ବନ୍ଧୁଗଣ ଆମେ ସମସ୍ତେ ଜାଣିଥାଉ ଯେ ସମୟ ବଡ଼ ବଳବାନ, ସମୟ ଅନୁସାରେ ମଣିଷକୁ ସୁଖ ଦୁଃଖ, ଲାଭ ହାନି ଆଦି ଭୋଗ କରିବାକୁ ପଡିଥାଏ |ଆପଣ ଜାଣିଥିବେ ନିଶ୍ଚିତ ଯେ ସମୟର ଚକ୍ର ଯେବେ ବଦଳିଯାଏ ସେତେବେଳେ ରାଜାକୁ ଭିକାରି ଏବଂ ଭିକାରିକୁ ରାଜା ମଧ୍ୟ ବନାଇଦିଏ |ସମୟ ଅନୁସାରେ ଆମ ଜୀବନରେ ବହୁତ କିଛି ପରିବର୍ତନ ହୋଇଥାଏ, ମଣିଷର ଭାଗ୍ୟ କେତେବେଳେ ଖୋଲିଥାଏ କିମ୍ବା ତାର ଭଲ ସମୟ କେତେବେଳେ ଆସିଥାଏ ସେ ବିଷୟରେ ମୁଁ ଆଜି ଆପଣକୁ ଜଣାଇବି | ଆପଣଙ୍କ ଜୀବନରେ ଭଲ ସମୟ ଆସିବା ପୂର୍ବରୁ ଆପଣକୁ କିଛି ସଂକେତ ମିଳିଥାଏ |ତେବେ ଆସନ୍ତୁ ଏହି ସଂକେତ ଗୁଡିକ ବିଷୟରେ ଆଲୋଚନା କରିବା |
1:-ଯଦି ମନ୍ୟୁଷର ଆଖି ପ୍ରତ୍ୟକ ଦିନ ବ୍ରହ୍ମମୁହୂର୍ତ୍ତରୁ ଖୋଲିଥାଏ ଆଉ ମନରେ ଭଗବାନଙ୍କ ବିଚାର ଆସିଥାଏ କିମ୍ବା ଏକ ଅଦୃଶ୍ୟ ଶକ୍ତି ତାକୁ କୌଣସି ଜାଗାକୁ ଟାଣିନେବା ଭଳି ଲାଗୁଛି ତେବେ ଏପରି ବ୍ୟକ୍ତି ବୁଝିନେବା ଉଚିତ କି ଆଗାମୀ ଦିନରେ ତାଙ୍କର ଭଲ ସମୟ ଆସୁଛି |ତାଙ୍କର ଭାଗ୍ୟ ଖୋଲିବା ସହିତ ସଫଳତା ପ୍ରାପ୍ତ ନିଶ୍ଚିତ ହେବ |
2:-ଯେତେବେଳେ ମନୁଷ୍ୟ ପ୍ରସନ୍ନଥାଏ ଆଉ ତାର ଚେହେରାରେ ସର୍ବଦା ଖୁସିଥାଏ ତେବେ ଏମିତି ଲୋକ ଜାଣିନେବା ଉଚିତ କି ତାଙ୍କଠାରେ ଭଗବାନ ବାସ କରୁଛନ୍ତି ଏବଂ ତାଙ୍କ ଜୀବନରେ ସଫଳତା ଆସିବାକୁ ଯାଉଛି |
3:-ଯଦି କୌଣସି ବ୍ୟକ୍ତି ଘରକୁ ଗାଈ ବାରମ୍ବାର ଆସୁଥିବ,ମାଙ୍କଡ ଯଦି ଆପଣଙ୍କ ଘରୁ କିଛି ଜିନିଷ ଉଠାଇ ଖାଉଥିବ, ବିଲେଇ ଯଦି ଆପଣଙ୍କ ଘରେ ଛୁଆ ଦେଇଥିବା କିମ୍ବା ପକ୍ଷୀମାନେ ସର୍ବଦା ଆପଣଙ୍କ ଘରେ ରହି କିଚିରି ମିଚିରି ଶବ୍ଦକରୁଥାନ୍ତୁ ତେବେ ଆପଣ ବୁଝିନେବେ ଯେ ଆଗକୁ ଆସିବାକୁ ଯାଉଥିବା ସମୟ ଆପଣଙ୍କ ପାଇଁ ଶୁଭଅଟେ |ଏହି ସମୟରେ ଆପଣଙ୍କୁ ଅନେକ ସଫଳତା ମିଳିବାର ରହିଛି |
4:-ଯଦି ଆପଣଙ୍କ ଘର ସାମ୍ନାରେ ଛୋଟ ପିଲାମାନେ ବାରମ୍ବାର ଆସି ଖେଳୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସଂକେତ ଅଟେ |ଏହାଦ୍ୱାରା ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବା ସହିତ ଆପଣଙ୍କ ସହିତ କିଛି ନୂଆ ସମ୍ପର୍କରେ ଯୋଡିହେବାର ରହିଛି ବୋଲି ଜଣାଯାଏ |
5:-ଯେଉଁ ବ୍ୟକ୍ତିମାନଙ୍କ ଖର୍ଚ୍ଚ କମିଯିବା ସହିତ ରୋଜଗାର ବଢିବାକୁ ଯାଉଥାଏ ତେବେ ସେ ଜାଣିନେବା ଉଚିତ କି ତାଙ୍କର ଖରାପ ସମୟ ଏବେ ସରିଗଲା |ସେ ଆଗକୁ ଆସୁଥିବ ସମୟରେ ଧନବାନ ହେବା ସହିତ ମା ଲଷ୍ମୀ ତାଙ୍କ ଘରେ ବାସକରିବେ |
6:-ଆପଣ ଆରତୀ କରୁଥିବା ସମୟରେ ଠାକୁରଙ୍କ ମୂର୍ତ୍ତି ଆପଣକୁ ଚାହିଁ ହସିବା ପାରିଲାଗେ କିମ୍ବା ମହିଳାମାନଙ୍କ ବାମ ଆଖି ଏବଂ ପୁରୁଷର ଡାହାଣ ଆଖି ଡ଼େଇଥାଏ ତେବେ ଆପଣ ଭଲ ସମୟ ଆରମ୍ଭ ହୋଇଗଲା ବୋଲି ଜାଣିବେ |ଆପଣଙ୍କର ଏହି ସମୟରେ ସମସ୍ତ ସମସ୍ୟା ଦୂର ହୋଇଯିବ |
7:-ଯଦି କୌଣସି ବ୍ୟକ୍ତି କୌଣସି ଶୁଭକାର୍ଯ୍ୟରେ ଘରୁ ବାହାରି ଯାଉଛି ଏବଂ ଯିବା ସମୟରେ ଗମାତା ବା ସାଧୁଙ୍କ ଦର୍ଶନ ପାଉଛନ୍ତି ତେବେ ଆପଣ ଜାଣିନେବେ ଯେ ଆପଣ ଯଉଁ କାମରେ ଯାଉଛନ୍ତି ତାହା ଆପଣଙ୍କ ର ନିଶ୍ଚିତ ସଫଳ ହେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।