ଓଡ଼ିଶାର ଏହି ଗାଁର ଝିଅଟି ମାସକୁ Youtube ରୁ ମାସିକ ୧ ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି, ଜାଣନ୍ତୁ ସଂଘର୍ଷର କାହାଣୀ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଛି। ସମାଜରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ ,ଯାହାକି ଶୁଣିବା ମାତ୍ରେ ବହୁତ ଖୁସି ଲାଗିଥାଏ। ଦୁନିଆଁରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଦେଇ ଥାଆନ୍ତି। ଛୋଟ ପିଲା ମାନଙ୍କ ପାଖରୁ ବଡ଼ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଭଲ ଗୁଣ ରହିଥାଏ। ଦୁନିଆଁରେ ଏଭଳି ପିଲା ମଧ୍ୟ ଅଛନ୍ତି ଯେ ତାଙ୍କ କଳା ବା ଭଲ ଗୁଣକୁ ସମସ୍ତଙ୍କ ନିକଟରେ ପରିବେଷଣ କରି ପାରନ୍ତି ,ଯାହା ଫଳରେ କି ସେମାନେ ଚର୍ଚ୍ଚାରେ ରହି ଥାଆନ୍ତି। ସେମାନେ ତାଙ୍କ ସୁନ୍ଦର କଳାକୁ ପରିବେଷଣ କରି ଟଙ୍କା ମଧ୍ୟ ରୋଜଗାର କରି ଥାଆନ୍ତି। ସମାଜ ପାଇଁ ମଧ୍ୟ ଏକ ଭଲ ଶିକ୍ଷା ଅଟେ ଓ ସେମାନଙ୍କୁ ଦେଖି ଅନ୍ୟ ପିଲାମାନେ ମଧ୍ୟ ଆକୃଷ୍ଟ ହୋଇ ପାରିବେ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ୨୫ ବର୍ଷୀୟ ଝିଅଟି ଘରର ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରି, ମାସକୁ ଲକ୍ଷେ ଟଙ୍କା ରୋଜଗାର କରୁଛନ୍ତି ବୋଲି ସୂଚନା ମିଳୁଛି। ଯାହାକି ଏହା ଏକ ଖୁସିର କଥା ଓ ଆନନ୍ଦର କଥା ମଧ୍ୟ ଅଟେ। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ନିକଟ ତରୋଗା ଗାଁ ରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମର ଅର୍ପିତା ନାମକ ଜଣେ ଝିଅ ଓ ତାଙ୍କର ବୟସ ମାତ୍ର ୨୫ ବର୍ଷ ଅଟେ। ସେ ବହୁତ ଭଲ ପାଠ ପଢୁଥିଲେ ଓ ସେ ଗ୍ରାଜୁଏସନ ଶେଷ କଲା ପରେ ଘରେ ରହୁଥିଲେ। ସବୁବେଳେ ସେ ଚାକିରୀ ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡୁଥିଲେ।

ତେବେ ସେଥିପାଇଁ ସେ ଏକ ଉପାୟ ଚିନ୍ତା କଲେ। ଘରର ସବୁ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରୁଥିଲେ। ଯେମିତିକି ୱାର୍ଲ ୟାଙ୍ଗିଙ୍ଗ, ଫୋଟୋ ଫ୍ରେମ ଓ ନ୍ୟୁଜ ପେପର୍ ପଟସ ଆଦି ଏଭଳି ସୁନ୍ଦର ଜିନିଷ ତିଆରି କରି ୟୁଟିବରେ ଅପଲୋଡ଼ କରିଲେ ଓ ପ୍ରସିଦ୍ଧ ମଧ୍ୟ ହୋଇଗଲେ। ଯାହା ଫଳରେ କି ସେ ବର୍ତ୍ତମାନ ମାସକୁ ଲକ୍ଷେ ଟଙ୍କା ରୋଜଗାର କରି ପାରୁଛନ୍ତି। ତାଙ୍କର ଏଭଳି କଳାକୃତିକୁ ଦେଖି ତାଙ୍କ ପରିବାର ଲୋକ ମାନେ ଗର୍ବ ଅନୁଭବ କରୁଛନ୍ତି। ଏହା ସୋସିଆଲ ମିଡିଆରେ ମଧ୍ୟ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।