି ଯାହା କୁ ଚିର ଦିନ ପାଇଁ ମନେ ରଖିବା ଖୋର୍ଦ୍ଧା ଜିଲ୍ଲା ର ଯାଆଁଳା ଅଞ୍ଚଳ ର ମୁଣ୍ଡ ମୁହାଣ ଲୋକ ମାନେ । ଭୟଙ୍କର ବିଷାକ୍ତ ସାପ କବଳ ରୁ ଦୁଇ ପିଲାଙ୍କୁ ବଞ୍ଚାଇ ଅଛି ଲାଦେନ । ସୁନିଲ ବାବୁ ଙ୍କ ପୋଷା କୁକୁର ହେଉଛି ଲାଡେନ୍ ।
ମଙ୍ଗଳ ବାର ଦିନ ସନ୍ଧ୍ୟା ରେ ଲାଡେନ୍ ତାଙ୍କ ଘରେ ବନ୍ଧା ହୋଇ ଥିଲା।କିଛି ଦୁର ରେ ଖେଳୁ ଥିଲେ ଦୁଇ ଟି ପିଲା ତିନି ବର୍ଷ ର ନାତୁଣୀ ଓ ଦୁଇ ବର୍ଷ ର ନାତି । ଏହି ସମୟ ରେ ଘରକୁ ପଶି ଆସିଲା ବିଷଧର ନାଗ ସାପ ଟି ।
ଅଗଣା ରେ ହୁଏତ ଘର ଲୋକ ବସିଥିଲେ କିନ୍ତୁ କାହାରି ନଜର ପଡି ନଥିଲା ସାପ ଉପରେ । କିନ୍ତୁ ଲାଡେନ୍ ର ତୀକ୍ଷ୍ମ ନଜର ରୁ ବଞ୍ଚି ପାରି ନଥିଲା ସାପ ଟି । ସେତେବେଳେ ସାପ ଟିକୁ ନିଜ ଆଡକୁ ଆସୁ ଥିବାର ର ଦେଖି ଭଉଣୀ ତାର ଭାଇ କୁ କୁଣ୍ଢାଇ ଧରିଲା । ଲାଡେନ୍ ଧାଇଁ ଆସିଲା । ସେହି ଚେନ ରେ ବନ୍ଧା ହୋଇଥିବା ସମୟ ରେ ହିଁ ପାଟି ରେ କାମୁଡ଼ି ଧରିଲା ନାଗ ସାପ କୁ ।
ତେବେ ସେଇଠି ହିଁ ସାପ ଟିକୁ ମାରି ଦେଇଥିଲା ଲାଡେନ୍ । ଏହା ପରେ ଘର ଲୋକ ଏହା ଦେଖି ଖୁସି ହୋଇଲେ କାରଣ ପିଲା ଦୁଇଟି ସାପ କବଳ ରୁ ବର୍ତ୍ତି ଯାଇଥିଲେ । ତେବେ ଲାଡେନ୍ ରେ କାଳେ କିଛି ହୋଇ ଯିବ ଏହା ଭାବି ଲାଡେନ୍ କୁ ହସ୍ପିଟାଲ୍ ନେବା ପାଇଁ । ମାତ୍ର ସେତେବେଳେ କୁ ଲାଡେନ୍ ଦେହ କୁ ବିଷ ଚଢି ଯାଇ ଥିଲା ବିଷାକ୍ତ ସାପ ସହିତ ଲଢେଇ କରି । ଆଉ ହସ୍ପିଟାଲ୍ ଯିବା ପୂର୍ବରୁ ହିଁ ଲାଡେନ୍ ଟଳି ପଡି ଥିଲା ସେଇଠି । ସୁନିଲ ର ପରିବାର ଲୋକ ବେଶ୍ ସ୍ତବ୍ଧ ହୋଇ ପଡ଼ି ଥିଲେ ।
ତେବେ ଲାଡେନ୍ ର ମାଲିକିଆନି ମଧ୍ୟ ଆସି ସେହି ସାପ କୁ ଦେଖି ଥିଲେ କିନ୍ତୁ ସାପ କୁ ମାଲିକ ପାଖକୁ ଯିବା ପାଇଁ ଦେଉ ନଥିଲା ଲାଡେନ୍ କାଳେ କିଛି ତାଙ୍କ ର କ୍ଷତି କରିଦେବ । କିଛି ସମୟ ସାପ ସହିତ ଲଢେଇ କରିବା ପରେ ସାପ ଟିକୁ ଜୀବନ ରୁ ମାରି ଦେଇ ଥିଲା ଲାଡେନ୍ ଆଉ ଏହାର ଠିକ୍ ୧୫-୨୦ ମିନିଟ୍ ପରେ ନିଜ ଜୀବନ ମଧ୍ୟ ହରାଇ ବସିଥିଲା ସାପ ର ବିଷ ଯୋଗୁ ।
ସୁନିଲ ର ପରିବାର ଲୋକ ବେଶ୍ ସ୍ତବ୍ଧ ହୋଇ ପଡ଼ି ଥିଲେ । ଲାଡେନ୍ ର ଏମିତି ଭକ୍ତି ତାଙ୍କ ପ୍ରତି ଦେଖି ସେ ଭାଙ୍ଗି ପଡୁଥିଲେ ଓ କହୁ ଥିଲେ ବୋଧ ହୁଏ କେଉଁ ଜନ୍ମ ରେ ତାଙ୍କ ସହିତ ତାର ସମ୍ପର୍କ ଥିଲା ଯାହା ଫଳରେ ସେ ଏତେ ବଡ କାମ କରି ଦେଇ ଗଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।